Spread the love

ପିପୁଲ ଫର ଆନିମଲ୍ସ ତରଫରୁ ବାଇକ୍ ଜରିଆରେ ପ୍ରାଣୀ କଲ୍ୟାଣ ଏବଂ ଅଧିକାର ପାଇଁ ତାଳଚେରରୁ ରାଷ୍ଟ୍ରପତି ଭବନ ଗସ୍ତ

ତାଳଚେର ପ୍ରାଣୀ ସମାଜ ବିଭିନ୍ନ କାରଣ ପାଇଁ ଅତ୍ୟାଚାରିତ I ଶିଳ୍ପାୟନ ଦ୍ୱାରା ବିସ୍ଥାପିତ, ଦୈନନ୍ଦିନ ଦୁର୍ଘଟଣା, ପ୍ରଦୂଷଣ ଦ୍ୱାରା ଅସାଧ୍ୟ ରୋଗରେ ଆକ୍ରାନ୍ତ, ପ୍ରାଣୀ ଆଇନର କାର୍ଯ୍ୟକାରିତା ଅଭାବ, ପ୍ରାଣୀ କଲ୍ୟାଣ ମୂଳକ କାର୍ଯ୍ୟକ୍ରମ ପ୍ରତି ବିମୁଖତା ଇତ୍ୟାଦି ପ୍ରାଣୀ-ମନୁଷ୍ୟ ସଂଘର୍ଷ ବୃଦ୍ଧି ଘଟାଇଅଛି I ଏଥିପାଇଁ ଉଭୟଙ୍କର ଜୀବନହାନୀ ଘଟି ଚାଲିଥିବା ବେଳେ ସରକାର କୁମ୍ଭକର୍ଣ୍ଣ ନିଦ୍ରାରେ। ତେବେ ପିପୁଲ ଫର ଆନିମଲ୍ସ ସଙ୍ଗଠନ ଏ ସମସ୍ତ ବିଷୟକୁ ନେଇ ୨୦୧୦ ମସିହାରୁ ଅଦ୍ୟାବଧି ସ୍ୱର ଉତ୍ତୋଳନ କରିଚାଲିବା ସହ ମାନ୍ୟବର ମୂଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ ଏବଂ ପତ୍ର ଜରିଆରେ ଅବଗତ କରାଯାଇଛି। ତେବେ ଏଥିପାଇଁ ଆନ୍ତରିକତା ଅଭାବ ଅନୁଭବ ହେବା ସହ ସରକାରଙ୍କ ବିଭିନ୍ନ ପ୍ରାଣୀ କଲ୍ୟାଣ ଯୋଜନାକୁ କାର୍ଯ୍ୟକାରୀ କରିବାକୁ ବୈମାତୃକ ମନୋଭାବ ପୋଷଣ କରାଯାଉଛି I

