Spread the love

ଡିଜିପି ନିଯୁକ୍ତି ମାମଲା: ସୁପ୍ରିମକୋର୍ଟରେ ଶୁଣାଣି ଜାରି, ପରବର୍ତ୍ତୀ ତାରିଖ ମଙ୍ଗଳବାର

ନୂଆଦିଲ୍ଲୀ: ଓଡ଼ିଶାର ଡିଜିପି ନିଯୁକ୍ତି ପ୍ରକ୍ରିୟାକୁ ନେଇ ଚାଲିଥିବା ମାମଲାର ଶୁଣାଣି ପୁଣି ଘୁଞ୍ଚିଛି। ସୁପ୍ରିମକୋର୍ଟରେ ଆଜି ମାମଲାର ଶୁଣାଣି ସମୟରେ ରାଜ୍ୟ ସରକାର ନିଜ ପକ୍ଷ ରଖି ଡିଜିପି ଚୟନ ଓ ନିଯୁକ୍ତି ପ୍ରକ୍ରିୟାରେ କୌଣସି ଅନିୟମିତତା ହୋଇନଥିବା ଦାବି କରିଛନ୍ତି।

ମାମଲାରେ ରାଜ୍ୟ ସରକାରଙ୍କ ପକ୍ଷ ସହ ଆବେଦନକାରୀଙ୍କ ପକ୍ଷରୁ ମଧ୍ୟ ଯୁକ୍ତି ଉପସ୍ଥାପନ କରାଯାଇଛି। ଡିଜିପି ଚୟନ ପାଇଁ ଆଇପିଏସ୍ ଅଧିକାରୀଙ୍କ ଯୋଗ୍ୟତା ତାଲିକା ଓ ଏମ୍ପାନେଲମେଣ୍ଟ ପ୍ରକ୍ରିୟାକୁ ନେଇ ମାମଲାରେ ପ୍ରଶ୍ନ ଉଠିଛି।

ବରିଷ୍ଠ ଆଇନଜୀବୀ ସଂଗ୍ରାମ ପଟ୍ଟନାୟକଙ୍କ ସୂଚନା ଅନୁଯାୟୀ, ମାମଲାର ଶୁଣାଣି ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ତେବେ କିଛି ବିଷୟରେ ସ୍ପଷ୍ଟୀକରଣ ଆବଶ୍ୟକ ଥିବାରୁ ସୁପ୍ରିମକୋର୍ଟ ପରବର୍ତ୍ତୀ ଶୁଣାଣି ପାଇଁ ସମୟ ଦେଇଛନ୍ତି।

ଏହି ମାମଲା ଓଡ଼ିଶାର ପରବର୍ତ୍ତୀ ଡିଜିପି ନିଯୁକ୍ତି ପ୍ରକ୍ରିୟା ସହ ସିଧାସଳଖ ଜଡ଼ିତ। ମାମଲାରେ ଉଠିଥିବା ଯୋଗ୍ୟତା ଓ ଏମ୍ପାନେଲମେଣ୍ଟ ସମ୍ପର୍କିତ ପ୍ରଶ୍ନ ଉପରେ ମଧ୍ୟ ଅଦାଲତରେ ଆଲୋଚନା ହୋଇଛି।

ଆସନ୍ତା ମଙ୍ଗଳବାର ମାମଲାର ପରବର୍ତ୍ତୀ ଶୁଣାଣି ହେବ। ସେହି ଦିନ ଅଦାଲତ ରାୟ ଘୋଷଣା କରିପାରନ୍ତି କିମ୍ବା ରାୟ ସଂରକ୍ଷିତ ରଖିପାରନ୍ତି।

Leave a Reply

Your email address will not be published. Required fields are marked *