Spread the love

ବନଖଣ୍ଡ ସ୍ତରୀୟ ବନାଗ୍ନୀ ନିୟନ୍ତ୍ରଣ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ


କଳାହାଣ୍ଡି -୩/୨/ଜୁନାଗଡ଼ ବନାଞ୍ଚଳ ପକ୍ଷରୁ ବନଖଣ୍ଡ ସ୍ତରୀୟ ବନାଗ୍ନୀ ନିୟନ୍ତ୍ରଣ ପ୍ରଶିକ୍ଷଣ ଶିବିର ୨୦୨୬ଅନୁଷ୍ଠିତ ହୋଇଯାଇଛି l ସ୍ଥାନୀୟ ଜାରିଙ୍ଗ ନର୍ସରୀ ଠାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ଜୁନାଗଡ଼ ବନାଞ୍ଚଳ ଅଧିକାରୀ ସିମାଞ୍ଚଳ ମିଶ୍ର ସଭାପତିତ୍ୱ କରିଥିଲେ l ଏଥିରେ କଳାହାଣ୍ଡି ଦକ୍ଷିଣ ବନଖଣ୍ଡ ଅଧିକାରୀ ଶ୍ରୀ ଆର କଲେଇ ମେନନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଅଗ୍ନି ନିର୍ବାପକ ସମ୍ବନ୍ଧରେ ବିଭିନ୍ନ ତଥ୍ୟ ଉପସ୍ଥାପନ କରି ଉପସ୍ଥିତ କର୍ମଚାରୀ ଙ୍କୁ ଅବଗତ କରିଥିଲେ l ଏହି ଶିବିର ରେ ଦକ୍ଷିଣ ବନଖଣ୍ଡ ଅଧିନସ୍ଥ ଉପସ୍ଥିତ କର୍ମଚାରୀ ମାନଙ୍କୁ ଅଗ୍ନି ନିର୍ବାପକ ଉପରେ ପ୍ରଶିକ୍ଷଣ ଦିଆଯାଇଥିଲା l

ଅନ୍ୟ ମାନଙ୍କ ମଧ୍ୟରେ ଏ ସି ଏଫ ଓମକାର ଦାସ ମେଡିକାଲ ଅଫିସର ଶ୍ରୀ ଭଗବାନ ପଣ୍ଡା, ଫାଆର ଅଫିସର ଉପସ୍ଥିର ରହି ସମସ୍ତ ଙ୍କୁ ଉତ୍ସାହିତ କରିଥିବା ବେଳେ ଫରେଷ୍ଟର ଶ୍ରୀକାନ୍ତ ପଟ୍ଟନାୟକ, ଶ୍ରୀକାଁହୁ ଚରଣ ତ୍ରିପାଠୀ, ଶ୍ରୀ ବଳରାମ ଭୋଇ ପ୍ରମୁଖ ସକ୍ରିୟ ସହଯୋଗ କରିଥିଲେ। lକଲାହାଣ୍ଡି ଜୁନାଗଡ ରୁ ବାଲେଶ୍ଵର ସୁନାନୀଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ।

Leave a Reply

Your email address will not be published. Required fields are marked *

You missed