Spread the love

ପାନୀୟଜଳ ସମସ୍ୟା ଦୂରୀକରଣ ଓ ସ୍ଥାୟୀ ସମାଧାନ ନିମନ୍ତେ ଜିଲ୍ଲାପାଳଙ୍କ ଅଭିଯୋଗ

ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ୍ ଅନ୍ତର୍ଗତ ଗିରିଧର ଗ୍ରାମ ପଞ୍ଚାୟତ ବଡବାହାଳ ଗ୍ରାମର ବାସିନ୍ଦା ମାନେ ପାନୀୟ ଜଳ ସମସ୍ୟା ଓ ଏହାର ସ୍ଥାୟୀ ସମାଧାନ ନିମନ୍ତେ ଜିଲ୍ଲାପାଳଙ୍କୁ ଏକ ଅଭିଯୋଗ ପତ୍ର ଦାଖଲ କରିଛନ୍ତି। ଏହି ଗ୍ରାମରେ ପ୍ରାୟ ୧୪୦ ଗୋଟି ପରିବାରର ଲୋକମାନେ ପାନୀୟ ଜଳର ଘୋର ଅସୁବିଧା ରେ ଦୀର୍ଘଦିନ ହେବ ଚଳି ଆସୁଅଛନ୍ତି । ଗ୍ରାମରେ ମାତ୍ର ୨ଟି ନଳକୂପ ଅଛି ଓ ଏହି ଦୁଇଟି ନଳକୂପର ପାଣି ଦୂଷିତ ହୋଇଥିବାରୁ ଏହି ପାଣିକୁ ଲୋକେ ବ୍ୟବହାର କରି କିଡନୀ ରୋଗେ ଆକ୍ରାନ୍ତ ହେଉଛନ୍ତି । ଖରାଦିନ ଆସିଲେ ଏହି ଦୁଇଟି ନଳକୂପରୁ ପାଣି ବାହାରେ ନାହିଁ । ବଡ ଦୁଃଖର କଥା ଏପର୍ଯ୍ୟନ୍ତ ଏହି ଗ୍ରାମକୁ ପାଇପ ପାଣିର ସୁବ୍ୟବସ୍ଥା କରାଯାଇନାହିଁ । ଗ୍ରାମରେ ଗୋଟିଏ ମାତ୍ର ଖୋଲା କୂପ ଅଛି, କିନ୍ତୁ ତାହାର ପାଣି ମଧ୍ୟ ଶେଷ ହୋଇଗଲାଣି ଓ ଗ୍ରାମବାସୀ ତାହା ଉପରେ ନିର୍ଭର କରୁଛନ୍ତି । ମହିଳା ଓ ବୃଦ୍ଧାମାନେ ଦୂର ଦୂରାନ୍ତର ସ୍ଥାନରୁ ପାଣି ଆଣିବାକୁ ଯାଇ ବିଭିନ୍ନ ସାସ୍ଥ୍ୟ ସମସ୍ୟା ଭୋଗୁଛନ୍ତି । ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ବାରମ୍ବାର ଅଭିଯୋଗ କଲା ପରେ ସେ କେବଳ କିଛିଦିନ ଲାଗି ଗୋଟିଏ ଅଟୋ ମାଧ୍ଯମରେ ଏକ ପାଣିଟାଙ୍କି ପଠାଇ ଦେଇ ତାଙ୍କ କାମ ସାରି ଦେଇଛନ୍ତି । ଉକ୍ତ ଗ୍ରାମରେ ସ୍ଥାୟୀ ସମାଧାନ ନିମନ୍ତେ ଗୋଟିଏ ଓଭର୍ ହେଡ୍ ଟାଙ୍କି ସହିତ ଗ୍ରାମର ପ୍ରତି ଘରକୁ ପାଇପ୍ ଯୋଗେ ପାନୀୟ ଜଳର ବ୍ୟବସ୍ଥା କରିବା ପାଇଁ ଗ୍ରାମର ମହିଳାମାନେ ଗରାଧରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଉପସ୍ଥିତ ହୋଇ ଜିଲ୍ଲାପାଳଙ୍କୁ ସମସ୍ୟାର ସ୍ଥାୟୀ ସମଧାନ ନିମନ୍ତେ ଏକ ଅଭିଯୋଗ ପତ୍ର ଦାଖଲ କରିଛନ୍ତି ।

Leave a Reply

Your email address will not be published. Required fields are marked *