ଜିଲ୍ଲାପାଳ,ଜୀବ ନିଷ୍ଠୁରତା ନିରୋଧକ ସମିତିର ଅଧ୍ୟକ୍ଷ ଓ ଆରକ୍ଷୀ ଅଧିକ୍ଷକ ଉପାଧ୍ୟକ୍ଷ , ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ସମ୍ପାଦକ ରହିଥିବା ବେଳେ ପରିବହନ ବିଭାଗ, ଶିକ୍ଷା ବିଭାଗ, ବନ ବିଭାଗ ସହିତ ସମସ୍ତ ସରକାରୀ ବିଭାଗ ଏହି ସମିତିର ପରିଚାଳନା କମିଟିର ସଭ୍ୟ ଥିବା ସତ୍ତ୍ଵେ ଏହି ସମିତି ନିଜର ଅସ୍ତିତ୍ଵ ହରାଇ ବସିଛି I ଏଣୁ ଏସବୁକୁ ହୃଦବୋଧ କରି ପ୍ରାଣୀ ସମାଜର କଲ୍ୟାଣ, ଅଧିକାର ପାଇଁ ଦେଶର ରାଷ୍ଟ୍ରପତି ତଥା ପ୍ରଥମ ନାଗରିକଙ୍କୁ ନିବେଦନ କରିବା ଉଦ୍ଦେଶ୍ୟ ନେଇ ପିପୁଲ୍ସ ଫର ଆନିମଲ୍ସର ୪ ଜଣ ସଦସ୍ୟ ଆଜି ବାଇକ ଯୋଗେ ନୁଆଦିଲ୍ଲୀ ଯାତ୍ରା ଆରମ୍ଭ କରିଛନ୍ତି। ତାଳଚେର ଟାଉନ ସ୍ଥିତ ଜଗନ୍ନାଥ ମନ୍ଦିର ସମ୍ମୁଖରୁ ଏହି ଆରମ୍ଭ ହୋଇଛି I ସମାଜସେବୀ ତଥା ବିଜେପି ଯୁବ ନେତା ବିଭୂତି ସାହୁ ଏହି ସଦସ୍ୟମାନଙ୍କୁ ଉତ୍ତରୀୟ ଦେଇ ଶୁଭକାମନା ଜଣାଇଥିଲେ। ସେହିପରି ବୈଦ୍ୟୁତିକ ଗଣମାଧ୍ୟମର ପ୍ରତିନିଧି ବିଘ୍ନେଶ୍ୱର ସାହୁ,ଦିଲିପ ପ୍ରଧାନ, ସୋମନାଥ ମହାପାତ୍ର, ମୋହନ ସାମନ୍ତ, ଓ ବସନ୍ତ ନାୟକ ପ୍ରମୁଖ ସଦସ୍ୟ ମାନଙ୍କୁ ଉତ୍ତରୀୟ ଦେଇ ଶୁଭକାମନା ଜଣାଇଥିଲେ । ପିପୁଲ ଫର ଆନିମଲ୍ସ ର ସଂପାଦକ
କୁନା କୁମାର ସାହୁ, ଈଶ୍ୱର ସାହୁ, ମଳୟ ରଞ୍ଜନ ପ୍ରଧାନ ଏବଂ ଅଭିରାମ ଖୁଣ୍ଟିଆ ତାଳଚେର ପରିବେଶ ସଂରକ୍ଷଣ ଏବଂ ପ୍ରାଣୀ କଲ୍ୟାଣ, ଅଧିକାର ଇତ୍ୟାଦି ପାଇଁ ଏହି ଯାତ୍ରା ଆରମ୍ଭ କରିଛନ୍ତି I ଏକ ୨୩ ଦଫା ଦାବି ସମ୍ବଳିତ ସ୍ମାରକପତ୍ର ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟି ଉପସ୍ଥାପନ କରିବାର ସେମାନଙ୍କର ଅଭିଳାଷ ରହିଛି । ସେଥିମଧ୍ୟରୁ ତାଳଚେର ପ୍ରାଣୀ ସମାଜଙ୍କ ପାଇଁ ୨୪ ଘଣ୍ଟିଆ ହେଲ୍ପ ଲାଇନ ବ୍ୟବସ୍ଥା, ଦୁର୍ଘଟଣାଗ୍ରସ୍ତ ଏବଂ ଅସୁସ୍ଥ ପ୍ରାଣୀଙ୍କ ସୁସ୍ଥ ହେବା ପର୍ଯ୍ୟନ୍ତ ଚିକିତ୍ସା, ଖାଦ୍ୟପେୟ ଏବଂ ଆଶ୍ରୟସ୍ଥଳୀ, ଶିଳ୍ପାୟନ ଦ୍ୱାରା ବିସ୍ଥାପିତ ହେଉଥିବା ପ୍ରାଣୀଙ୍କ ପାଇଁ କଲ୍ୟାଣମୂଳକ କାର୍ଯ୍ୟକ୍ରମ, ପ୍ରାଣୀ ଆଇନର ସଚେତନତା ଓ କାର୍ଯ୍ୟକାରିତା ପାଇଁ ପଦକ୍ଷେପ, ନେଇଛନ୍ତି।

Leave a Reply

Your email address will not be published. Required fields are marked *

You missed