Spread the love

ଭୁବନେଶ୍ୱର,୩।୯: ଓଡ଼ିଶା ସରକାର ବସୁନ୍ଧରା ଯୋଜନା ଅଧୀନରେ ଭୂମିହୀନ ଓ କମ୍ ଜମି ଥିବା ବ୍ୟକ୍ତିମାନଙ୍କୁ ଜମି ଯୋଗାଇବା ପାଇଁ ନୂଆ ଯୋଜନା ପ୍ରସ୍ତୁତ କରିଛନ୍ତି। ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଏହା ସୂଚନା ଦେଇଛନ୍ତି।

ମନ୍ତ୍ରୀ ପୂଜାରୀ କହିଛନ୍ତି, ‘୫ ବର୍ଷ ଭିତରେ ରାଜ୍ୟରେ କେହି ଜଣେ ଭୂମିହୀନ ବ୍ୟକ୍ତି ରହିବେ ନାହିଁ।’ଯେଉଁମାନଙ୍କର ୪ ଡିସିମିଲ୍‌ରୁ କମ୍ ଜମି ଥିବା, ସେମାନଙ୍କୁ ଜମି ମିଳିବ। ଜଙ୍ଗଲ ଜମିରେ ରହୁଥିବା ଜନଜାତି ବ୍ୟକ୍ତିମାନଙ୍କୁ ୧୦ ଡିସିମିଲ୍‌ ଜମି ପ୍ରଦାନ କରାଯିବ।

ଏହା ସହ ହୀରାକୁଦ ନିର୍ମାଣ ସମୟରେ ବିସ୍ଥାପିତ ହୋଇଥିବା ବ୍ୟକ୍ତିମାନଙ୍କୁ ଜମି ପଟ୍ଟା ମିଳିବ। ମନ୍ତ୍ରୀ କହିଛନ୍ତି, ୨୨ ହଜାରରୁ ଅଧିକ ଶିକ୍ଷାନୁଷ୍ଠାନକୁ ମଧ୍ୟ ସରକାର ଜମି ଯୋଗାଇଛନ୍ତି।ଏହି ଯୋଜନା ଓଡ଼ିଶାରେ ଭୂମିହୀନଙ୍କ ସମସ୍ୟା ସମାଧାନରେ ନୂଆ ଆଲୋକ ସୃଷ୍ଟି କରିବାକୁ ଆଶା କରାଯାଉଛି।

Leave a Reply

Your email address will not be published. Required fields are marked *