Spread the love

ନିଃସନ୍ତାନ ବିଧବା ଅସହାୟଙ୍କୁ ଭରସା ପରିବାରର ସହାୟତା

କରଞ୍ଜିଆ ବ୍ଲକ ଟାଟୋ ପଞ୍ଚାୟତ କଙ୍କଡା ଗ୍ରାମର ଜାନକୀ ନାଏକ ନାମକ ନିଃସନ୍ତାନ ବୃଦ୍ଧାଙ୍କ ସ୍ବାମୀ ମୃତ୍ୟୁବରଣ ପରେ ଏକୁଟିଆ ହୋଇପଡ଼ିଥିଲେ । ଭରସା ପରିବାରର ସଭାନେତ୍ରୀ ମାଳତୀ ମହାନ୍ତ ଓ ଉପସଭାନେତ୍ରି ରଞ୍ଜନା ମହାନ୍ତ ଖବର ପାଇ ତାଙ୍କ ଘରକୁ ଯାଇ ଶାନ୍ତ୍ବନା ଦେବା ସହିତ ଦୁଇ ବର୍ଷ ଧରି ତାଙ୍କର ସମସ୍ତ ପ୍ରକାର ଆବଶ୍ୟକତା ପୂରଣ ଓ ଅସୁସ୍ଥତା ସମୟରେ ଡ଼ାକ୍ତରଖାନା ଆଣି ଚିକିତ୍ସା ବ୍ୟବସ୍ଥା ମଧ୍ୟ କରିଚାଲିଛନ୍ତି । ଅଜଣା ଅଚିହ୍ନା ଅସହାୟ ବୃଦ୍ଧାଙ୍କ ସହିତ ଆତ୍ମୀୟତା ଭାବନା ବଢାଇବାର ପ୍ରଚେଷ୍ଟାରେ ବିଭିନ୍ନ ସମୟରେ ତାଙ୍କ ପାଖକୁ ଯାଇ ସୁଖଦୁଃଖ ବୁଝିବା ସହିତ ନିତାନ୍ତ ଆବଶ୍ୟକ ସାମଗ୍ରୀ ପ୍ରଦାନ କରିଥାନ୍ତି । ସେବା କାର୍ଯ୍ୟ ମାଧ୍ୟମରେ ଲୋକଙ୍କ ମନରେ ସାମାଜିକ ଦାୟିତ୍ଵ ସୃଷ୍ଟି କରିବାର ଭରସା ପରିବାରର ଲକ୍ଷ୍ୟକୁ ସଫଳ କରିବାର ପ୍ରୟାସ କରିଥିବାରୁ ଭରସା ପରିବାରର ସଭାପତି ଲମ୍ବୋଦର ମହାନ୍ତ ତଥା ଅନ୍ୟାନ୍ୟ ବରିଷ୍ଠ କର୍ମକର୍ତ୍ତା ପ୍ରଶଂସା କରିବା ସହିତ ଧନ୍ୟବାଦ ଜଣାଇଛନ୍ତି କେନ୍ଦୁଝର ଜିଲ୍ଲା ରୁ ରତି ରଞ୍ଜନ ବାରିକ୍ ଶହ ପାଟଣା ବ୍ଲକ ରୁ ଦଶରଥ ବାରିକ୍ ଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ୍

Leave a Reply

Your email address will not be published. Required fields are marked *