Spread the love

ପୁରୀ: ଓଡ଼ିଶାର ମାନ୍ୟବର ରାଜ୍ୟପାଳ ଡ. ହରି ବାବୁ କମ୍ଭମପାଟି ଶନିବାର ଦିନ ରାଜ୍ୟର ମାନ୍ୟବର ପ୍ରଥମ ମହିଳା ଡକ୍ଟର ଜୟଶ୍ରୀ କମ୍ଭମପାଟିଙ୍କ ସହ ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ପରିଦର୍ଶନ କରିଥିଲେ। ମନ୍ଦିରରେ ପହଞ୍ଚିବା ପରେ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ (ଏସ୍‌ଜେଟିଏ)ର ମୁଖ୍ୟ ପ୍ରଶାସକ ଶ୍ରୀ ଅରବିନ୍ଦ କୁମାର ପାଢ଼ୀ ଏବଂ ପୁରୀ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା ରାଜ୍ୟପାଳଙ୍କୁ ସ୍ୱାଗତ କରିଥିଲେ।

ରାଜ୍ୟପାଳ ମହାପ୍ରଭୁ ଶ୍ରୀଜଗନ୍ନାଥ, ପ୍ରଭୁ ଶ୍ରୀବଳଭଦ୍ର ଏବଂ ଦେବୀ ସୁଭଦ୍ରାଙ୍କ ଦର୍ଶନ କରି ଓଡ଼ିଶାର ନିରନ୍ତର ଶାନ୍ତି, ପ୍ରଗତି ଓ ସମୃଦ୍ଧି ସହ ରାଜ୍ୟବାସୀଙ୍କ କଲ୍ୟାଣ କାମନା କରିଥିଲେ। ଦର୍ଶନ ପରେ ରାଜ୍ୟପାଳ ମନ୍ଦିର ପରିସରର ବିଭିନ୍ନ ସ୍ଥାନ ପରିଦର୍ଶନ କରିଥିଲେ। ଏହି ଅବସରରେ ମୁଖ୍ୟ ପ୍ରଶାସକ ଶ୍ରୀ ପାଢ଼ୀ ଓ ଜିଲ୍ଲାପାଳ ଶ୍ରୀ ପରିଡ଼ା ରାଜ୍ୟପାଳଙ୍କୁ ମନ୍ଦିର ପ୍ରଶାସନ, ପରିଚାଳନା ଏବଂ ଭକ୍ତମାନଙ୍କ ପାଇଁ କରାଯାଉଥିବା ବିଭିନ୍ନ ସୁବିଧା ସମ୍ପର୍କରେ ଅବଗତ କରାଇଥିଲେ।

Leave a Reply

Your email address will not be published. Required fields are marked *