Spread the love

[ ତ୍ରୈମାସିକ ସାହିତ୍ୟ, ସଂସ୍କୃତି, ଆଧ୍ୟାତ୍ମିକ ପତ୍ରିକା “ନବକାକଳି “ର ଅଷ୍ଟାବିଂଶ ବାର୍ଷିକ ଉଛବ ଅନୁଷ୍ଠିତ

]
ଜଗତସିଂହପୁର
ତା =6/2/23/
ଜଗତସିଂହପୁର ଜ଼ିଲ୍ଲା ର ଅଗ୍ରଣୀ ତ୍ରୈମାସିକ ସାହିତ୍ୟ ପତ୍ରିକା ନବକାକଳି ର ଅଷ୍ଟାବିଂଶ ବାର୍ଷିକ ଉଛବ ଅନନ୍ତ ସଂସ୍କୃତ ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି | ଏହି ଉପଲକ୍ଷେ ରାଜ୍ୟ ସ୍ତରୀୟ କବି ସମ୍ମିଳନୀ, ପୁସ୍ତକ, ପତ୍ରିକା ଉନ୍ମୋଚନ, ସମ୍ବର୍ଦ୍ଧନା ପର୍ବ ଅନୁଷ୍ଠିତ ହୋଇଥିଲା |ବରିଷ୍ଠ ଆଇନୀଜୀବି ପ୍ରିୟ ନାଥ ରାୟ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ | ନବକାକଳି ର ସମ୍ପାଦକ ସାହିତ୍ୟ ରତ୍ନ ସପ୍ଲିଳ କବି ଡକ୍ଟର ସୁରେନ୍ଦ୍ର ନାଥ ତ୍ରିପାଠୀ ଙ୍କ ପୌରହିତ ରେ ମୁଖ୍ୟ ଅତିଥିଭାବେ ପ୍ରଫେସର ଡକ୍ଟର ନାରାୟଣ ପଣ୍ଡା, ମୁଖ୍ୟ ବକ୍ତା ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ କବି ପିତାମ୍ବର ତରାଇ, ସଂମ୍ମାନିତ ଅତିଥିଭାବେ ପରେଶ କୁମାର ପାତ୍ର, ମିଲନ ବାନାର୍ଜୀ, ପିତାମ୍ବର ମହାପାତ୍ର, ଡ଼ା ସଂଗ୍ରାମ କେଶରୀ ସାମନ୍ତରାୟ ପ୍ରମୁଖ ଯୋଗଦେଇ ସମାଜରେ ଉଲେଖନୀୟ କାର୍ଯ୍ୟ ପାଇଁ ବିଶିଷ୍ଟ ସ୍ତମ୍ଭକାର,କବି,ଲେଖକ, ସୁସାହିତ୍ୟିକ, ସାମ୍ବାଦିକ, ଡାକ୍ତର,ସମାଜସେବୀ ମାନଙ୍କୁ ନବକାକଳି ସାହିତ୍ୟ ଅନୁଷ୍ଠାନ ପକ୍ଷରୁ ମାନପତ୍ର, ଉପଢୌକନ, ପୁଷ୍ପଗୁଛ, ସ୍ମୁତି ଫଳକ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା |ଶେଷରେ ନବକାକଳି ର ପରିଚାଳନା ସମ୍ପାଦକ ମନୋରମା ଦାଶ ଧନ୍ୟବାଦ ଅର୍ପଣ କରିଥିଲେ | ଏ ସମସ୍ତ କାର୍ଯ୍ୟକ୍ରମ ଙ୍କୁ ଶିଶିର ତ୍ରିପାଠୀ ଆରତୀ ତ୍ରିପାଠୀ ପ୍ରମୁଖ ପରିଚାଳନା କରିଥିଲେ |
ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *