ସୁନାଶଗଡ଼ ମହିମାଧାମରେ ସନ୍ଧ୍ୟାସାଢ଼େ ୫ରେ ଜଳିଲା ଅଖଣ୍ଡବତି
ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଳକ ଅନ୍ତର୍ଗତ ନୂଆହତା ସୁନାଶଗଡ଼ ମହିମାଧାମରେ ଦୁଇଦିନିଆ ମାଘମେଳା ଆଜି ଆରମ୍ଭ ହୋଇଛି। ଆଜି ବ୍ରାହ୍ମମୁହୂର୍ତ୍ତରେ ଭିକ୍ଷା ମଣ୍ଡପରେ ପ୍ରଭୁଙ୍କୁ ଅମଣିଆ ଭୋଗ ଅର୍ପଣ କରାଯାଇଥିଲା। ସନ୍ଧ୍ୟା ସାଢ଼େ ୫ଟାରେ ଅଖଣ୍ଡ ବତି ପ୍ରଜ୍ଜ୍ଵଳନ ସହ ଧୁନି ସ୍ଥାପନ କରି ଜଗତର ମଙ୍ଗଳ କାମନା କରାଯାଇଥିଲା।
କୌପୀନଧାରୀ ମହିମା ସମାଜର ଧର୍ମାଧ୍ୟକ୍ଷ ବୈଷ୍ଣବ ବାବା, ଅନାଦି ବାବା, କୁନି ମାତାଙ୍କ ଉପସ୍ଥିତିରେ ଅଖଣ୍ଡ ବତି ପ୍ରଜ୍ଜଳ୍ପନ କରାଯାଇଥିଲା। ୨୧ ହାତିଆ, ୨ ହାତିଆ ଏବଂ ୫ ହାତିଆ ବତି ପ୍ରଜ୍ଜ୍ଵଳନ କରାଯାଇଥିଲା ‘ଅଲେଖ ମହିମା’ ଧ୍ବନିରେ ଅଞ୍ଚଳ ପ୍ରକମ୍ପିତ ହୋଇଥିଲା। ତାଳବାହାଳ, ବୀରବହାନପୁର, ନରେନ୍ଦ୍ରପୁର, ନୂଆହତା, ବୁଢାପଙ୍କ ତେନ୍ତୁଳିହତା, ଝଜିରବାହାଳ, ବନ୍ଦା, ବଅଁରପାଳ, ଖଳିବେରେଣା, ଗୋବର୍ଦ୍ଧନପୁର ଗ୍ରାମ ସମେତ ୫୦ ଟି ଭଜନ ମଣ୍ଡଳୀ ଯୋଗଦେଇ ଚିତ୍ତାକର୍ଷକ ଭଜନ ପରିବେଷଣ କରିଥିଲେ । ସନ୍ଧ୍ୟାରେ ଅନୁଗୋଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ ସୁନାଶଗଡ଼ ମହିମାଧାମରେ ଦର୍ଶନ ଆଶୀର୍ବାଦ ଭିକ୍ଷା ଫେରିଯାଇଥିଲେ l ସୁନାଶଗଡ଼ ମହିମାଧାମ ର ସଭାପତି ଦିଲୀପ ରାଉତ, ମଠ ସଂପାଦକ ଉଛବ ବେହେରା, ପରିଚାଳକ ଅକ୍ଷୟ କୁମାର ନାଏକ (ମିଟୁ )ଙ୍କ ସମେତ ଗ୍ରାମବାସୀମାନେ ଉତ୍ସବ ପରିଚାଳନା କରିଥିଲେ । ମେଳାରେ ମହେଶ୍ବର ବେହେରା, ଲିଙ୍ଗରାଜ ନାଏକ, ଉଦୟ ନାଏକ ପାତୁ ନାଏକ, ଦୋଳଗୋବିନ୍ଦ ନାୟକ, ଭାବଗ୍ରାହୀ ନାୟିକ, ଲୋଚନ ନାଏକ, ନରେଶ ନାଏକ, ପୂର୍ବତନ ମନ୍ତ୍ରୀ ଅଞ୍ଜଳି ବେହେରା, ସମାଜସେବୀ ଲକ୍ଷ୍ମୀଧର ବେହେରା, ସମାଜ ସେବୀ ଅଶୋକ ଧୀର ଙ୍କ ସମେତ ବହୁ ମାନ୍ୟଗଣ ବ୍ୟକ୍ତି ଯୋଗ ଦେଇଥିଲେ।



