୩ୟ ରାଷ୍ଟ୍ରିୟ ଲୋକ ଅଦାଲତ ୨୦୨୬ ଅନୁଷ୍ଠିତ
ତାଳଚେର, ୧୩/୯ ତାଲୁକ ଆଇନ ସହାୟତା କମିଟି ତାଳଚେର ପକ୍ଷରୁ ୩ୟ ରାଷ୍ଟିୟ ଲୋକ ଅଦାଲତ ୨୦୨୬ ଅନୁଷ୍ଠିତ ହୋଇଯାଇଛି । ଏହି ଲୋକ ଅଦଲତରେ ୩ଟି ପ୍ରାକ୍ ମକଦ୍ଦମା ଜନିତ ବ୍ୟାଙ୍କ ସମ୍ପର୍କିତ ମାମଲା ୨୦ହଜାର ଟଙ୍କାରେ, ବିଏସଏଲର ୫ଟି ପ୍ରାକ ମକଦ୍ଦମା ଜନିତ ମାମଲା ଓ ୬୯୨ଟି ରାଜସ୍ୱ ମାମଲା ୨ଲକ୍ଷ ୫୪ହଜାର ୨୧ଟଙ୍କାରେ । ସେହିପରି ୧୭୮ଟି ବିଚରାଧିନ ମାମଲାର ଫଇସଲା କରାଯାଇଥିଲା । ସେଥିମଧ୍ୟରୁ ସତ୍ୟନାରାୟଣ କର ଅତିରିକ୍ତ ଜିଲ୍ଳା ଦୌରାଜଜ୍ ତାଳଚେରଙ୍କ ଅଦାଲତ ୨୦ଟି ମଟରଯାନ ଦୁର୍ଘଟଣା ଜନିତ ମାମଲାର ଫଇସଲା କରି ୧କୋଟି ୨୦ଲକ୍ଷ ୩୫ହଜାର ଟଙ୍କାର କ୍ଷତିପୂରଣ ପ୍ରଦାନ କରିଥିଲେ । ୮ଟି ଦେୱାନୀ, ଗୋଟିଏ ଫୌଜଦାରୀ ଅପିଲ, ୩ଟି ଏଏନଡ଼ିପିଏସ୍ କେସ୍ ଓ ଗୋଟିଏ ସ୍ପେଶାଲ କେସ୍ ସମାଧାନ କରିଥିଲେ । ସେହିଭଳି ତାଳଚେରର ଅନ୍ୟ ଅଦାଲତ ଗୁଡ଼ିକ ଅଂଶ ଗ୍ରହଣ କରି ୪ଟି ଚେକ ବାଉଶ ମାମଲାର ବିଚାରକରି ୯ଲକ୍ଷ ୪୭ହଜାର ୮୨୫ଟଙ୍କାରେ ସମାଧାନ କରିଥିଲେ । ଏତଦ ବ୍ୟତୀତ ୧୮ଟି ଦେୱାନୀ ମାମଲାର ସମାଧାନ କରାଯାଇଥିଲା । ୩ଟି ବିଚାରଧିନ ବ୍ୟାଙ୍କ ସମ୍ପର୍କିତ ମାମଲା, ୪ଟି ପାରିବାରିକ (ଛାଡ଼ପତ୍ର ବ୍ୟତୀତ) ମାମଲା, ୨ଟି ଜମିଭାଗ ବଂଟନ କେସ୍ ଓ ୧୧୩ଟି ଫୌଜଦାରୀ ମାମଲା ଫଇସଲା କରାଯାଇଥିଲା । ଏହି ରାଷ୍ଟ୍ରିୟ ଲୋକଅଦାଲତରେ କିମ୍ବା ସମସ୍ତ ଅଦାଲତ ବିଭିନ୍ନ ତହସିଲ ଓ ବ୍ୟାଙ୍କ ଅଂଶଗ୍ରହଣ କରିଥିଲେ । ଏହି ଲୋକଅଦାଲତରେ ଅତିରିକ୍ତ ଜିଲ୍ଳା ଓ ଦୌରାଜଜ୍, ତାଳଚେରଙ୍କ ଅଦାଲତରେ ରଞ୍ଜିତା କୁମାର ଘୋଷ, ବରିଷ୍ଠ ଦେୱାନୀ ବିଚାରପତି ଦୀପଙ୍କର ପଟ୍ଟନାୟକଙ୍କ ଅଦାଲତରେ ପ୍ରଶାନ୍ତ ଦେବତା, ଅତିରିକ୍ତ ବରିଷ୍ଠ ଦେୱାନୀ ବିଚାରପତି ଅଭୟ କୁମାର ଦାସଙ୍କ ଅଦାଲତରେ ରଞ୍ଜିତା ଗଡ଼ନାୟକ, ଉପଖଣ୍ଡ ସ୍ତରୀୟ ବିଚାରବିଭାଗୀୟ ଦଣ୍ଡାଧିକାରିଣୀ ଧୃବିସଲାଙ୍କି ଙ୍କ ଅଦାଲତରେ ତନୁଜା ପ୍ରଧାନ, ପ୍ରଥମଶ୍ରେଣୀ ବିଚାରବିଭାଗୀୟ ଦଣ୍ଡାଧିକାରିଣୀ ମିସ୍ କୃଷ୍ଣା ସୁବୁଧିଙ୍କ ଅଦାଲତରେ ହେମନ୍ତ ବେହେରା ଓ ପ୍ରଥମଶ୍ରେଣୀ ବିଚାରବିଭାଗୀୟ ଦଣ୍ଡାଧିକାରିଣୀ ପ୍ରଭାତିନୀ ଆଚାର୍ଯ୍ୟ ସାମ୍ବିଧାନିକ ବେଂଚର ସଦସ୍ୟ ଥିଲେ । ଅତିରିକ୍ତ ଜିଲ୍ଳା ଓ ଦୌରାଜଜ୍ ତଥା ତାଲୁକ ଆଇନ ସହାୟତା କମିଟି ଅଧ୍ୟକ୍ଷ ସତ୍ୟନାରାୟଣ କରଙ୍କ ଅଦାଲତରେ ଏହି ରାଷ୍ଟ୍ରିୟ ଲୋକଅଦାଲତ ଅନୁଷ୍ଠିତ । ତାଳଚେର ଅଦାଲତର ବିଚାରପତି ଗଣ, ଅଦାଲତର କର୍ମଚାରୀ ସମୂହ, ସରକାରୀ ଓକିଲ, ତାଳଚେର ଓକିଲସଂଘର ଆଇନଜୀବୀ, ତାଲୁକ ଆଇନସହାୟତା କମିଟି ଓ ବିଭିନ୍ନ କର୍ମଚାରୀମାନେ ଉପସ୍ଥିତ ଥିଲେ ବୋଲି ଏକ ବିଜ୍ଞପ୍ତି ମାଧ୍ୟମରେ ସୂଚନା ପ୍ରଦାନ କରାଯାଇଛି ।

September 14, 2026/
No Comments


