ନବାନିର୍ମାଣ କୃଷକ ସଂଗଠନ ତରଫ ରୁ ଜେଲ ଫେରନ୍ତା ଚାଷୀ ନେତୃତ୍ୱ ମାନଙ୍କୁ ସମ୍ବୋର୍ଧନ ଏବଂ ୯ ତାରିଖରେ ସ୍ୱାଭିମାନ ଯାତ୍ରା କୁ ସ୍ୱାଗତ ଉପଲକ୍ଷେ ପ୍ରସ୍ତୁତି
ଏପ୍ରିଲ ୨୮ରୁ ମେ ୧୪ ପର୍ଯ୍ୟନ୍ତ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ ଉପଲକ୍ଷେ ସତ୍ୟଭାମାପୁର, କଟକରୁ ଭୁବନେଶ୍ବର ଓଡ଼ିଶାର କୃଷକ ସ୍ବାଭିମାନ ଯାତ୍ରା – ନବନିର୍ମାଣ କୃଷକ ସଂଗଠନ
ମହାଶୟ,
ଆପଣମାନେ ଜାଣିଛନ୍ତି ଯେ, ନବନିର୍ମାଣ କୃଷକ ସଂଗଠନ ଦୀର୍ଘ ୧୬ ବର୍ଷ ହେଲା ପ୍ରାଇସ୍, ପ୍ରେଷ୍ଟିଜ୍ ଓ ପେନସନ୍ ଇତ୍ୟାଦି ଦାବୀକୁ ନେଇ ଅନବରତ ଭାବରେ ଧାରଣା, ସତ୍ୟାଗ୍ରହ, ଗଣପଦଯାତ୍ରା ଓ ଜେଲ୍ ଯାତ୍ରା ଇତ୍ୟାଦି ମାଧ୍ୟମରେ ତାର ସଂଘର୍ଷ ଜାରି ରଖିଛି। ଯାହାର ପରିଣାମ ସୂରୁପ କାଳିଆ ଯୋଜନା ଠାରୁ ଆରମ୍ଭ କରି ଧାନ ଉପରେ କ୍ୟୁଣ୍ଟାଲ ପିଛା ୮୦୦ ଟଙ୍କା ଇନପୁଟ୍ ସହାୟତାର ଲାଭ ଚାଷୀ ପାଖରେ ପହଞ୍ଚିଛି। ଠିକ୍ ସେହିପରି ଗତ ମାର୍ଚ୍ଚ ୨୨ ତାରିଖରୁ ଘଟଗାଁରୁ ଆରମ୍ଭ ହୋଇଥିବା ଏକ କୃଷକ ଏକତା ପଦଯାତ୍ରା ପ୍ରାଇସ୍ (ଚାଷୀ ଉତ୍ପାଦର ଉଚିତ୍ ମୂଲ୍ୟ), ପ୍ରେଷ୍ଟିଜ୍ (ଚାଷୀର ସମ୍ମାନ, ସ୍ବାଭିମାନ ଓ ସ୍ବାବଲମ୍ବନ), ପେନସନ୍ (ଚାଷୀ ସୁରକ୍ଷା ଭତ୍ତା- ୨୦ ବର୍ଷରୁ ପ୍ରତ୍ୟେକ ଚାଷୀଙ୍କୁ ମାସିକ ୧୦ ହଜାର ଟଙ୍କା ସୁରକ୍ଷା ଭତ୍ତା ଏବଂ ୬୦ ବର୍ଷରୁ ପ୍ରତ୍ୟେକ ବୟଷ୍କଙ୍କୁ ୩ ହଜାର ଟଙ୍କା ବାର୍ଦ୍ଧକ୍ୟ ଭତ୍ତା) ଏବଂ ଜମି, ଜଳ, ଜଙ୍ଗଲ, ଖଣି ଉପରେ ମୂଳ ଅଧିବାସୀର ଅଧିକାର ସମେତ ଜଳସେଚନ, ଜଳ ନିଷ୍କାସନ, ଶୀତଳ ଭଣ୍ଡାର, ଧାନର ଅଭାବୀ ବିକ୍ରି ଇତ୍ୟାଦି ୨୧ ଦଫା ଦାବୀକୁ ନେଇ ମାର୍ଚ୍ଚ ୩୧ ତାରିଖରେ ବିଧାନସଭା ସାମ୍ନାରେ ଥିବା ପିଏମଜିରେ ଏକ ଚାଷୀ ସମାବେଶ ମାଧ୍ୟମରେ ସରକାରଙ୍କୁ ଉକ୍ତ ଦାବୀଗୁଡ଼ିକ ବିଷୟରେ ସ୍ମାରକ ପତ୍ର ଦେଇ ଆଲୋଚନା କରିବାର ଥିଲା। କିନ୍ତୁ, ଡବଲ ଇଞ୍ଜିନ୍ ବିଜେପି ସରକାର ଅହିଂସକ ଓ ଶାନ୍ତିପୂର୍ଣ୍ଣ ଭାବରେ ଚାଲୁଥିବା ସରଳ ଚାଷୀ ଓ ଆଦିବାସୀଙ୍କର ପଦଯାତ୍ରାକୁ କଟକର ଫୁଲନଖରା ଠାରେ ଅଟକାଇ ଗତ ୩୦ ମାର୍ଚ୍ଚରେ ୭୦୦ ଚାଷୀକୁ (ଯେଉଁଥିରେ ୨୦୦ ମହିଳା ଉପସ୍ଥିତ ଥିଲେ) ଅଗଣତାନ୍ତ୍ରିକ ଭାବରେ ଗିରଫ କରିନେଲେ ଏବଂ ତତ୍ ସହିତ ହିଂସା ଓ ଦଙ୍ଗା ଇତ୍ୟାଦି ମିଛ ଆରୋପ ଲଗାଇ ସଂଗଠନର ପ୍ରତିଷ୍ଠାତା ତଥା ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାରଙ୍କ ସହିତ ଉତ୍ତରପ୍ରଦେଶର ରାଷ୍ଟ୍ରୀୟ ନେତୃତ୍ବ ଅରବିନ୍ଦ ମୂର୍ତ୍ତି (ଆଇକ୍ୟାନ୍ର ରାଷ୍ଟ୍ରୀୟ ସଂଯୋଜକ), ଝାଡ଼ଖଣ୍ଡର ନେତୃତ୍ବ ବିଜୟ ସିଂ (ଅଲ୍ ଇଣ୍ଡିଆ ପିପୁଲ୍ସ ଫ୍ରଣ୍ଟର ଉପ-ସଭାପତି) ଏବଂ ନବନିର୍ମାଣ କୃଷକ ସଂଗଠନର ରାଜ୍ୟ ସଂଯୋଜକ ଶେଷଦେବ ନନ୍ଦ ଏବଂ ଢେଙ୍କାନାଳ ଜିଲ୍ଲା ପ୍ରଭାରୀ ତଥା ରାଜ୍ୟ କମିଟି ସଦସ୍ୟ ଅଶ୍ୱିନୀ କୁମାର ଙ୍କୁ ମିଶାଇ ମୋଟ ୧୨ ଜଣଙ୍କୁ ୧୫ ଦିନ ପାଇଁ ଜେଲ୍ ପଠାଇଦେଲେ। (ଯିଦିଓ ରାଷ୍ଟ୍ରୀୟ ଚାଷୀ ନେତା ରାକେଶ ଟିକାୟତ, ବିହାର ଚାଷୀ ନେତା ଦିନେଶ କୁମାର, ବିହାରର ସାସଂଦ ସୁଧାକର ସିଂଙ୍କ ସମେତ ନବନିର୍ମାଣ ଯୁବଛାତ୍ର ରାଜ୍ୟ ସଂଯୋଜକ ମନଓ୍ବର ଅଲ୍ଲୀଙ୍କୁ ନଜର ବନ୍ଦୀରେ ୩୧ ତାରିଖ ପର୍ଯ୍ୟନ୍ତ ରଖି ଛାଡ଼ିଥିଲେ।
ଅକ୍ଷୟ କୁମାରଙ୍କ ସହିତ ୧୩ ଜଣ ବନ୍ଧୁ ଜେଲରୁ ମୁକୁଳିବା ପରେ ସରକାର ତାଙ୍କ ଅଗଣତାନ୍ତ୍ରୀକ, ଅସାମ୍ବିଧାନିକ ଗିରଫଦାରୀ ଦ୍ବାରା ସମ୍ବିଧାନ ଧାରା ୧୯ (ପ୍ରତ୍ୟେକ ସମୂହ ଅହିଂସକ ଓ ଶାନ୍ତିପୂର୍ଣ୍ଣଭାବରେ ନିଜର ଦାବୀ ଉପସ୍ଥାପିତ କରିବା ପାଇଁ ବିଧାନସଭା ସାମ୍ନାକୁ ଯାଇପାରିବେ)କୁ ଦଳିଚକଟି ନଷ୍ଟ କରିଦେଇଛନ୍ତି।
ଉତ୍କଳ ଗୌରବ ମଧୂସୁଦନ ଦାସଙ୍କ ଜୟନ୍ତୀ ଉପଲକ୍ଷେ ନବନିର୍ମାଣ କୃଷକ ସଂଗଠନ ଏପ୍ରିଲ ୨୮ ତାରିଖରୁ କଟକର ସତ୍ୟଭାମାପୁରରୁ ଆରମ୍ଭ କରୁଥିବା “ରାଜ୍ୟ କୃଷକ ସ୍ବାଭିମାନ ଯାତ୍ରା“ ୩୦ଟି ଜିଲ୍ଲାରେ ଚାଷୀ, ଯୁବକ, ବୁଦ୍ଧିଜୀବୀ ଇତ୍ୟାଦିଙ୍କୁ ଭେଟି ଆଗାମୀ ମେ ୧୪ ତାରିଖରେ ଭୁବନେଶ୍ବରରେ ସମାପନ ହେବ।
