Spread the love

କେନ୍ଦୁଝର ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଦେଖାଦେଉଛି ଜଙ୍ଗଲି ହାତୀଙ୍କ ଉତ୍ପାତ

କେନ୍ଦୁଝର ଜିଲ୍ଲା କେନ୍ଦୁଝର ବନଖଣ୍ଡ ଅନ୍ତର୍ଗତ ଚମ୍ପୁଆ ରେଞରେ ଥମୁନି ହାତୀଙ୍କ ଉପଦ୍ରବ। କିଛି ଦିନ ହେବ ଚମ୍ପୁଆ ରେଞ୍ଜର ବିଭିନ୍ନ ଗ୍ରାମ ଗୁଡିକରେ ହାତୀ ଉପଦ୍ରବ ଲାଗି ରହିଛି । ହାତୀ କେତେବେଳେ ଘର ଭାଙ୍ଗୁଛନ୍ତି ତ ଆଉ କେତେବେଳେ ଫସଲ ଖାଇବା ସହ ଦଳି ଚକଟି ନଷ୍ଟ କରୁଛନ୍ତି ତ ଆଉ କେତେବେଳେ ଲୋକଙ୍କ ଜୀବନ ନେଉଛି। ବନ ବିଭାଗ ହାତୀଙ୍କ ଗତିବିଧି ଉପରେ ନଜର ରଖିବା ସହିତ ଘଉଡାଇବା ପାଇଁ ଉଦ୍ୟମ କରୁଥିଲେ ବି ହାତୀପଲ ମାନୁନାହାନ୍ତି । ଗତ ଶନିବାର ରାତିରେ ୨୯ ଟିକିଆ ହାତୀପଲ ଚମ୍ପୁଆ ରେଞ୍ଜ, ରାଇଗୁଡ଼ି ଗାଁରେ ହାତୀ ଆତଙ୍କ ଖେଳେଇଛନ୍ତି । ହାତୀପଲରୁ ଏକ ଦନ୍ତା ହାତୀ ଗାଁ ଭିତରେ ପଶି ଆତଙ୍କ ସୃଷ୍ଟି କରିଥିଲା । ଏଥି ସହିତ ଘରେ ଥିବା ଧାନ ଚାଉଳ ଖାଇବା ସହ ଘରର ବିଭିନ୍ନ ଆସବାବପତ୍ର ଭାଙ୍ଗି ବ୍ୟାପକ କ୍ଷୟକ୍ଷତି କରିଛି ଦନ୍ତାହାତୀ । ତେବେ ଘଟଣା ସ୍ଥଳରେ ବନ କର୍ମଚାରୀ ବିଳମ୍ବରେ ପହଂଚି ଥିବା ଅଭିଯୋଗ ହୋଇଛି ।ଗତ କିଛିମାସ ହେବ ହାତୀପଲ ଚମ୍ପୁଆ ରେଞ୍ଜ ଅଞ୍ଚଳରେ ବ୍ୟାପକ କ୍ଷୟ କ୍ଷତି କରୁଥିଲେ ବି ହାତୀଙ୍କୁ ଘଉଡାଇବା ପାଇଁ ବନ ବିଭାଗ ଆବଶ୍ୟକୀୟ ପଦକ୍ଷେପ ନେଉ ନଥିବା ଲୋକେ ଅଭିଯୋଗ କରିଛନ୍ତି । ଏବେ ଏହି ହାତୀପଲ ବୈତରଣୀ ନଦୀକୂଳରେ ଡେରା ଜମାଇଥିବାବେଳେ ହାତୀ ପଲଙ୍କ ଗତିବିଧି ଉପରେ ନଜର ରଖିଛି ବନ ବିଭାଗ ।କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ।

Leave a Reply

Your email address will not be published. Required fields are marked *