କଥା ଦେଇ କଥା ରଖିଲା ନାହିଁ ନାଲକୋ ପ୍ରଶାସନ ଗେଟ୍ ଖଲବାକୁ ଗ୍ରାମବାସୀ ଙ୍କ ଦାବି

ଜେ ବି ଏନ୍,୦୯/୦୧/୨୦୨୧,(ରିପୋର୍ଟ ଚୈତନ୍ୟ ସାହୁ), ଅନୁଗୋଳ : ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ ଗିରାଙ୍ଗ ଛକ ଠାରୁ ନାଲକୋ କ୍ବାଟର ଲାଇନ୍ କୁ ସଂଯୋଗ କରୁଥିବା ଗେଟ୍ ଟିକୁ କରୋନା ମହାମାରୀ ଯୋଗୁଁ କୋରୋନା କୁ ଦେଖି ସୁରକ୍ଷା ଦୃଷ୍ଟି ରୁ ନାଲକୋ ପ୍ରଶାସନ ପକ୍ଷରୁ ଗେଟ ବନ୍ଦ କରାଯାଇଥିଲା ଗେଟ ବନ୍ଦ ରହିବା ଦ୍ୱାରା ସ୍ଥାନୀୟ ଅଂଚଳ ବାସୀଙ୍କ ଅସୁବିଧା ର ସମ୍ମୁଖୀନ ହେବା ଦ୍ୱାରା ଏହାକୁ ପୂର୍ବରୁ ଗ୍ରାମବାସୀ ଦୁଇ ଦୁଇ ଥର ବିରୋଧ ମଧ୍ୟ କରିଥିଲେ । କିନ୍ତୁ ଏହାର କୌଣସି ସୁଫଳ ମିଳି ନ ଥିଲା । ଗ୍ରାମବାସୀ କହିବା ଅନୁଯାଇ ନାଲକୋ ପ୍ରଶାସନ କଥା ଦେଇ କଥା ରଖିଲା ନାହିଁ । ମାନେ ସ୍କୁଲ ଖୋଲିଲେ ଗେଟ ଖଲାଯିବ ବୋଲି ତାଙ୍କୁ ମିଳିଥିଲା ପ୍ରତିଶୃତି । ଗତ କାଲି ସ୍କୁଲ ଖୋଲିଲା କିନ୍ତୁ ଗେଟ ଏପର୍ଯ୍ୟନ୍ତ ଖୋଲିନି ଗେଟ ରେ ତାଲା ପଡିଛି ଏହାକୁ ନେଇ ଆଜି ସକାଳେ ସ୍ଥାନୀୟ ଗ୍ରାମବାସୀ ଓ ବ୍ୟବସାୟୀ ମିଶି ଗେଟ ଖୋଲିବା ପାଇଁ ଦାବି ଜଣାଇଥିଲେ । ଗ୍ରାମବାସୀ କହିବା ଅନୁଯାୟୀ ଏହି ରାସ୍ତା ଦେଇ ସ୍ୱାସ୍ଥ୍ୟ ସମସ୍ୟା ପାଇଁ ମେଡ଼ିକାଲ , ସ୍କୁଲ ଓ ବ୍ୟାଙ୍କ କୁ ଯିବା ପାଇଁ ଏହି ରାସ୍ତାକୁ ବ୍ୟବହାର କରନ୍ତି ଓ ନିର୍ଭର କରନ୍ତି । ଯିବା ଆସିବା ପାଇଁ ଯଦି ଗେଟ ଖୋଲା ନ ଯାଏ ତାହାହେଲେ ଆଗାମୀ ଦିନରେ ରାଜରାସ୍ତାକୁ ଓଲ୍ହାଇବେ ବୋଲି କ୍ଷତିଗ୍ରସ୍ତ ପ୍ରଜାଙ୍କ ମାନେ ଚେତାବନୀ ଦେଇଛନ୍ତି।



