Spread the love

ଭାପୁର ଗ୍ରାମରେ ଯୁବତୀଙ୍କୁ ଦୁଷ୍କର୍ମ ଓ ହତ୍ୟା ଉଦ୍ୟମ ଘଟଣାର ଆପ୍ ନିନ୍ଦା କଲା, କଟକ ବଡ଼ ମେଡିକାଲରେ ପୀଡ଼ିତାଙ୍କୁ ଭେଟିଲେ ଆପ୍ ଟିମ୍, ଅପରାଧୀକୁ ତୁରନ୍ତ ଗିରଫ କରିବା ଦାବି

ଢେଙ୍କାନାଳ ସଦର ବ୍ଲକ ଭାପୁର ଗ୍ରାମରେ ଯୁବତୀଙ୍କୁ ଦୁଷ୍କର୍ମ ଓ ଖଣ୍ଡାରେ ହାଣି ହତ୍ୟା ଉଦ୍ୟମ ଘଟଣାରେ ଗତ ସନ୍ଧ୍ୟାରେ ଜିଲ୍ଲା ସଭାପତି ରମେଶ ଚନ୍ଦ୍ର ପଣ୍ଡାଙ୍କ ନେତୃତ୍ଵରେ ଦଳର ଏକ ଟିମ୍ ଭାପୁର ଫାଣ୍ଡି ଓ ପୀଡ଼ିତାଙ୍କ ଘରକୁ ପରିଦର୍ଶନ କରିଥିଲେ। ଆଜି କଟକ ବଡ଼ ମେଡିକାଲର ସର୍ଜରୀ ୱାର୍ଡ ୧୬୮ ନଂ ବେଡ଼ରେ ଚିକିତ୍ସିତ ଦଳିତ ମହିଳା ଅଶାନ୍ତି ନାଏକଙ୍କୁ ଭେଟିଲା ଆମ୍ ଆଦମୀ ପାର୍ଟି କଟକ ଜିଲ୍ଲା ସଭାପତି ସବ୍ୟସାଚୀ ମହାନ୍ତିଙ୍କ ନେତୃତ୍ୱରେ ଏକ ଟିମ୍ କଟକ ବଡ଼ ମେଡିକାଲ ଯାଇ ପୀଡ଼ିତା ତଥା ତାଙ୍କ ପରିବାର ବର୍ଗଙ୍କୁ ଭେଟି ବର୍ତମାନର ଚିକିତ୍ସା, ଶାରୀରିକ, ମାନସିକ ଅବସ୍ଥା ବିଷୟରେ ଚିକିତ୍ସା ଅଧିକାରୀଙ୍କୁ ପଚାରି ବୁଝିଥିଲେ। ଘଟଣା ଘଟିବାର ୫ ଦିନ ବିତିଯାଇଥିଲେ ମଧ୍ୟ ପୋଲିସ ଏପର୍ଯ୍ୟନ୍ତ ଅଭିଯୁକ୍ତକୁ ଧରିନପାରିବାର କାରଣ ଭାପୁର ଫାଣ୍ଡି ଅଧିକାରିଣୀଙ୍କୁ ପଚାରିଥିଲେ। ସେ କହିଥିଲେ ଯେ ଚେଷ୍ଟା ଚାଲିଛି ଓ ଅଭିଯୁକ୍ତକୁ ଶିଘ୍ର ଗିରଫ କରାଯିବ। ପ୍ରକାଶ ଥାଉକି ଆଜିର ଏଆଇ ଯୁଗରେ ଆମେରିକା ଅନ୍ୟ ଦେଶର ମୁଖ୍ୟଙ୍କୁ ଜିଅନ୍ତା ଘରେ ଗିରଫ କରିପାରୁଥିବା ବେଳେ, ଭାରତରେ ଅପରାଧୀ ମାନେ ହିଂସା ଓ ବଳାତ୍କାର କରି ଲୁଚି ଯାଉଛନ୍ତି। କିନ୍ତୁ ପୋଲିସ ସେମାନଙ୍କର ଟେର ପାଉନି। ନିଶ୍ଚିତ ଭାବରେ ଏପରି ଅପରାଧୀ ମାନଙ୍କୁ ପୋଲିସ ନଧରିବା ପାଇଁ ନାଟକ କରୁଛି ନା ନେତା ମାନଙ୍କ ଚାତ୍ରଛାୟାରେ ସେମାନେ ଲୁଚିଛନ୍ତି। କାରଣ ଭାରତ ବର୍ଷରେ ଏପରି ଲୁଚିରହିବାର ନଜିର ଅଛି। ଯଦି ୪୮ ଘଣ୍ଟା ଭିତରେ ଅଭିଯୁକ୍ତକୁ ଗିରଫ ନ କରାଯାଏ ଦଳ ତରଫରୁ ଆନ୍ଦୋଳନ କରାଯିବ ବୋଲି ଫାଣ୍ଡି ଅଧିକାରିଣୀଙ୍କୁ ଚେତାବନୀ ଦିଆଯାଇଛି । ଏହି ଆଲୋଚନାରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜିତେନ୍ଦ୍ର ବେହେରା, ସଦର ନିର୍ବାଚନମଣ୍ଡଳୀ ସଭାପତି ଚିତ୍ତରଞ୍ଜନ ପାଣି, ସଦର ବ୍ଲକ ସଭାପତି ରାଜକୁମାର ପ୍ରଧାନ ଓ ନଗର ସମ୍ପାଦକ ପିତାମ୍ବର ସାମନ୍ତରାୟ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *

You missed