ପ୍ରଥମ ବାର୍ଷିକ ଶ୍ରାଦ୍ଧ ଦିବସ ପାଳିତ ଓ ଗୀତା ଯଜ୍ଞ ଅନୁଷ୍ଠିତ
ଯାଜପୁର – ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଳକ ଅନ୍ତର୍ଗତ ଚନ୍ଦ୍ର ମୁଁ ପଞ୍ଚାୟତର ଜଗନ୍ନାଥପୁର ଗାଁର ସମାଜସେବୀକା , ପରୋପକାରୀ, ଧର୍ମପରାୟଣ ବ୍ୟକ୍ତି,ଅମାୟିକ ଏବଂ ଲୋକପ୍ରିୟ ରୁକ୍ମିଣୀ ଦେବୀ ସାମଲଙ୍କ ପ୍ରଥମ ବାର୍ଷିକ ଶ୍ରାଦ୍ଧ ଦିବସରେ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ସଭା ଓ ଗୀତା ଯଜ୍ଞ ଏବଂ ଅଷ୍ଟମ ପ୍ରହର ନାମ ଯଜ୍ଞ ଆଦି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପଣ୍ଡିତ ଭିକାରୀ ଚରଣ ମିଶ୍ରଙ୍କ ପରିଚାଳନାରେ ଗୀତା ଯଜ୍ଞ ଅନୁଷ୍ଠିତ ହୋଇଥିଲା।ପରେ ଶ୍ରଦ୍ଧାଞ୍ଜଳି ସଭାରେ ତ୍ରୈଲୋକ୍ୟ ନାଥ ସାମଲ, ମହେଶ୍ୱର ସାମଲ,ଶ୍ରୀଧର ସାମଲ,କିଶୋର ଦ୍ଵିବେଦୀ, କରୁଣାକର ଦ୍ଵିବେଦୀ,ସଙ୍ଗିତଜ୍ଞ ମାଧବାନନ୍ଦ ଦାସ,ସବୁଜ ଓଡିଶାର ସଂପାଦକ ଓ ସାମ୍ବାଦିକ ସରୋଜ କୁମାର ସାହୁ,ଲେଲିନ ଦାଶ, ମୁକ୍ତେଶ୍ଵର ସାମଲ, ଅକ୍ଷୟ,ଭାରତୀ, ପ୍ରମୁଖ ଯୋଗଦେଇ ସ୍ବର୍ଗତ ରୁକ୍ମିଣୀ ଦେବୀ ସାମଲଙ୍କ ଉପରେ ବହୁ କଥା ଆଲୋଚନା କରିଥିଲେ। ସମସ୍ତ ଅତିଥି ମାନଙ୍କୁ ଉତରିୟ ଗୀତାବହୀ ଦିଆଯାଇ ସମ୍ମାନିତ କରାଯାଇଥିଲା।।ଏ ସମସ୍ତ କାର୍ଯ୍ୟକ୍ରମକୁ ସାମଲ ପରିବାର ଓ ବନ୍ଧୁମାନଙ୍କ ପକ୍ଷରୁ ପରିଚାଳନା କରାଯାଇଥିଲା।

