Spread the love

ଦକ୍ଷିଣାଚଳ ବିଦ୍ୟୁତ ଶ୍ରମିକ କର୍ମଚାରୀ ଏକତା ମଞ୍ଚ.ଓପିଟିସିଏଲ ର କାର୍ଯ୍ୟକାରୀ ନିର୍ଦ୍ଦେଶକ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ.

ବ୍ରହ୍ମପୁର..ଦକ୍ଷିଣାଚଳ ବିଦ୍ୟୁତ ଶ୍ରମିକ କର୍ମଚାରୀ ଏକତା ମଂଚ ସ୍ଥାନୀୟ ନରେନ୍ଦ୍ର ପୁର ଠାରେ ଥିବା ଓପିଟିସିଏଲ ର କାର୍ଯ୍ୟକାରୀ ନିର୍ଦ୍ଦେଶକ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଉକ୍ତ ବିକ୍ଷୋଭ ପ୍ରଦର୍ଶନ କାର୍ଯ୍ୟକ୍ରମ ରେ ବ୍ରହ୍ମପୁର ଅଂଚଳର ଶତାଧିକ ବିଦ୍ୟୁତ ଶ୍ରମିକ କର୍ମଚାରୀ ଏକତ୍ରିତ ହୋଇ ଓପିଟିସିଏଲ ମ୍ୟାନେଜମେଣ୍ଟ ବିରୋଧରେ ଶ୍ଳୋଗାନ ଓ ନାରାବାଜି କରିଥିଲେ। ସାରା ଓଡ଼ିଶା ର ବିଦ୍ୟୁତ ଶ୍ରମିକ କର୍ମଚାରୀ ମାନଙ୍କ ର ଥିବା ସମସ୍ତ ଦାବି ସମୂହ ସହିତ ସାଉଥକୋ କୁ ଟାଟା ନେବା ପରେ ଦକ୍ଷିଣାଂଚଳ ବିତରଣ ସଂସ୍ଥା ରେ ଘଟୁଥିବା ଶ୍ରମିକ କର୍ମଚାରୀ ଅଶାନ୍ତି ଓ ସାରା ରାଜ୍ୟରେ ବିଦ୍ୟୁତ ବିଭାଗ ଏକରକମ ସ୍ଥାଣୁ ସଂସ୍ଥା ରେ ପରିଣତ ହେବା ନେଇ ଉକ୍ତ ଘଣ୍ଟିକିଆ ଗଣ ଧାରଣା ରେ ଉପସ୍ଥିତ ବହୁ ନେତୃତ୍ୱ ନିଜର ବକ୍ତବ୍ଯ ରେ ଉପସ୍ଥାପନ କରିଥିଲେ। ଆଜିର ଏହି ଶାନ୍ତିପୂର୍ଣ୍ଣ ଗଣଧାରଣା ରେ ରାଜ୍ୟ ଏକତା ମଂଚ ର ନିର୍ଦ୍ଦେଶ ମୁତାବକ ସମସ୍ତ ବିଦ୍ୟୁତ ଶ୍ରମିକ କର୍ମଚାରୀ ଆଜି ଠାରୁ ୧୫/୫/୨୩ ତାରିଖ ପର୍ଯ୍ୟନ୍ତ ନିଜ ନିଜର କାର୍ଯ୍ୟ କ୍ଷେତ୍ରରେ କଳା ବ୍ୟାଜ୍ ପରିଧାନ କରିବା ସହିତ ଆସନ୍ତା ୧୬ ତାରିଖ ଦିନ ଭୁବନେଶ୍ବରରେ ଓପିଟିସିଏଲ ମୂଖ୍ୟ କାର୍ଯ୍ୟାଳୟ ସମ୍ମୁଖରେ ଦକ୍ଷିଣାଂଚଳ ବିଦ୍ୟୁତ ବିଭାଗ ପକ୍ଷରୁ ଶତାଧିକ ବିଦ୍ୟୁତ ଶ୍ରମିକ କର୍ମଚାରୀ ଯୋଗଦାନ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି। ଆଜିର ଏହି ଶାନ୍ତିପୂର୍ଣ୍ଣ ଗଣଧାରଣା ର ମୂଖ୍ୟ ଦାବି ସମୂହ ଯଥା – ବିଦ୍ୟୁତ ବିଭାଗ ରେ କାର୍ଯ୍ୟରତ ବୈଷୟିକ କର୍ମଚାରୀ ମାନଙ୍କୁ ଉକ୍ତ ବିଭାଗରେ କାର୍ଯ୍ୟରତ କିରାଣୀ କର୍ମଚାରୀ ମାନଙ୍କ ସହିତ ସମାନ ଦରମା ପ୍ରଦାନ କରିବା, ୩୩୦୦ ଗ୍ରେଡ୍ ପେ ଉଚ୍ଛେଦ, ଶ୍ରମିକ କର୍ମଚାରୀ ମାନଙ୍କ ଚାକିରି ସର୍ତ୍ତାବଳୀ ଅପରିବର୍ତ୍ତିତ ରଖିବା, ସମସ୍ତ ଆନୋମଲି ସମାଧାନ ତୁରନ୍ତ ସମାଧାନ କରିବା, ଗତ ୨୦୨୦ ମସିହା ଅପ୍ରେଲ ମାସ ଠାରୁ ବକେୟା ଥିବା ମଜୁରି ନିର୍ଧାରଣ ତୁରନ୍ତ ସମାଧାନ କରିବା, ଘନଘନ ବିଜୁଳି କାଟ ହେବା ଓ ବିଜୁଳି କାଟିବା ପାଇଁ ବିତରଣ ଅଧିକାରି ମାନଙ୍କ ମୂଲଚାଲ ହେବାର ଭିଡିଓ ଗଣମାଧ୍ୟମ ରେ ପ୍ରସାରିତ ହେବା ପରେ ମଧ୍ୟ ଓପିଟିସିଏଲ ମ୍ୟାନେଜମେଣ୍ଟ ଓ ଟାଟା ମ୍ୟାନେଜମେଣ୍ଟ ନୀରବତା ଅବଲମ୍ବନ କରିବା, ଇତ୍ୟାଦି ମୂଖ୍ୟ ଦାବି ସମୂହ କୁ ନେଇ ଉକ୍ତ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଉକ୍ତ ଘଣ୍ଟିକିଆ ଗଣଧାରଣା ରେ ରାଜ୍ୟ ଫେଡେରସନ ର ସାଙ୍ଗଠନିକ ସମ୍ପାଦକ ବି ବି ମହାନ୍ତି, ନିଖିଳ ଓଡିଶା ରାଜ୍ୟ ବିଦ୍ୟୁତ ଶ୍ରମିକ ମହାସଙ୍ଗ ର ଉପ ସଭାପତି ପ୍ରଫୁଲ୍ଲ କୁମାର ପଟ୍ଟନାୟକ, ରାଜ୍ୟ ବିଜୁଳି ସଂଘ ର ଆଂଚଳିକ ସମ୍ପାଦକ ଦୁର୍ଗାପ୍ରସାଦ ନନ୍ଦ ପ୍ରମୂଖ ନେତୃତ୍ୱ ମାନେ ନେତୃତ୍ୱ ନେଇଥିବା ବେଳେ ପ୍ରତେକ ସଂଗଠନ ର ଶତାଧିକ ସଭ୍ୟ ଉପସ୍ଥିତ ହୋଇ ଆଜିର ଗଣଧାରଣା କୁ ସାଫଲ୍ଯ ମଣ୍ଡିତ କରିଥିଲେ। ପରିଶେଷରେ ଓପିଟିସିଏଲ ମ୍ୟାନେଜମେଣ୍ଟ ର ମାନବ ସମ୍ବଳ ନିର୍ଦ୍ଦେଶକ, ମାନବ ସମ୍ବଳ ମୂଖ୍ୟ ମହା ପ୍ରବନ୍ଧକ ତଥା ସମସ୍ତ ଅଧିକାରି ଙ୍କ ମନମୁଖୀ ଶ୍ରମିକ କର୍ମଚାରୀ ମାରଣ ନିତୀ ବିରୋଧରେ ଶ୍ଳୋଗାନ ଓ ନାରାବାଜି କରା ଯାଇଥିଲା.

Leave a Reply

Your email address will not be published. Required fields are marked *