ଏଥିରେ ସରକାର ଓ ପ୍ରଶାସନର ଅଗଣତାନ୍ତ୍ରୀକ ଓ ଅସାମ୍ବିଧାନକ ମୁଖା ଖୋଲିବା ସହିତ ଚାଷୀର ପ୍ରାଇସ୍, ପ୍ରେଷ୍ଟିଜ୍, ପେନସନ ଓ ଜମି, ଜଳ, ଜଙ୍ଗଲ ଓ ଖଣି ଉପରେ ମୂଳ ଅଧିବାସୀର ଅଧିକାର ସମେତ ୨୧ଟି ଦାବୀଗୁଡ଼ିକୁ ନେଇ ଲୋକଙ୍କ ସ୍ବାଭିମାନକୁ ଜାଗ୍ରତ ଓ ସଂଗଠିତ କରିବାର ପ୍ରୟାସ ଚାଲୁ ରଖିବା ପାଇଁ ନବନିର୍ମାଣ କୃଷକ ସଂଗଠନ ସକଳ୍ପବଦ୍ଧ। ଏଥିପାଇଁ ଏହି ଯାତ୍ରାରେ ସମସ୍ତ ଚାଷୀ, ମୂଲିଆ, ଯୁବକ, ଛାତ୍ର, ମହିଳା, ଓକିଲ, ସାମ୍ବାଦିକ, ବୁଦ୍ଧିଜୀବୀ ଏବଂ ସମସ୍ତ ଗଣତାନ୍ତ୍ରିକ ସଂଗଠନ ସମେତ ବିରୋଧି ରାଜନୈତିକ ଦଳମାନଙ୍କୁ ଏଥିରେ ସହଯୋଗ କରିବା ପାଇଁ ନିବେଦନ କରିବା ସହ ଆଗାମୀ ୯ ତାରିଖ ଦିନ 2 ଘଟିକା ସମୟରେ ଗଦାଶିଳା ରାମ ମନ୍ଦିର ରେ ସମ୍ବୋର୍ଧନ ଦିଆଯିବା ସହ ଢେଙ୍କାନାଳ ବାସି ସ୍ୱାଗତ କରି ପାଛୋଟି ଆଣିଥିଲେ ଆଜି ଗଦାଶିଳା ରାମ ମନ୍ଦିର ରେ ଢେଙ୍କାନାଳ ରେ ସଂଗଠନ ଆଗକୁ ନେବା ପାଇଁ କର୍ମୀ ମାନେ ସଂକଳ୍ପ ନେଇଥିଲେ ଏବଂ ପରେ ସାମ୍ବାଦିକ ସମ୍ମିଳନୀ ଦ୍ୱାରା ଆହ୍ୱାନ ଦେଇଥିଲେ ଶ୍ରୀ ଅକ୍ଷୟ କୁମାର ଙ୍କ ଯେଉଁଥିରେ ପ୍ରହଲ୍ଲାଦ ସାହୁ ଜିଲ୍ଲା ସଭାପତି
ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାର
Dr କୁଳମଣି
ଯୁବ ଛାତ୍ର ସଂଗଠନ ରାଜ୍ୟ ସଂଯୋଜକ ଏମ ଡି ମନୱାର ଅଲ୍ଲୀ
ଢେଙ୍କାନାଳ ଜିଲ୍ଲା ପ୍ରଭାରୀ ଅଶ୍ୱିନୀ କୁମାର
ଗଜପତି ପ୍ରଭାରୀ ରଂଜିତ ପଟନାୟକ
ପ୍ରଫୁଲ୍ଲ ପରିଡା, ସୁଧାକର ପରିଡା, ଚନ୍ଦ୍ରଶେଖର ବରାଳ, ଜିଲ୍ଲା ଚାଷୀ ନେତୃତ୍ୱ କ୍ଷେତ୍ରବାସୀ ବିଶ୍ୱାଳ ଶ୍ରୀପତି ପ୍ରଧାନ, ଦୁଷ୍ମନ୍ତ ଗଡ଼ନାୟକ, ବାମଦେବ ପରିଡା, ଗୋପୀ ଜେନା, ରାହାସ ପରିଡା
ସାମ୍ବାଦିକ ସମ୍ମିଳନୀ ରେ ପ୍ରହଲ୍ଲାଦ ସାହୁ ଜିଲ୍ଲା ସଭାପତି
ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାର
Dr କୁଳମଣି
ଯୁବ ଛାତ୍ର ସଂଗଠନ ରାଜ୍ୟ ସଂଯୋଜକ ଏମ ଡି ମନୱାର ଅଲ୍ଲୀ
ଢେଙ୍କାନାଳ ଜିଲ୍ଲା ପ୍ରଭାରୀ ଅଶ୍ୱିନୀ କୁମାର
ଗଜପତି ପ୍ରଭାରୀ ରଂଜିତ ପଟନାୟକ
, ସୁଧାକର ପରିଡା



