Spread the love

ବଡ଼ବିଲ ମହୋତ୍ସବ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

କେନ୍ଦୁଝର ଜିଲ୍ଲାର ଖଣିଜ କ୍ଷେତ୍ର ବଡ଼ବିଲ ପୌରାଞ୍ଚଳ ତଥା ବଡ଼ବିଲ ଥାନା ଅନ୍ତର୍ଗତ ରେ ଆଗାମୀ ସମୟରେ ହେବାକୁ ଥିବା ବଡ଼ବିଲ ମୋହସ୍ଚବ କୁ ସରସ ସୁନ୍ଦର ଭାବେ ପାଳନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ବଡ଼ବିଲ ଟାଉନ୍ ହଲ୍ ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି। କିପରି ବଡ଼ବିଲ ମହୋତ୍ସବ କୁ ବିଗତ ବର୍ଷ ଅପେକ୍ଷା ଅଧିକ ଆକର୍ଷଣୀୟ ଓ ସରସ ସୁନ୍ଦର ଭାବେ ପାଳନ କରାଯାଇ ପାରିବ ସେ ନେଇ ଏହି ପ୍ରସ୍ତୁତି ବୈଠକ ରେ ଆଲୋଚନା କରାଯାଇଥିଲା। ଏହି ଅବସରରେ ବଡ଼ବିଲ ମହୋତ୍ସବ ର କାର୍ଯ୍ୟକାରୀ ସଭାପତି ଶ୍ରୀ ଚନ୍ଦ୍ରଗୁପ୍ତ ପ୍ରସାଦ, କାର୍ଯ୍ୟକାରୀ ସମ୍ପାଦକ ଶ୍ରୀ ନୀଳମଣି ମହାନ୍ତ ବଡ଼ବିଲ ମହୋତ୍ସବ ଉପଦେଷ୍ଠା ଶ୍ରୀ ବିଜୟୀ କୁମାର ମହାନ୍ତି ବଡ଼ବିଲ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଶ୍ରୀ ଦେବନ୍ଦ୍ର ନାଥ ପିଙ୍ଗୁଆ, ବଡ଼ବିଲ ରେଞ୍ଜର ସଂଜୀବ ରାଉତ, ବଡ଼ବିଲ ପୌରପାଳିକ ର ଅଧକ୍ଷ ଶ୍ରୀ ଲଖଣ ମହାନ୍ତ ବଡ଼ବିଲ ମହୋତ୍ସବ ର ସ୍ଥାଇ ସଭାପତି ତଥା ଚମ୍ପୁଆ ଉପ ଜିଲ୍ଲାପାଳ ଶ୍ରୀ ଉମାକାନ୍ତ ପରିଡା ସ୍ଥାଇ ସଭାପତି ବଡ଼ବିଲ ପୌରପାଳିକା ର ନିର୍ବାହୀ ଅଧିକାରୀ ଶ୍ରୀ ରମେଶ ଚନ୍ଦ୍ର ନୟାକ ଉପସ୍ଥିତ ରହି ବଡ଼ବିଲ କିପରି ଭାବରେ ମହୋତ୍ସବ କୁ ଗତ ବର୍ଷ ଠାରୁ ଏ ବର୍ଷ ଆହୁରି ଭଲ ଭାବ କରାଯିବା ତା ଉପରେ ଆଲୋଚନା କରାଯାଇଥିଲା। ସର୍ବସମ୍ମତି କ୍ରମେ ରାଜ୍ୟ ତଥା ରାଜ୍ୟ ବାହାରର ବିଭିନ୍ନ କଳାକାର, ନୂର୍ତ୍ୟକାର, ବାଦ୍ୟ ବାଦକ, ବିଭିନ୍ନ ହସ୍ତଶିଳ୍ପ ସାମଗ୍ରୀ ସାଙ୍ଗକୁ ଓଡ଼ିଶା ତଥା ଓଡ଼ିଶା ବାହାରର ବିଭିନ୍ନ ପ୍ରସିଦ୍ଧ ସାମଗ୍ରୀ, ଲୋକ କଳା ଓ ସଂସ୍କୃତିକୁ ପ୍ରାଧାନ୍ୟ ଦେଇ ଏହି ବଡ଼ବିଲ ମହୋତ୍ସବ କୁ ଆଗାମୀ ଜାନୁଆରୀ ୨୯,୩୦, ୩୧ଓ ଫେବୃଆରୀ ୧ ତାରିଖକୁ ଚାରିଦିନ ଧରି ଅୟୋଜନ କରିବାକୁ ନିଷ୍ପତି ଗ୍ରହଣ କରାଯାଇଥିଲା। ଏହି କାର୍ଯ୍ୟକ୍ରମ କୁ ବଡ଼ବିଲ ମୋହଶ୍ଚବ ପାଳନ କମିଟି ପକ୍ଷରୁ ଅୟୋଜନ କରାଯାଇଥିବା ବେଳେ କମିଟିର ସମସ୍ତ ସଦସ୍ୟ, ବଡ଼ବିଲ ଅଞ୍ଚଳର ଜନସାଧାରଣ ଉପସ୍ଥିତ ଥିଲେ।

କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *