Spread the love

ଆସ୍ତା ଓ ବିଶ୍ୱାସ ର ମହାନ୍ ଗଣପର୍ବ ଛଟ୍ ପର୍ବ ଅତି ହର୍ଷ ଉଲ୍ଲାସ ସହକାରେ ପାଳନ

କେନ୍ଦୁଝର ଜିଲ୍ଲାର ଖଣିଜ କ୍ଷେତ୍ର ବଡ଼ବିଲ ପୌରାଞ୍ଚଳ ତଥା ବଡ଼ବିଲ ଥାନା ଅନ୍ତର୍ଗତ ରେ ଉତ୍ତର ଭାରତୀୟଙ୍କ ମହାନ୍ ଗଣପର୍ବ ଛଟ୍ ପର୍ବ ପାଳନ ହୋଇଯାଇଛି, ଏହି ପରିପ୍ରେକ୍ଷୀରେ ବଡ଼ବିଲ ଡେମ୍ ନିକଟରେ ଓ ବଡ଼ବିଲ କାରୋନଦୀ କୂଳରେ ଏହାକୁ ଅତି ଆଡ଼ମ୍ବର ସହକାରେ ପାଳନ କରାଯାଉଥିବା ଦେଖିବାକୁ ମିଳିଛି। ଏହି ପର୍ବକୁ ସୂର୍ଯୟନାରାୟଣ ଙ୍କ ଉଦ୍ଦେଶ୍ୟରେ ସମସ୍ତଙ୍କ ମଙ୍ଗଳ ମନାସୀ କରାଯାଉଥିବା ବେଳେ ଏହି ଅସ୍ତାର ପର୍ବକୁ ନିଷ୍ଟାର ସହ ପାଳନ କରିଲେ ନିସନ୍ତାନ କୁ ସନ୍ତାନ ପ୍ରାପ୍ତି ହେବାର ଅସ୍ତା ରହିଛି। ଦୀପାବଳି ର ପର ଦିନରୁ ଏହି ପର୍ବକୁ ପାଳନ କରାଯାଉଥିବା ବେଳେ ଶେଷ ଦୁଇ ଦିନରେ ପ୍ରଥମ ଦିନ ଅସ୍ତଗାମି ସୂର୍ଯୟନାରାୟଣ ଙ୍କୁ ଅର୍ଘ୍ୟ ଅର୍ପଣ କରି ପୂଜାର୍ଚ୍ଚନା କରାଯାଏ ଓ ଶେଷ ଦିନ ଉଦିତ ଗାମୀ ସୂର୍ଯୟନାରାୟଣ ଙ୍କୁ ନିଷ୍ଠାର ପୂଜାର୍ଚ୍ଚନା ଓ ବନ୍ଦାପନା କରି ଏହି ପୂଜାର ସମାପନ ହୋଇଥାଏ। ଏହି ପର୍ବକୁ ନେଇ ବଡ଼ବିଲ ପୌରାଞ୍ଚଳ ତଥା ବଡ଼ବିଲ ଥାନା ଅନ୍ତର୍ଗତ ବଡ଼ବିଲ ଡେମ୍ ନିକଟରେ ଓ ବଡ଼ବିଲ ୱାର୍ଡ଼ ନମ୍ବର୍ ବାର ନିକଟରେ ଥିବା ପୁଣ୍ୟତୋୟାକାରୋନଦୀ କୂଳରେ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ ଭକ୍ତମାନେ ଏକତ୍ରିତ ଏହି ପର୍ବକୁ ପାଳନ କରିଥିବା ଦେଖିବାକୁ ମିଳିଥିଲା, ଏବଂ ଏହାର ବିଶେଷ ମନୋଲୋଭା ଦୃଶ୍ୟ ଥିଲା ସୁଦୂର ବାରଣାସୀ ରୁ ଆସିଥିବା ପଣ୍ଡିତଙ୍କ ଦ୍ବାରା ଭବ୍ୟ ଗଙ୍ଗା ଆଳତୀ ର ମନ୍ତ୍ର ଧ୍ଵନି ଯେଉଁଥିରେ ସମସ୍ତ ଅଞ୍ଚଳରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଉଠିଥିଲା। କୌଣସି ପ୍ରକାରର ଅଘଟଣକୁ ଦୃଷ୍ଟିରେ ରଖି ପୂଜା କମିଟି, ଅଗ୍ନିଶମ ବିଭାଗ, ଆଞ୍ଚଳିକ ପ୍ରଶାସନ ଓ ପୋଲିସ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି କରଯାଇଥିଲା। କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ।

Leave a Reply

Your email address will not be published. Required fields are marked *