Spread the love

ସିଂହପୁର ଗ୍ରାମର ଗୃହରକ୍ଷୀ ସଂଜୀବଙ୍କ ଅକାଳ ବିୟୋଗ

ଯାଜପୁର – ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଳକ ଅନ୍ତର୍ଗତ ସିଂହପୁର ଗ୍ରାମର ବସନ୍ତ ମଲ୍ଲୀକଙ୍କ ପୁତ୍ର ବିଂଝାରପୁର ଥାନା ରେ କାର୍ଯ୍ୟରତ ଗୃହରକ୍ଷୀ ସଂଜୀବ ମଲ୍ଲୀକଙ୍କ ଅକାଳ ବିୟୋଗ ଘଟିଛି।ସେ ଦୀର୍ଘ ଦିନ ଧରି ବିଂଝାରପୁର ଥାନା ରେ କାର୍ଯ୍ୟରତ ଥିଲେ।ଗତ କିଛି ଦିନ ଧରି ସେ ଅସୁସ୍ଥ ହୋଇ ଚିକିତ୍ସିତ ହେଉଥିଲେ। ଗତକାଲି ବିଳମ୍ବିତ ରାତିରେ ତାଙ୍କର ଦେହାନ୍ତ ହୋଇଥିଲା। ସଂଜୀବଙ୍କ ବିୟୋଗରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି। ସଂଜିବ ଜଣେ କର୍ତ୍ତବ୍ୟନିଷ୍ଟ, ପରୋପକାରୀ,ଦରଦୀ ମଣୀଷ ଥିଲେ।ତାଙ୍କ ବିୟୋଗରେ ଖବର ପାଇ ଡିଏସପି ବାମଦେବ ନନ୍ଦ, ଆଇଆଇସି ରଞ୍ଜନ ମଲ୍ଲୀକ,ସରପଞ ଶଶାଙ୍କ ଶେଖର ଖିଲାର, ପୃର୍ବତନ ବ୍ଳକ ଅଧ୍ୟକ୍ଷ ତଥା ଜିଲ୍ଲା ପରିଷଦ ସଭ୍ୟ ନନ୍ଦକିଶୋର ସାମଲ, ସମାଜସେବୀ କୈଳାସ ସେଠି, ନିରଞ୍ଜନ ବେଉରିଆ, ସାମ୍ବାଦିକ ସରୋଜ ସାହୁ , ଶିକ୍ଷାବିତ କୃଷ୍ଣଚନ୍ଦ୍ର ଥାଟୋଇ, ଶିକ୍ଷାବିତ ସୁବାଷ ଚନ୍ଦ୍ର ପ୍ରଧାନ ପ୍ରମୁଖ ସଂଜୀବଙ୍କ ବାସଭବନରେ ପହଞ୍ଚି ଶେଷ ଦର୍ଶନ କରିବା ସହ ଗଭୀର ଶୋକ ପ୍ରକାଶ କରିଛନ୍ତି। ସଂଜୀବ ଙ୍କ ମରଶରୀରକୁ ଶୋଭାଯାତ୍ରାରେ ଗ୍ରାମ ପରିକ୍ରମଣ କରାଯାଇ ଅନ୍ତିମ ସଂସ୍କାର କରାଯାଇଥିଲା ଯାଜପୁର ରୁ ସରୋଜ କୁମାର ସାହୁଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ

Leave a Reply

Your email address will not be published. Required fields are marked *