Spread the love

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୁଇ ଦିନିଆ ଇସ୍ରାଏଲ ଗସ୍ତରେ ତେଲ ଅଭିଭ ପହଞ୍ଚିଛନ୍ତି। ଏଠାରେ ବିମାନ ବନ୍ଦରରେ ତାଙ୍କର ଭବ୍ୟ ସ୍ଵାଗତ କରାଯାଇଛି। ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁ ଓ ତାଙ୍କ ପତ୍ନୀ ସାରା ବିମାନ ବନ୍ଦରରେ ପିଏମ ମୋଦୀଙ୍କୁ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା ଜଣାଇଛନ୍ତି। ନେତନ୍ୟାହୁ ପ୍ରୋଟୋକଲ ଭାଙ୍ଗି ବିମାନ ବନ୍ଦର ପହଞ୍ଚି ମୋଦୀଙ୍କୁ ଆଲିଙ୍ଗନ କରି ସ୍ଵାଗତ କରିଛନ୍ତି।

ପିଏମ ମୋଦୀଙ୍କୁ ବିମାନ ବନ୍ଦରରେ ଗାର୍ଡ ଅଫ ଅନର ଦିଆଯାଇଛି। ଉଲ୍ଲେଖନୀୟ ପିଏମ ମୋଦୀ ୯ ବର୍ଷ ପରେ ଇସ୍ରାଏଲ ପହଞ୍ଚିଛନ୍ତି। ଏହା ପୂର୍ବରୁ ସେ ୨୦୧୭ରେ ଇସ୍ରାଏଲ ଗସ୍ତ କରିଥିଲେ।

ପ୍ରଧାନମନ୍ତ୍ରୀ ମୋଦୀ ଆଜି ଇସ୍ରାଏଲର ସଂସଦ ସେନେଟକୁ ସମ୍ବୋଧିତ କ। ଏହା ସହ ସେ ଜେରୁସାଲେମ ଗସ୍ତ କରିବେ। ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତ ଦୁଇ ଦେଶର ସମ୍ବନ୍ଧ ଦୃଷ୍ଟିରୁ ବହୁତ ଗୁରୁତ୍ଵପୂର୍ଣ୍ଣ। ବିମାନ ବନ୍ଦରରେ ନେତନ୍ୟାହୁଙ୍କ ସହିତ ବୈଠକ ପରେ ପିଏମ ମୋଦୀ ଇସ୍ରାଏଲ ସଂସଦ ସେନେଟକୁ ସମ୍ବୋଧିତ କରିବେ। ଇସ୍ରାଏଲ ସଂସଦକୁ ସମ୍ବୋଧିତ କରିବାରେ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ହେବେ। ନେତନ୍ୟାହୁଙ୍କ ନିମନ୍ତ୍ରଣକ୍ରମେ ପ୍ରଧାନମନ୍ତ୍ରୀ ମୋଦୀ ଇସ୍ରାଏଲ ପହଞ୍ଚିