Spread the love

ଶିକ୍ଷାବିତ୍ ସ୍ଵର୍ଗତ ଧରଣୀଧର ନାୟକ ଙ୍କ ସ୍ମୃତି ଚାରଣ ସଭା


ସିଂହପୁର, ତା ୦୬-୦୨-୨୦୨୬: ବିଞ୍ଝାରପୁର ଥାନା ଅନ୍ତର୍ଗତ ମଧୁସୂଦନ ପୁର ପଞ୍ଚାୟତର ସୁନ୍ଦର ପୁର ଗ୍ରାମର ଶିକ୍ଷାବିତ୍ ସ୍ଵର୍ଗତ ଧରଣୀଧର ନାୟକ ଏ କାଧାରରେ ଜଣେ ଆଦର୍ଶ ଶିକ୍ଷକ, ସୁସଂଗଠକ, ଧର୍ମପରାୟଣ, ଅମାୟିକ ବ୍ୟକ୍ତି ଥିଲେ l ତାଙ୍କର ଛାତ୍ର ବତ୍ସଳତା ,ସମୟାନୁବର୍ତ୍ତିତା ଓ ମାର୍ଜିତ ଆଚରଣ ଓ ଉଚ୍ଚାରଣ ପାଇଁ ସେ ଅଞ୍ଚଳ ବାସୀଙ୍କ ଶ୍ରଦ୍ଧା ଓ ସମ୍ମାନର ପାତ୍ର ହୋଇ ପାରିଥିଲେ ବୋଲି ତାଙ୍କ ସ୍ମୃତି ସଭାରେ ଯୋଗ ଦେଇ ଅତିଥିମାନେ ବର୍ଣ୍ଣନା କରିଥିଲେ l ବରିଷ୍ଠ ଶିକ୍ଷାବିତ୍ କବି ଶ୍ରୀ ଗଦାଧର ପଢ଼ିହାରୀଙ୍କ ଅଧ୍ୟକ୍ଷ ତାରେ ତାଙ୍କ ସୁନ୍ଦର ପୁର ବାସଭବନରେ ଅନୁଷ୍ଠିତ ସ୍ମୃତିଚାରଣ ସଭାରେ ଶିକ୍ଷାବିତ୍ ଶ୍ରୀ ବିଷ୍ନୁ ଚରଣ ସାହାଣୀ, ଖରସ୍ରୋତା ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ବ୍ରଜକିଶୋର ସାହୁ, ସରପଞ୍ଚ ସୁଚିତ୍ରା ମଲ୍ଲିକ, ସରପଞ୍ଚ ଅଟଳ ବିହାରୀ ନାୟକ, ପୂର୍ବତନ ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ବିଷ୍ନୁ ଚରଣ ସୂତାର, ସୁଲେଖକ ଶ୍ରୀ ନିରଞ୍ଜନ ବେହେରା, ସମିତି ସଭ୍ୟ ଶ୍ରୀ ସନ୍ତୋଷ କୁମାର ବେହୁରିଆ, ଶିକ୍ଷାବିତ୍ ପୁରୁଷୋତ୍ତମ ରଥ, ଆଡଭୋକେଟ ଅଜାମ୍ବର ମଲ୍ଲିକ, ପ୍ରାକ୍ତନ ଅଧ୍ୟକ୍ଷ ଡ. ବିଜୟ କୁମାର ନାୟକ, ଅଧ୍ୟାପକ ପୂର୍ଣ୍ଣ ଚନ୍ଦ୍ର ସାମଲ, ପୂର୍ବତନ ପ୍ରଧାନ ଶିକ୍ଷକ ଶ୍ରୀ ସାଧୁଚରଣ ସାମଲ, ପ୍ରାକ୍ତନ ଅଧ୍ୟକ୍ଷ ଡ. ଦେବପ୍ରସାଦ ସାମଲ, ଶିକ୍ଷକ ଭାରତ ଭୂଷଣ ମଲ୍ଲିକ, ପ୍ରାକ୍ତନ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀ ସୁଶାନ୍ତ କୁମାର ମିଶ୍ର, ପ୍ରଧାନ ଶିକ୍ଷକ ପ୍ରଫୁଲ୍ଲ କୁମାର ସାମଲ, ସମାଜସେବୀ ଶ୍ରୀ ଭୁବନାନନ୍ଦ ସାମଲ, ଇଞ୍ଜିନିୟର ଭବବିରଞ୍ଚି ନାରାୟଣ ମହାନ୍ତି, ଶିକ୍ଷକ ଅଜୟ କୁମାର ସାମଲ, ପ୍ରଧାନ ଶିକ୍ଷକ ଅକ୍ଷୟ କୁମାର ସେଠୀ, ଶିକ୍ଷକ ଜିତେନ୍ଦ୍ର ସେଠ ,ସମାଜସେବୀ ନିମାଇଁ ଚରଣ ରାୟ, ପ୍ରାଧ୍ୟାପକ ଶ୍ରୀକାନ୍ତ ନାୟକ, ଶ୍ରୀମତୀ ଦୀପ୍ତି ପ୍ରଭା ନାୟକ, କନ୍ୟା ଯମୁନା ମଲ୍ଲିକ, ସୁମିତ୍ରା ସାମଲ, ନାତୁଣୀ ଦୀପା, ଦେବପ୍ରିୟା ,ସବିତା, ଜ୍ୱାଇଁମାନେ ,ଆତ୍ମୀୟ ସ୍ଵଜନ , ଭାଇମାନେ, ପୁତ୍ର ରମାକାନ୍ତ,ଅକ୍ଷୟ, ହେମନ୍ତ, ଦେବକାନ୍ତ ,ଚନ୍ଦକାନ୍ତ ,ଅସିତ,ଓ ଗ୍ରାମବାସୀଙ୍କ ସମେତ ଅନେକ ଶ୍ରଦ୍ଧାଳ ସ୍ମୃତି ଚାରଣ କରିଥିଲେ l ଭାଇ ରଙ୍ଗାଧର, ସୁରେଶ, କରୁଣାକର, ଉମେଶ, ସୁଭାଷ, ମାୟାଧର ସଭା ପରିଚାଳନା କରିଥିଲେ l ପ୍ରଥମେ ଭଜନ ସଙ୍ଗୀତ ମାଧବାନନ୍ଦ ଦାଶ ଓ ସାଥୀମାନେ ପରିବେଷଣ କରିଥିଲେ l ଧରଣୀଧର ନାୟକ ସ୍ମୃତି ସମ୍ମାନ-୨୦୨୬ ପାଞ୍ଚ ଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ପ୍ରଦାନ କରାଯାଇଥିଲା l ଶ୍ରୀଯୁକ୍ତ ପଣ୍ଡିତ ବନମାଳୀ ପତି ବେଦ ପାଠ କରିଥିଲେ l

Leave a Reply

Your email address will not be published. Required fields are marked *

You missed