୪ଟନ୍ ଶହେ କେଜିର ଆଜ୍ଞାଲଡ଼ୁ ଓ ଆଜ୍ଞାମାଳ ନିଲାମ
୧୭ଲକ୍ଷ ଟଙ୍କାରେ ଲଡ଼ୁ ଓ ଆଜ୍ଞାମାଳ ହାତେଇଲେ ଡ଼ାଇମଣ୍ଡ ଗ୍ରୁପ୍
ତାଳଚେର, ୨୫/୦୯ ଦୀର୍ଘବର୍ଷ ବ୍ୟାପି ତାଳଚେର ପରମ୍ପରା ଓ ଐତିହ୍ୟକୁ ବଜାୟ ରଖି କେନ୍ଦ୍ରୀୟ ଗଣେଶପୂଜା ପକ୍ଷରୁ ଭସାଣୀ ଶୋଭାଯାତ୍ରା ଦିନକ ପୂର୍ବରୁ ଗଣେଶଙ୍କ ୪ଟନ୍ ଶହେ କେଜିର ଲଡ଼ୁ ଓଜନର ଆଜ୍ଞାମାଳ ସର୍ବସମ୍ମୁଖରେ ବଡ଼ଦାଣ୍ଡ ସାହି ସ୍ଥିତ ମେଲଣପଡ଼ିଆରେ ନିଲାମ ହୋଇଛି । କେନ୍ଦ୍ରୀୟ ଗଣେଶପୂଜା କମିଟି ସଭାପତି ତଥା ତାଳଚେର ଉପଜିଲ୍ଳାପାଳ ପ୍ରଜ୍ଞାନ ନନ୍ଦ ଗିରିଙ୍କ ସହ କମିଟିର ସମସ୍ତ ସଦସ୍ୟ ଏବଂ ଗଣେଶପୂଜା ମଣ୍ଡପ ଗୁଡ଼ିକର କର୍ମକର୍ତାମାନେ ଉପସ୍ଥିତ ଥିଲେ । ଏହି ବିରାଟକାୟ ଆଜ୍ଞାଲଡ଼ୁକୁ ଚିତ୍ରକୂଟ୍ଟ ସ୍ଥିତ ଗଣେଶଙ୍କ ମନ୍ଦିରରେ ପୂଜା ପାଠ କରାଯାଇ ଏକ ବିରାଟ ଶୋଭାଯାତ୍ରା କରି ମେଲଣ ପଡ଼ିଆକୁ ଅଣାଯାଇଥିଲା ଓ ଅଂଚଳଟି ଲୋକାରଣ୍ୟ ହୋଇପଡ଼ିଥିଲା । ଏଥିପାଇଁ ପୋଲିସକୁ ନାକେଦମ ହେବା ସହ ସେହି ସମୟରେ ଟ୍ରାଫିକ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇଥିଲା । ଏହି ଲଡ଼ୁରେ ଯେଉଁମାନେ ଅଂଶଗ୍ରହଣ କରିଥିଲେ ସେମାନେ ୧୦ହଜାରଟଙ୍କା ପୈଠ କରିଥିଲେ ଓ ଏହା ପରେ ନିଲାମ କାର୍ଯ୍ୟ ଆରମ୍ଭ କରାଯାଇଥିଲା । ଲାଲବାଗ ରାଜା ଓ ଡ଼ାଇମଣ୍ଡ ଗ୍ରୁପ୍ ଦୁଇପ୍ରତିଦ୍ୱିନ୍ଦିଙ୍କ ମଧ୍ୟରେ କଡ଼ା ଟକ୍କର ହେବା ଫଳରେ ଶେଷରେ ବାଜି ମାରିଲା ଡ଼ାଇମଣ୍ଡ ଗ୍ରୁପ୍ ଏବଂ ୧୭ଲକ୍ଷଟଙ୍କାରେ ଆଜ୍ଞାମାଳ ଓ ଲଡ଼ୁ ହାତେଇ ଥିôଲେ । ତେବେ କଥା ଆସୁଛି ଆସୁଛି ବିଗତବର୍ଷ ଗୁଡ଼ିକରେ ଯେଉଁ ବିବାଦୀୟ ବ୍ୟକ୍ତିବିଶେଷ ମାନେ ଥିଲେ ସେମାନଙ୍କୁ ଚଳିତବର୍ଷ କୌଣସି କାର୍ଯ୍ୟରେ ଅଂଶଗ୍ରହଣ କରିବେ ନାହିଁ ବୋଲି ତାର ବିଧିବଦ୍ଧ ଭାବେ ନିଷ୍ପତି ନିଆଯିବା ପରେ ମଧ୍ୟ ଆଜି ତାର ଓଲଟା ଚିତ୍ର ଦେଖିବାକୁ ମିଳିଛି । ସେହି ବ୍ୟକ୍ତିମାନେ ପୁନର୍ବାର ମଂଚ ଉପରେ ବସି ସକ୍ରିୟ ଅଂଶଗ୍ରହଣ କରିଥିବା ଘଟଣାକୁ ନେଇ ଦର୍ଶକମାନଙ୍କ ମହଲରେ ଚର୍ଚ୍ଚା ଯୋର ଧରିଛି ।

