Spread the love

ରିଭୁ ପ୍ରୋଗ୍ରାମ ରେ ଲୋକଙ୍କପ୍ରତିବାଦ ରେ ଆଲୋଚନା କିଛି ସମୟ ସ୍ଥକିତ ରହି ଥିବା ବେଳେ ପୁଣି ଆଉ ଥରେ ଆଲୋଚନା ହୋଇଥିଲା


ଗୋଲାମୁଣ୍ଡା/୬/୨/୨୬/ଆଜି ଗୋଲାମୁଣ୍ଡା ବ୍ଲକ ସଭା ଗୃହରେ ରିଭୂ ବୈଠକ ଅନୁଷ୍ଠିତ ହୋଇ ଥିଲା, ଏହି ବୈଠକରେ ଗୋଲାମୁଣ୍ଡା ବ୍ଲକ ବିଡ଼ିଓ ତ୍ରିପୁରା ମହାନନ୍ଦ ଙ୍କ ନେତୃତ୍ବରେ ସଭା ଆୟୋଜନ ହୋଇଥିଲା ବେଳେ ମୂଖ୍ୟ ଅତିଥି ଭାବେ ଜୁନାଗଡ଼ ବିଧାୟକ ଦିବ୍ୟ ଶଙ୍କର ମିଶ୍ର, ଗୋଲାମୁଣ୍ଡା ବ୍ଲକ ଅଧକ୍ଷ ଶ୍ରୀଯୁକ୍ତ ବିନ୍ଦୁ ମହାନନ୍ଦ, ଗୋଲାମୁଣ୍ଡା ବ୍ଲକ ଜିଲ୍ଲା ପରିଷଦସଭ୍ୟା ହେମାଙ୍ଗିନି ରାଉତ,କେ ଗାଁ ଜୋନ ଜିଲ୍ଲା ପରିଷଦ ସଦସ୍ୟ ଜୟ ସେନ ସାହୁ, ଅତିରିକ୍ତ ତହସିଲ ଦାର ପ୍ରମୁଖ ମଞ୍ଚରେ ମଞ୍ଚାସିନ ଥିଲେ , ପ୍ରତି ବିଭାଗର କର୍ମଚାରୀ ମାନେ ବୈଠକରେ ଉପସ୍ଥିତ ଥିଲେ, ଏହି ପରିପ୍ରେକ୍ଷୀରେ ବିଡ଼ିଓ ତ୍ରିପୁରା ମହାନନ୍ଦ ସ୍ୱାଗତ ଭାଷଣ ଦେଇଥିବା ବେଳେ, ବ୍ଲକ ଅଧ୍ୟକ୍ଷ ଶ୍ରୀଯୁକ୍ତ ବିନ୍ଦୁ ମହାନନ୍ଦ ଙ୍କ ମଧ୍ୟ ସମସ୍ତ ଙ୍କ ପ୍ରତି ଶୁଭେଛା ଜ୍ଞାପନ କରିଥିଲେ ଓ ଏହା ପରେ କୃଷି ଅଧିକାରୀ ନୌ କିଶୋର ନାଗ ଙ୍କ କିଛି ବକ୍ତବ୍ୟ ଦେଇ ଥିବା ବେଳେ ସଭା ଗୃହରେ ବହୁ ସଂଖ୍ୟକ ଭାବେ ମହିଳା ଓ ପୁରୁଷ ମାନେ ପଶି ଆସି ନାରା ବାଜି ଦେଇ ବିବାଦ ସୃଷ୍ଟି ଦେଖା ଦେଇଥିଲା , ପୋଲିସ ପକ୍ଷରୁ ମଧ୍ୟ ଶାନ୍ତି ଶୃଙ୍ଖଳା ରକ୍ଷା କରି ଥିଲେ ମଧ୍ୟ ତୀବ୍ରତର ଭାବେ ପାଟି ତୁଣ୍ଡ ହୋଇ ମଞ୍ଚ ନିକଟକୁ ଆସି ପ୍ରତିବାଦ କରି ଥିଲେ , ଏହା ପରେ ଗୋଲାମୁଣ୍ଡା ଥାନା ଅଧିକାରୀ ସହ ଦଳବଳ ଆସି ବିବାଦୀୟ କାରୀ ମାନଙ୍କୁ ଘଉଡାଇ ଦେଇଥିଲେ , ପୋଲିସର ବହୁ ଚେଷ୍ଟା ପରେ ଶାନ୍ତି ଫେରି ଆସି ଥିଲା, ପରି ଶେଷରେ ମାନ୍ୟବର ବିଧାୟକ ଶ୍ରୀ ଯୁକ୍ତ ଦିବ୍ୟ ଶଙ୍କର ମିଶ୍ର ସମସ୍ତ ବିଭାଗର କର୍ମଚାରୀ ମାନଙ୍କୁ ନିଜ ନିଜର ସମସ୍ୟା ଉପରେ ବକ୍ତବ୍ୟ ପ୍ରଦାନ କରନ୍ତୁ ବୋଲି ଅନୁରୋଧ କରିଥିଲେ, ଏହା ପରେ ବିଭିନ୍ନ ଦାୟିତ୍ୱରେ ଥିବା କର୍ମ ଚାରି ମାନେ ସୁନ୍ଦର ଭାବେ ବକ୍ତବ୍ୟ ପ୍ରଦାନ କରିଥିଲେ, ପରି ଶେଷରେ ବିଡ଼ିଓ ତ୍ରିପୁରା ମହାନନ୍ଦ, ବ୍ଲକ ଅଧ୍ୟକ୍ଷ ଶ୍ରୀଯୁକ୍ତ ବିନ୍ଦୁ ମହାନନ୍ଦ, ଅତିରିକ୍ତ ତହସିଲଦାର , ଜିଲ୍ଲାପରିଷଦ ସଭ୍ୟା, ସଭ୍ୟ ଓ ସମସ୍ତ କର୍ମଚାରୀ ମାନଙ୍କୁ ଧନ୍ୟବାଦ୍ ଜ୍ଞାପନ ଜଣାଇ ସଭା ସାଙ୍ଗ କରି ଥିଲେ,ଆସନ୍ତୁ ଶୁଣିବା ବିଧାୟକ ଶ୍ରୀ ଯୁକ୍ତ ଦିବ୍ୟ ଶଙ୍କର ମିଶ୍ର ଙ୍କ ଆଜିର ରୀଭୁ ବୈଠକର ପ୍ରତିକ୍ରିୟା,

ଧର୍ମଗଡ଼ ଉପଖଣ୍ଡ ପ୍ରତିନଧି କପୁରଚନ ସେଠିଆଙ୍କ ରିପୋଟ ଜାଗ୍ରତ ଭାରତନିଉଜ

Leave a Reply

Your email address will not be published. Required fields are marked *

You missed