Spread the love

ଜନ ସଂଗ୍ରାମ ସମିତି ଗୋଲାମୁଣ୍ଡା ପକ୍ଷରୁ ଗୋଲାମୁଣ୍ଡା ଠାରୁ ଭୁବନେଶ୍ଵର ସାଇକେଲ ଯାତ୍ରା

ଗୋଲାମୁଣ୍ଡା/୩୦/୧୧/୨୫.//ଗୋଲାମୁଣ୍ଡା ବ୍ଲକ ଅଞ୍ଚଳରେ ବିଭିନ୍ନ ପ୍ରକାର ସମସ୍ୟା ଦେଖା ଦେଇ ଥିବା ବେଳେ ସରକାରଙ୍କ ଦୃଷ୍ଟି ଆକର୍ଷଣ ପାଇଁ ଜନ ସଂଗ୍ରାମ ସମିତି ଗୋଲାମୁଣ୍ଡା ପକ୍ଷରୁ ସାଇକେଲ ଯାତ୍ରା ହୋଇଛି, ପ୍ରାପ୍ତ ସୂଚନାରୁ ଜଣାପଡିଛି ଯେ କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକରେ ବିଭିନ୍ନ ପ୍ରକାର ସମସ୍ୟା ଦେଖା ଦେଇଛି ବୋଲି ଆଜି ଜନ ସଂଗ୍ରାମ ସମିତି ଗୋଲାମୁଣ୍ଡା ବ୍ଲକର ଠାକୁରାଣୀ ମନ୍ଦିର ପୀଠରେ ପ୍ରାୟ କୋଡିଏ ଜଣ ଚାଷୀ ମାନେ ଉପସ୍ଥିତ ରହି ମାଆଙ୍କ ପୀଠରେ ପୂଜାର୍ଚ୍ଚନାକରି ଭୁବନେଶ୍ୱର ସାଇକେଲ ଯାତ୍ରା ଆରମ୍ଭ ହୋଇ ଥିବା ଦୃଶ୍ୟ ଦେଖିବାକୁ ମିଳିଥିଲା, ମୁଖ୍ୟ ସମସ୍ୟା ହେଉଛି ଗୋଲାମୁଣ୍ଡା ବ୍ଲକରେ ୨୦୨୪/୨୫ ମସିହାର ରବି ଋତୁ ରେ ଚାଷୀ ମାନଙ୍କୁ ତୁରନ୍ତ ଇନ୍ସୁରେନ୍ସ ଟଙ୍କା ପ୍ରଦାନ କରା ଯାଉ, ୨-ବିଭିନ୍ନ ନଦୀରେ ବ୍ୟାରେଜ ନିର୍ମାଣ ହେଉ, ୩-ମେଗା ଲିଫ୍ଟ ଜଳ ଯୋଗାଣ ତୁରନ୍ତ କାର୍ଯ୍ଯକାରି କରି ଚାଷୀ ମାନଙ୍କୁ ଜଳ ଯୋଗାଇ ଦିଆ ଯାଉ, ୪-ଗୋଲାମୁଣ୍ଡା ଠାରେ ଭୋକେଶନାଲ କଲେଜ ଓ ପୋଲ୍ଟିସିନ କଲେଜ୍ ନିର୍ମାଣ କରା ଯାଉ, ୫-ଗୋଲାମୁଣ୍ଡା ବ୍ଲକର ସମସ୍ତ ଚାଷୀଙ୍କୁ ଇନ୍ଦ୍ରାବତୀ କେନାଲ ମାଧ୍ୟମରେ ରବି ଋତୁ ରେ ଚାଷୀ ମାନଙ୍କୁ ଜଳ ଯୋଗାଇ ଦିଆ ଯାଉ,୬-ଗୋଲାମୁଣ୍ଡା ବ୍ଲକର ଡାକ୍ତରଖାନରେ ଆବଶ୍ୟକ ବିଶେଷଜ୍ଞ ଡାକ୍ତର ଓ କର୍ମଚାରୀଯୋଗାଇ ଦେବା ସହ ପୋଷ୍ଟମର୍ଟମ ସେଣ୍ଟର କରା ଯାଉ, ୭-ଗୋଲାମୁଣ୍ଡା ରେ MSME ପାର୍କ ରେ ତୁରନ୍ତ ଶିଳ୍ପ ଇଣ୍ଡଷ୍ଟ୍ରି ପ୍ରତିଷ୍ଠା କରି ଅଗ୍ରାଧିକାର ଭାବରେ ଦଳିତ ଆଦିବାସୀ ଯୁବକ ଯୁବତୀଙ୍କୁ ଚାକିରି ପ୍ରଦାନ କରାଯାଉ, ଯେହେତୁ ସେହି ଜମିରେ ଆଦିବାସୀ ଦଳିତ ସମ୍ପ୍ରଦାୟର ଲୋକେ ମାନେ ଶହ ଶହ ବର୍ଷ ଧରି ଚାଷ କରି ପରିବାର ପୋଷଣ କରୁଥିଲେ, 8 , ଗୋଲାମୁଣ୍ଡା ବ୍ଲକରେ ଶୀତଳ ଭଣ୍ଡାର ପ୍ରତିଷ୍ଠା କରା ଯାଉ, ଏଭଳି ଆଠଟି ଦାବି ନେଇ ରାଜ୍ୟ ସରକାର ତଥା ଓଡ଼ିଶାର ମୁଖ୍ୟ ମନ୍ତ୍ରୀମୋହନ ଚରଣ ମାଝୀ ଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ଗୋଲାମୁଣ୍ଡା ବ୍ଲକ ଜନ ସଂଗ୍ରାମ ସମିତି ସଭାପତି ସାଉଲ୍ ମଙ୍ଗରାଜ ଙ୍କ ନେତୃତ୍ବରେ ସାଇକେଲ ଯାତ୍ରା ଆରମ୍ଭ କରିଥିଲେ, ଏ ନେଇ ଅନ୍ୟାନ୍ୟ ସଦସ୍ୟ ଥିଲେ ଅଗସ୍ତି ମାଝୀ, ବିଶ୍ଵ ରଣା, ଉଦ୍ଧବ ରଣା, ଫକୀର ମାଝୀ, ଯୁଢେଷ୍ଟି ମାଝି, ନୀଳାମ୍ବର ମହାନନ୍ଦ, ପିତ ସିପକା, ରଙ୍ଗା ନାଥ ମାଝୀ, ଜୟ ରାମ ମାଝୀ, ଲାଲୁ ମାଝୀ, ବଳରାମ ମାଝୀ ପ୍ରମୁଖ ଅଞ୍ଚଳର ବିକାଶ ପାଇଁ ସାଇକେଲ ଯାତ୍ରା କରି ଥିବାରୁ ଗୋଲାମୁଣ୍ଡା ବ୍ଲକ ଅଞ୍ଚଳ ବାସୀ ଭୂରି ଭୂରି ପ୍ରଶଂସା କରିବା ସହ ଧନ୍ୟବାଦ୍ ଜ୍ଞାପନ ଜଣାଇ ଥିଲେ,ଧର୍ମଗଡ଼ ଉପଖଣ୍ଡ ପ୍ରତିନିଧି କାପୁରଚନ ସେଠିଆ ଙ୍କ ରିପୋର୍ଟ ଜାଗ୍ରତ ଭାରତ ନିୟୁଜ

Leave a Reply

Your email address will not be published. Required fields are marked *