Spread the love

::ନିଟ ପ୍ରଶ୍ନପତ୍ର ଲିଗ ମାମଲା ନେଇ ବିରୋଧ ପ୍ରଦର୍ଶନ କଲା ଆପ.. ଅତାବିରା ନିର୍ବାଚନ ମଣ୍ଡଳୀ::

ବରଗଡ:୧୫/୫(ପବିତ୍ର ମେହେର) ବରଗଡ ଜିଲ୍ଲା ଅତାବିରା ନିର୍ବାଚନ ମଣ୍ଡଳୀ ଠାରେ ଆମ ଆଦମୀ ପାଟି ଅତାବିରା ତରଫରୁ ନିଟ ପ୍ରଶ୍ନପତ୍ର ଲିଗ ମାମଲା ରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଙ୍କୁ ନଗର ପରିକ୍ରମା କରି ବିରୋଧ ପ୍ରଦର୍ଶନ କରାଗଲା ଏବଂ ବସ୍ ଷ୍ଟାଣ୍ଡ ଛକ ରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଙ୍କ କୁଶପୁତ୍ତଳିକା ଦାହ କରାଗଲା l ଆପଣ ମାନେ ଜାଣୁଥିବେ ବିଜେପି ସରକାର ଭାରତ ରେ ଆସିବା ପରେ କ୍ରମାଗତ ଭାବେ କେନ୍ଦ୍ର ଓ ରାଜ୍ୟ ସ୍ତରୀୟ ବିଭିନ୍ନ ପରୀକ୍ଷା ର ପ୍ରଶ୍ନପତ୍ର ଲିଗ ହୋଇଆସୁଛି ଏବଂ ଲକ୍ଷ ଲକ୍ଷ ଯୁବକ ଯୁବତୀ ଙ୍କ ଭବିଷ୍ୟତ ବର୍ବାଦ ହେଉଛି l ଏହାକୁ ଆମ ଆଦମୀ ପାଟି ତୀବ୍ର ନିନ୍ଦା କରୁଛି ଏବଂ ଭାରତ ର ଯୁବକ ଯୁବତୀ ଙ୍କୁ ଏହି ଶିକ୍ଷା ବିରୋଧୀ ସରକାରଙ୍କୁ ଶାସନ ରୁ ହଟେଇବାକୁ ଆହ୍ୱାନ କରି ଆଜି ର କାର୍ଯ୍ୟକ୍ରମ ରେ ଜିଲ୍ଲା ସଭାପତି ଯଦୁମଣି ପ୍ରଧାନ, ଅତାବିରା ବିଧାନସଭା ସଭାପତି ଜୟ କ୍ରିଷ୍ଣା ଛୁରିଆ, ଅତାବିରା ବ୍ଲକ୍ ସମ୍ପାଦକ ସୂର୍ଯ୍ୟ ନାରାୟଣ ଭୋଇ, ସୋସିଆଲ ମିଡ଼ିଆ ହେଡ୍ ସୁବଳ କହର, ଅତାବିରା ବ୍ଲକ ଯୁବା ସଭାପତି ଧର୍ମରାଜ ମେହେର, ଗୌତମ ମହାନନ୍ଦ, ଗଜିନ୍ଦ୍ର ବାଗ, ମିଳୁ ନାଗ, ହେମନ୍ତ ମେହେର , ସୁବଳ ପଧାନ ସୁବୋଧ ନାଗ ଇତ୍ୟାଦି ଯୋଗ ଦେଇଥିଲେ l

Leave a Reply

Your email address will not be published. Required fields are marked *