Spread the love

ଗୋଠଛଡ଼ା ହାତୀ,ଶୁଣ୍ଢରେ ଟେକି ଫୋଫାଡିଦେଲା, ବ୍ୟକ୍ତି ଗୁରୁତର ଅବସ୍ଥାରେ ମେଡ଼ିକାଲ ରେ ଚିକିତ୍ସିତ।

କେନ୍ଦୁଝର ଜିଲ୍ଲା କେନ୍ଦୁଝର ବନଖଣ୍ଡରେ ଗୋଠ ଛଡ଼ା ହାତୀର ଉତ୍ପାତ, ଜୈନିକ ବ୍ୟକ୍ତିଙ୍କୁ ଶୁଣ୍ଢରେ ଟେକି ଫୋଫାଡି ଦେଲା। ଗୋଠଛଡ଼ା ହାତୀସହ ମୁହାଁମୁହିଁ । ଦୈଡି ପଳାଉଥିବା ବେଳେ ଶୂଣ୍ଢରେ ଟେକି ଫିଙ୍ଗି ଦେଲା ଗୋଠଛଡା ଦନ୍ତା। ଯୁବକ ଆହତ । କେନ୍ଦୁଝର ଜିଲ୍ଲା କେନ୍ଦୁଝର ବନଖଣ୍ଡ ଚମ୍ପୁଆ ରେଞ୍ଜ ରେ ଥମିବାର ନାଁ ଧରୁ ନାହିଁ ହାତୀ ଉପଦ୍ରବ। ଆଜି ଏକ ଗୋଠଛଡା ଦନ୍ତା ଆକ୍ରମଣରେ ଜଣେ ଆହତ ହେଇଥିବା ବେଳେ ଅଳ୍ପକେ ରକ୍ଷା ପାଇଛନ୍ତି। ସୂଚନା ଅନୁଯାୟୀ ପତଳା ଗ୍ରାମର ଜିତେନ୍ଦ୍ର ନାଏକ ଚମ୍ପୁଆ ବିଦ୍ୟୁତ ବିଭାଗ କାର୍ଯ୍ୟାଳୟରେ କାର୍ଯ୍ୟ କରନ୍ତି। ଆଜି ରାତିଡ୍ୟୁଟି ସାରି ବାଇକରେ ଘରକୂ ଫେରୁଥିବା ବେଳେ ଭୋର୍ ସମୟରେ ରଜିଆ ଜଙ୍ଗଲ ରାସ୍ତାରେ ରାସ୍ତା ଉପରେ ଛିଡା ହେଇଥିବା ଏକ ଗୋଠଛଡ଼ା ଦନ୍ତାହାତୀ ସହ ମୁହାଁମୁହିଁ ହେଇଥିଲେ । ହାତୀକୁ ସାମ୍ନାରେ ଦେଖି ବାଇକ୍ ବୁଲାଇ ପଳାଇବାକୁ ଚେଷ୍ଟା କରୁଥିବାବେଳେ ହାତୀ ତାକୁ ଦୈଡାଇ ଧରି ପକାଇ ଥିଲା । ତେବେ ଜିତେନ୍ଦ୍ରଙ୍କୁ ଶୁଣ୍ଢରେ ଟେକି ଫିଙ୍ଗି ଦେଇଥିଲା ଫଳରେ ଗୁରୁତର ଆହତ ହେଇଛନ୍ତି। ତାକୁ ଚମ୍ପୁଆ ଡାକ୍ତର ଖାନା ରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ସୂଚନାଯୋଗ୍ୟ କି ବନ ବିଭାଗ ମଧ୍ୟ ଏହି ହାତୀଟିର ଟେର ପାଉନଥିବା ବେଳେ ଏହି ଗୋଠ ଛଡ଼ା ହାତୀକୁ ନେଇ ଲୋକଙ୍କୁ ମଧ୍ୟ ସତର୍କ କରାଉନଥିବାରୁ ଏପରି ଅଘଟଣ ଘଟିଥିବା ଅଞ୍ଚଳରେ ଚର୍ଚ୍ଚା ହୁଏ।

କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ।

Leave a Reply

Your email address will not be published. Required fields are marked *

You missed