Spread the love

ଆଳିର ପୂର୍ବତନ ବିଧାୟକଙ୍କ ମୃତ୍ୟୁ

କେନ୍ଦ୍ରାପଡ଼ା __ କେନ୍ଦ୍ରାପଡ଼ା ଜିଲ୍ଲା ଆଳି ନିର୍ବାଚନ ମଣ୍ଡଳୀର କଂଗ୍ରେସର ପୃର୍ବତନ ବିଧାୟକ ତଥା କଂଗ୍ରେସର ଟାଣୁଆ ନେତା ଦେବେନ୍ଦ୍ର ଶର୍ମା (ଢ଼ାବା)ଙ୍କ ଶୁକ୍ରବାର ଦିନ ପରଲୋକ ଘଟିଛି। ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ୬୬ ବର୍ଷ ବୟସରେ ତାଙ୍କର ଦେହାନ୍ତ ଘଟିଛି। ସ୍ବର୍ଗତ ଦେବେନ୍ଦ୍ର ଶର୍ମା ସର୍ବମୋଟ ଚାରିଥର ଆଳି ବିଧାନସଭା ଆସନରୁ ନିର୍ବାଚନ ଲଢି ଥିବା ବେଳେ ଥରେ ନିଜର ପ୍ରତିଦ୍ବନ୍ଦି ବିଜେଡ଼ିର ପ୍ରତାପ ଦେବଙ୍କୁ ପରାସ୍ତ କରି ବିଜୟ ହାସଲ କରିଥିଲେ । ଚଳିତ ଥର ନିର୍ବାଚନରେ ନିଜର ଶାରିରୀକ ଅସୁସ୍ଥତା ଯୋଗୁଁ ନିଜେ ନିର୍ବାଚନ ନ ଲଢି ନିଜର ଏକମାତ୍ର ଝିଅ ଡ଼ାକ୍ତର ଦେବସ୍ମିତା ଙ୍କୁ କଂଗ୍ରେସ ର ପ୍ରାର୍ଥୀ ଭାବେ ନିର୍ବାଚନ ରଣାଙ୍ଗନରେ ଅବତୀର୍ଣ୍ଣ କରିଥିଲେ। ଦେବସ୍ମିତା ଡାକ୍ତରି ଚାକିରୀ ରୁ ଅବ୍ୟାହତି ନେଇ ବିଜେଡିର ପ୍ରତାପ ଦେବ ଓ ବିଜେପି ର କୃଷ୍ଣଚନ୍ଦ୍ର ପଣ୍ଡାଙ୍କ ସହିତ ନିର୍ବାଚନ ରଣାଙ୍ଗନରେ ଅବତୀର୍ଣ୍ଣ ହୋଇଥିଲେ। ତାଙ୍କ ପରଲୋକରେ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଶିକ୍ଷକ ପଣ୍ଡିତ ମହେଶ୍ୱର ନନ୍ଦ, ଇଞ୍ଜିନିୟର ନିଳାଦ୍ରୀ ଭୁଷଣ ମହାପାତ୍ର, ପୃର୍ବତନ କୃଷି ଉପ ନିର୍ଦ୍ଦେଶକ ଧରଣୀଧର ପାତ୍ର, ନରହରି ପାତ୍ର,ଲୋତକ ବିନ୍ଦୁ ଦାସ, ସାମ୍ବାଦିକ ସରୋଜ କୁମାର ସାହୁ,ସହଦେବ ସିଂ,ପଶ୍ରୁରାମ ରାଉତରାୟ ପ୍ରମୁଖ ଶୋକ ପ୍ରକାଶ କରିଛନ୍ତି।ବ୍ୟୁରୋ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ

Leave a Reply

Your email address will not be published. Required fields are marked *

You missed