Spread the love

ଓଡ଼ିଆ ପକ୍ଷ ପାଳନ ଅବସରରେ ଦଶରଥପୁର,ସଂସ୍କୃତି ଭବନରେ ଜିଲ୍ଲା ସ୍ତରୀୟ ସାହିତ୍ୟ ଆସର ଅନୁଷ୍ଠିତ…

ପବିତ୍ର ପଣା ସଂକ୍ରାନ୍ତି ଦିନ ଓଡ଼ିଆ ପକ୍ଷ ପାଳନର ଅନ୍ତିମ ଦିବସ ଅବସରରେ ଦଶରଥପୁର ସ୍ଥିତ ସଂସ୍କୃତି ଭବନ ପରିସରରେ ପ୍ରାଧ୍ୟାପକ ଉମାକାନ୍ତ ସାହୁଙ୍କ ସଭାପତିତ୍ବରେ ଏକ ଜିଲ୍ଲା ସ୍ତରୀୟ ସାହିତ୍ୟ ଆସର ଅନୁଷ୍ଠିତ ହୋଇଯାଇଛି।ଏହି ଆସରରେ ମୁଖ୍ୟ ଅତିଥି ଭାବେ ଓଡ଼ିଶା ସାହିତ୍ୟ ଏକାଡେ଼ମୀ ପୁରସ୍କାର ପ୍ରାପ୍ତ ଲେଖକ ନିତ୍ୟାନନ୍ଦ ପଣ୍ଡା , ସମ୍ବର୍ଦ୍ଧିତ ପ୍ରତିଭା ଭାବେ ଡ଼କ୍ଟର ନୃସିଂହ ଚରଣ ଷଡ଼ଙ୍ଗୀ ,ମୁଖ୍ୟବକ୍ତା ଭାବେ ଡ଼କ୍ଟର ଶିବ ଚରଣ ମାଝୀ,ସମ୍ମାନିତ ଅତିଥି ଭାବେ ଗାଳ୍ପିକ ଅର୍ଜୁନ ପୃଷ୍ଟି,ସମ୍ମାନିତ ବକ୍ତା ଭାବେ ଡ଼କ୍ଟର ବାସୁଦେବ ମିଶ୍ର ଯୋଗଦେଇ ଥିଲେ।ଏହି ଅବସରରେ ବର୍ତ୍ତିକା ପତ୍ରିକାର ବିଷୁବ ସଂଖ୍ୟା ଉନ୍ମୋଚନ ହେବା ପରେ ଆଳି ମହାବିଦ୍ୟାଳୟର ଅଧ୍ୟକ୍ଷ ତଥା ବର୍ତ୍ତିକା ପତ୍ରିକାର ସମ୍ପାଦକ ରବିନାରାୟଣ ଦାଶଙ୍କ “କାଶ୍ମୀରକଲି” ପୁସ୍ତକ , ଖଗେଶ୍ବର ବାରିକ୍ ଙ୍କ “ମୋନାଲିର ହସ” ପୁସ୍ତକ ଉନ୍ମୋଚିତ ହୋଇଥିଲା। ଡ଼ାକ୍ତର ବିଜୟ ମୋହନ ରାୟ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଇତି ରଞ୍ଜନ ଦାସ ଓ ସାଥୀ ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ପରିବେଷଣ କରିଥିଲେ।ପ୍ରାରମ୍ଭରେ ଅଧ୍ୟାପିକା ସ୍ମିତାରାଣୀ ଭଞ୍ଜ ଶାନ୍ତିପାଠ କରିଥିଲେ।ଅନ୍ୟତମ ସମ୍ବର୍ଦ୍ଧିତ ପ୍ରତିଭା ଡ଼କ୍ଟର ଚନ୍ଦ୍ରଶେଖର ହୋତା ଅନୁପସ୍ଥିତ ଥିବାରୁ ତାଙ୍କ ସମ୍ବର୍ଦ୍ଧନାଟିକୁ ବ୍ୟାସକବି ଫକୀର ମୋହନ ପୁରସ୍କାରପ୍ରାପ୍ତ ସାହିତ୍ୟିକ ନୃସିଂହ ଚରଣ ଷଡ଼ଙ୍ଗୀ ଗ୍ରହଣ କରିଥିଲେ।ସମ୍ପାଦକ ରବିନାରାୟଣ ଦାଶ ସମ୍ପାଦକୀୟ ବିବରଣୀ ପ୍ରଦାନ କରିଥିଲେ।

ସରସ୍ଵତୀ ପଣ୍ଡା ଏବଂ ଶାନ୍ତିଲତା ରାଉତ ସମ୍ବର୍ଦ୍ଧିତ ପ୍ରତିଭା ଦ୍ୱୟଙ୍କର ମାନପତ୍ର ପାଠ କରିଥିଲେ।ଦେବେନ୍ଦ୍ର ନାରାୟଣ ବାରିକ୍ ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ।ଦ୍ଵିତୀୟ ଅଧିବେଶନର କବିତା ପାଠୋତ୍ସବକୁ କବି ଜିତେନ୍ଦ୍ର ବେହେରା, ପ୍ରଫୁଲ୍ଲ କୁମାର ଆଚାର୍ଯ୍ୟ,ବନ୍ଦନା ସାହୁ, ସରସ୍ଵତୀ ପଣ୍ଡା ଏବଂ ଅମ୍ରିତା ସିଂହ ସଂଯୋଜନା କରିଥିଲେ।ଏହି କବିତା ପାଠୋତ୍ସବରେ ଡ଼କ୍ଟର ଦୀପାଞ୍ଜଳି ସାହୁ,ଅଧ୍ୟାପକ ପ୍ରଦୀପ୍ତ କୁମାର ଦାସ,ନିରଞ୍ଜନ ପତି, ଚନ୍ଦ୍ରଶେଖର ସାହୁ,ଶିଶିର ଜେନା, ସୁଦର୍ଶନ ସାହୁ, ପ୍ରମୋଦ କୁମାର ପଣ୍ଡା, ବିଷ୍ଣୁ ଦଳାଇ, ଅଖିଳ ଦାଶ, ମନୋଜ ନାଥ, ଡ଼କ୍ଟର ଅଜୟ ଜେନା, ପ୍ରମିଳା ବାଇ, ମନୋରମା ଦାସ, ଶିଶିର ପଣ୍ଡା, ସଂଗ୍ରାମ ସାହୁ, ଲକ୍ଷ୍ମୀପ୍ରିୟା ପୃଷ୍ଟି, ନାରାୟଣ ମହାଳିକ, ରଞ୍ଜନ ସାହୁ, ଜୟନ୍ତ ମଲ୍ଲିକ, ରବିନାରାୟଣ ମହାନ୍ତି, ବିକ୍ରମ ଦାସ, ନାରାୟଣ ଦାସ, ବିଜୟ ମୋହନ ରାୟ, ସୁବାସ ବେହେରା, ବୃନ୍ଦାବନ ସାହୁ, ସୌଦାଗର ବିଶ୍ୱାଳ ସମେତ ୫୦ ରୁ ଅଧିକ କବି କବିତା ପାଠ କରିଥିଲେ।

Leave a Reply

Your email address will not be published. Required fields are marked *