ବିଜୁ ପଟ୍ଟନାୟକ ଯୁବକ ସଂଘର ଶୁଭ ଉଦ୍ଘାଟନ

ଆଜି ଅନୁଗୋଳ ପୌରାଞ୍ଚଳ ୱାର୍ଡ ନମ୍ବର ୧୫ ରାଧାରମଣ ପଡା ଠାରେ ବିଜୁ ଜନତା ଦଳର ଯୁବନେତା ଶ୍ରୀଯୁକ୍ତ ଅଜିତ୍ ପ୍ରସାଦ ଦ୍ବିବେଦୀ ଙ୍କ ନେତୃତ୍ୱରେ ଯୁବନେତା ଅବିନାଶ ପରିଡ଼ା ଙ୍କ ସହଯୋଗରେ ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ରଜନୀକାନ୍ତ ସିଂହଙ୍କ ପାଣ୍ଠି ଅନୁଦାନରେ ନିର୍ମିତ ଗୋଷ୍ଠୀ କେନ୍ଦ୍ର (ବିଜୁ ପଟ୍ଟନାୟକ ଯୁବକ ସଂଘ)ର ଶୁଭ ଉଦ୍ଘାଟନ ହୋଇଯାଇଛି,

ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଓଡ଼ିଶା ବିଧାନସଭାର ମାନ୍ୟବର ଉପବାଚସ୍ପତି ଶ୍ରୀଯୁକ୍ତ ରଜନୀକାନ୍ତ ସିଂହ,ସମ୍ମାନିତ ଅତିଥି ଭାବେ ଅନୁଗୋଳ ପୌରପରିଷଦର ନିର୍ବାହୀ ଅଧିକାରୀ ଶ୍ରୀଯୁକ୍ତ ଗିରିଜା ଶଙ୍କର ମଲ୍ଲିକ,ବିଜୁ ଜନତା ଦଳର ରଜ୍ୟଯୁବ ଉପସଭାପତି ଶ୍ରୀଯୁକ୍ତ ସୁଜିତ୍ ପ୍ରସାଦ ଦ୍ବିବେଦ,ଜିଲ୍ଲା ସାଧାରଣ ସଂପାଦକ ଶ୍ରୀଯୁକ୍ତ ପ୍ରିୟଦର୍ଶୀ ପଟ୍ଟନାୟକ,ବିଜେଡ଼ି ନଗର ଉପସଭାପତି ଶ୍ରୀଯୁକ୍ତ ସତ୍ୟାନନ୍ଦ ଦଳବେହେରା ଯୋଗଦେଇ ଶୁଭଉଦ୍ଘାଟନ କରିଥିଲେ। କାର୍ଯ୍ୟକ୍ରମରେ ରାଧାରମଣ ପଡା ବିଜୁ ପଟ୍ଟନାୟକ ଯୁବକ ସଂଘ ର ସଦସ୍ୟ ମାନଙ୍କ ସହିତ ନଗର ଯୁବ ସଭାପତି ବିଶ୍ବରଂଜନ ସାହୁ,ଜିଲ୍ଲା ଉପସଭାପତି ଶ୍ରୀଯୁକ୍ତ ସରୋଜ ନାଏକ,ଚିତ୍ତରଞ୍ଜନ ମହାପାତ୍ର, ନୀଳାଦ୍ରି ବିହାରୀ ମହାପାତ୍ର,ପୂର୍ବତନ କାଉନସିଲର ଶ୍ରୀଯୁକ୍ତ ବୃନ୍ଦାବନ ସ୍ୱାଇଁ, ତାପସ ରଂଜନ ନାୟକ,ଭାଗିରଥି ଦେହୁରୀ, ୱାର୍ଡ ର ପୁରୁଖା ଲୋକ ମୂରଲୀଧର ସାହୁ,ନିତ୍ୟାନନ୍ଦ ପରିଡ଼ା ଙ୍କ ସମେତ ମନୋଜ କୁମାର ସାହୁ,ନିରଞ୍ଜନ ସ୍ୱାଇଁ,ସୁବଳ ବାରିକ,ବିକାଶ ସାହୁ, ରଞ୍ଜିତ ବେହେରା,ବିଜୟ ମହାପାତ୍ର, ବଳଭଦ୍ର ସାହୁ, ଦେବାଶିଷ ପ୍ରଧାନ, ମାଧବ ଚନ୍ଦ୍ର ନାୟକ,ନକୁଳ ବେହେରା,ସନ୍ତୋଷ ନାୟକ, ବିଜୁ ଜନତା ଦଳର ବରିଷ୍ଠ କର୍ମକର୍ତ୍ତା,ମହିଳା କର୍ମକର୍ତ୍ତା, ୱାର୍ଡର ଶତାଧିକ ବାସିନ୍ଦା,ଯୁବକ,ମହିଳା ମାନେ ଯୋଗଦେଇ କାର୍ଯ୍ୟକ୍ରମ କୁ ଶାଫଲ୍ୟ ମଣ୍ଡିତ କରିଥିଲେ



