ସ୍ନେକ ହେଲ୍ପଲାଇନ କର୍ମଚାରୀଙ୍କ ଦ୍ୱାରା ୧୦ ଫୁଟିଆ ଅହିରାଜ ଉଦ୍ଧାର,ପହଞ୍ଚିଲେନି ବନବିଭାଗ କର୍ମଚାରୀ ଜେ ବି ଏନ, ରିପୋର୍ଟ, ଟୁକୁନା ପ୍ରଧାନ, ବ୍ରହ୍ମପୁର ( ୩୦.୦୩.୨୦୨୧)-: ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ଅନ୍ତର୍ଗତ ବୁରୁଝରୀ ଗ୍ରାମର ଧନୁ ମହାନ୍ତି ଙ୍କ ଘରୁ ଏକ ବିରାଟ ଅହିରାଜ ସାପକୁ ଉଦ୍ଧାର କରାଯାଇଛି ।ସୂଚନା ଅନୁଯାୟୀ ଆଜି ସକାଳେ ସମୟରେ ବୁରୁଝରୀ ଗ୍ରାମର ର ଧନୁ ମହାନ୍ତିଙ୍କ ରୋଷେଇ ଘର ଗ୍ୟାସ ଟାଙ୍କି ତଳେ ଏକ ବିରାଟ ଅହିରାଜ ସାପକୁ ଦେଖି ଘର ଲୋକେ ବ୍ୟତିବସ୍ତ ହୋଇସାରି ପଡିଶା ଘର କୁ ଖବର ଦେଇଥିଲେ। ଘରର କବାଟ ବନ୍ଦ କରି ଧନୁ...






