Spread the love

ଗାଧେଇବା କୁ ଯାଇ କେନାଲ ରେ ବୁଡି ସ୍ୱାମୀ ମୃତ ସ୍ତ୍ରୀ ଗୁରୁତର

ଅନୁଗୁଳ /ତାଳଚେର :ତା 28/02/2026: ଅନୁଗୁଳ ଜିଲ୍ଲା ବନରପାଳ ବ୍ଲକ ଭଗୋବେରିଣୀ ପଂଚାୟତ ର ପାଣିଓଳା ଗ୍ରାମରେ ଆଜି ଶନିବାର ଏକ ଅଘଟଣ ଘଟି ଜଣେ ମୃତ୍ୟୁ ବରଣ କରିଛନ୍ତି |ଉକ୍ତ ଗ୍ରାମର ପ୍ରସନ୍ନ ସାମଲ (68) ଆଜି ସକାଳ ପାହାନ୍ତାରୁ ସବୁଦିନ ଭଳି ନିକଟସ୍ଥ କେନାଲ କୁ ଗାଧେଇ ବାକୁ ଯାଇଥିଲେ |ସେଠାରେ ଗାଧୋଉଥିବା ସମୟରେ ଗୋଡ଼ ଖସି ଯିବାରୁ ଗଭୀର ପାଣି ଭିତରେ ବୁଡି ଯାଇଥିଲେ |କିଛି ସମୟ ପରେ ତାଙ୍କର ଧର୍ମପତ୍ନୀ ବିଦୁଲତା ସାମଲ ସେହି ସ୍ଥାନକୁ ଗାଧେଇବାକୁ ଆସି ସ୍ୱାମୀ ପାଣି ରେ ଭାସୁ ଥିବା ଦେଖି ପାଣି ଭିତରକୁ ଡେ଼ଇଁ ସ୍ୱାମୀ ଙ୍କୁ ଉଦ୍ଧାର କରିବାକୁ ଯାଇ ସେ ଗୁରୁତର ହୋଇ ପାଣି ଭିତରେ ବୁଡି ଯାଇଥିଲେ |ସେହି ସମୟରେ କିଛି ସ୍ଥାନୀୟ ଲୋକ ପାଟି ଶୁଣି ଆସି ଦୁଇ ଜଣ ଙ୍କୁ ପାଣିରୁ ଉଦ୍ଧାର କରିଥିଲେ |ସ୍ୱାମୀ ପ୍ରସନ୍ନ ଅଚେତ ଥିବାରୁ ତାଙ୍କୁ ସଙ୍ଗେ ସଙ୍ଗେ ତାଳଚେର ଉପଖଣ୍ଡ ସରକାରୀ ଡାକ୍ତର ଖାନା କୁ ଆଣିଥିଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ |ତାଙ୍କର ଧର୍ମପତ୍ନୀ ବିଦୁଲତା ଗୁରୁତ୍ବର ଥିବାରୁ ତାଙ୍କୁ ଅନୁଗୁଳ ଜିଲ୍ଲା ଚିକିତ୍ସାଳୟ କୁ ନିଆଯାଇଥିଲା |ସେଠାରେ ତାଙ୍କର ଚିକିତ୍ସା ଚାଲୁ ରହିଛି |
ଏ ଖବର ପାଇ ତାଳଚେର ମେଡିକାଲ ରେ ବିଜେପି ଜୋନାଲ ମିଡ଼ିଆ ସେଲ ସଂଯୋଜକ ପର୍ଶୁରାମ ବାରିକ, ସ୍ଥାନୀୟ ସରପଞ୍ଚ ଚାପିଲିନ ସାହୁ, ବନରପାଳ ମଣ୍ଡଳ ଉପ ସଭାପତି ଶରତ ସାମଲ, କୋଷାଧକ୍ଷ ପୂର୍ଣଚନ୍ଦ୍ର ସାହୁ, ବରିଷ୍ଠ ନେତା ଜଗଦୀଶ ମିଶ୍ର,ସୁନୀଲ ପଟ୍ଟନାୟକ ଓ ବହୁ ଗ୍ରାମବାସୀ ପ୍ରମୁଖ ପହଂଚି ଘଟଣା ସମ୍ପର୍କ ରେ ବୁଝି ଶୋକ ବ୍ୟକ୍ତ କରିବା ସହ ପୋଲିସ, ପ୍ରଶାସନ ଓ ଡାକ୍ତର ଙ୍କ ସହ କଥା ହୋଇ ଥିଲେ |ଵିଧି ମୁତାବକ ସରକାରୀ ସାହାର୍ଯ୍ୟ ଯୋଗାଇ ଦେବାକୁ ପ୍ରଶାସନିକ ଅଧିକାରୀ ଙ୍କ ସହ ଜୋନାଲ ମିଡ଼ିଆ ସେଲ ସଂଯୋଜକ ଶ୍ରୀ ବାରିକ ଆଲୋଚନା କରିଥିଲେ |

Leave a Reply

Your email address will not be published. Required fields are marked *