ବ୍ରାହ୍ମଣୀ ନଦୀରେ ବୁଡ଼ି ୧ଉଦ୍ଧାର,୧ନିଖୋଜ
ତାଳଚେର, ୦୨/୦୮ ଆଜି ତାଳଚେର ବ୍ଲକ କଙ୍କିଳି ପଂଚାୟତ କାକୁଡ଼ି ଗ୍ରାମର ପଛପାଶ୍ୱର୍ରେ ରହିଥିବା ବ୍ରାହ୍ମଣୀନଦୀକୁ ୩ଜଣ ଯୁବକ ଗାଧୋଇବାକୁ ଯାଇଥିଲେ । ସେଥିମଧ୍ୟରୁ ଜଣେ ଯୁବକ କୂଳରେ ଥିବା ବେଳେ ଆଉ ଦୁଇଜଣ ନଦୀ ଭିତରକୁ ଗାଧୋଇବାକୁ ଯାଇଥିଲେ । ସେଥିମଧ୍ୟରୁ ୧ନଂ ୱାର୍ଡ଼ର ରଞ୍ଜନ ଦାସଙ୍କ ପୁତ୍ର ରାହୁଲ ଦାସକୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ସିକ୍ୟୁରିଟି ଉଦ୍ଧାର କରି ସ୍ଥାନୀୟ ମଣ୍ଡାପାଳ ଡ଼ାକ୍ତରଖାନାକୁ ଚିକିତ୍ସା ପାଇଁ ଭର୍ତି କରିଛନ୍ତି । ଆଉ ଜଣେ ଯୁବକ ଅଂଶୁମାନ ପଟ୍ଟନାୟକ ନଦୀର ଗଭୀର ଭିତରକୁ ଚାଲିଯାଇଥିଲେ । ସୂଚନା ମୂତାବକ ତାଳଚେର ଥାନା ଅଧିକାରୀ ବିଭୂଦତ ରାଉତରାଏ ଓ ତାଳଚେର ଓଡ଼୍ରାଫ ଟିମ ଘଟଣା ସ୍ଥଳରେ ପଂହଚି ଖୋଜା ଖୋଜି ଚଳାଇଥିଲେ ମଧ୍ୟ ଏଯାଏଁ ଅଂଶୁମାନଙ୍କର କୌଣସି ପତା ମିଳିପାରି ନାହିଁ । ଏହି ଘଟଣାକୁ ନେଇ ସେଠାରେ ଏକ ଅଶାନ୍ତିର ବାତାବରଣ ଦେଖା ସହିତ ଦୁଃଖରଛାୟା ଖେଳାଇ ଦେଇଥିଲା । ତେବେ ବର୍ତମାନ ବ୍ରାହ୍ମଣୀନଦୀ ଦୁଇକୂଳ ଖାଉଥିବାରୁ ଅନ୍ୟ ଜଣଙ୍କୁ ଖୋଜିବାରେ କଷ୍ଟକର ସାବ୍ୟସ୍ତ ହୋଇପଡ଼ିଛି । ଏହି ଖବର ପ୍ରଚାରିତ ହେବାପରେ ସ୍ଥାନୀୟ ବାସୀନ୍ଦା ସେଠାରେ ଜମା ହୋଇ ଯାଇଥିଲେ ।

August 2, 2026/
No Comments


