Spread the love

ଢ଼େଙ୍କାନାଳ ସରକାରୀ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ସାତଦିନର ଜାତୀୟ ସେବା ଯୋଜନା ସ୍ଵତନ୍ତ୍ର ଶିବିର ଉଦଯାପିତ ।

ଢେଙ୍କାନାଳ ସରକାରୀ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ସପ୍ତଦିବସୀୟ ଜାତୀୟ ସେବା ଯୋଜନା ଶିବିର ଉଦଯାପିତ ହୋଇଯାଇଛି । ଅଧ୍ୟକ୍ଷା ଡ.ଶକୁନ୍ତଳା ଜେନାଙ୍କ ଅଧକ୍ଷତାରେ ଏବଂ ଉପଦେଷ୍ଟା ଡ. ଭୁବନେଶ୍ୱର ମୁଦୁଲିଙ୍କ ପରାମର୍ଶରେ ତଥା ଡ. ପଙ୍କଜ ବାରିକ୍ ଙ୍କ ତତ୍ୱାବଧାନରେ ଏହି ଶିବିର ସାତ ଦିନଧରି ଚାଲିଥିଲା। ସ୍ୱେଚ୍ଛାସେବୀ ମାନେ ସେମାନଙ୍କର ଦୈନଦିନ ପ୍ରାତଃ କାର୍ଯକ୍ରମ ଯୋଗ, ପ୍ରାର୍ଥନା,ବ୍ୟାୟାମ, ସହିତ ବିଦ୍ୟାଳୟ ପରିସର ସଫେଇ କରିବା ସହ ପୋଷ୍ୟ ଗ୍ରାମ ବୋରାପଦା ରେ ମଧ୍ୟ ସଫେଇ କାର୍ଯ୍ୟକ୍ରମ କରିଥିଲେ। ତତ୍ ସହିତ ସେମାନେ ଅଭିନୟ ମାଧ୍ୟମରେ ବାଲ୍ୟ ବିବାହ, ଶିଶୁ ଶ୍ରମିକ ପ୍ରଥା ର କୁ ପ୍ରଭାବ ଓ କୁ ପରିଣତି ବିଷୟରେ ଗ୍ରାମ ବାସୀଙ୍କୁ ନିଜ ଅଭିନୟ ମାଧ୍ୟମରେ ସଚେତନ କରିଥିଲେ। ଢ଼େଙ୍କାନାଳ ର ପ୍ରସିଦ୍ଧ ବଳରାମ ମନ୍ଦିର ଓ କୃଷକ ବଜାର ପରିସର ରେ ସଫେଇ କାର୍ଯ୍ୟକ୍ରମ କରିବା ସହ ସ୍ବେଛାସେବୀ ମାନେ ଢେଙ୍କାନାଳ ସହରରେ ବେଟି ବଚଓ, ବେଟି ପଢ଼ାଓ ରାଲି ମାଧ୍ୟମରେ ବେଟି ବାଚଓ ବେଟି ପଢାଓ ଅଭିଯାନ କୁ ଆଗକୁ ନେଇଥିଲେ।ଏହି ସାତଦିନରେ ଆୟୋଜିତ ହେଇଥିବା ବିଭିନ୍ନ ପାଠ୍ୟ କାର୍ଯ୍ୟକ୍ରମ ରେ ସେମାନଙ୍କର ସାମାଜିକ ତଥା ବ୍ୟବହାରିକ ଜ୍ଞାନର ବୃଦ୍ଧିପାଇଁ ବିଭିନ୍ନ ଅଭିଜ୍ଞ ଓ କୁଶଳୀ ପଦସ୍ତ ଅଧିକାରୀମାନେ ମାନସିକ ସ୍ବାସ୍ଥ୍ୟ ର ସୁରକ୍ଷା, ବ୍ୟକ୍ତିତ୍ଵ ର ବିକାଶ, HIV ଓ AIDS ବିଷୟରେ ସଚେତନତା, ଢ଼େଙ୍କାନାଳ ର ଐତିହ ଓ ପରମ୍ପରା, ପରିବେଶ ସୁରକ୍ଷା, ପରିଷ୍କାର ପରିଚ୍ଛନ୍ନତା, ସ୍ତନ କର୍କଟ, ସାପ ଦଂଶନ ର ଆସୁଚିକିତ୍ସା ଇତ୍ୟାଦି ପ୍ରାୟ 19 ଟି ବିଷୟରେ ଶିକ୍ଷା ଦେଇଥିଲେ।ଏହି ସାତଦିନିୟା ଶିବିରରେ ସ୍ବେଛାସେବୀ ମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ମାନ ଆୟୋଜନ କରାଯାଇଥିଲା। ଯଥା ଚିତ୍ରାଙ୍କନ, ବକୃତା, ଗୀତ, ନାଚ,ରଚନା ଲିଖନ, ସ୍ଲୋଗାନ ଲିଖନ ଭଳି ପ୍ରତିଯୋଗିତା ରେ କୃତିତ୍ୱ ଅର୍ଜନ କରିଥିବା ସ୍ବେଛାସେବୀ ମାନଙ୍କୁ ପ୍ରମାଣପାତ୍ର ସହିତ ପୁରସ୍କାର ପ୍ରଦାନ କରାଯାଇଥିଲା। ଏହି ଉଦଯାପନୀ ସଭାରେ ମୁଖ୍ୟ ଅଥିତି ଭାବେ ଢେଙ୍କାନାଳ ସ୍ୱୟଂ ଶାସିତ ମହାବିଦ୍ୟାଳୟର ଅଧକ୍ଷ ଡ.ପୂର୍ଣ୍ଣଚନ୍ଦ୍ର ବରାଳ ଏବଂ ଡ. ଦେବରାଜ ପରିଡା ( ପୂର୍ବତନ NSS ଜିଲ୍ଲା ପ୍ରକଳ୍ପ ଅଧିକାରୀ ) ଯୋଗଦେଇ ସ୍ବେଛାସେବୀ ମାନଙ୍କ କର୍ତ୍ତବ୍ୟ ଏବଂ NSS ର ମହତ୍ୱ ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ ଏବଂ ଏହି କାର୍ଯ୍ୟକମ ର ସଫଳ ରୂପାୟନ କରିଥିବାରୁ ଏହାର ଭୂୟସୀ ପ୍ରଶଂସା କରିଥିଲେ।

Leave a Reply

Your email address will not be published. Required fields are marked *

You missed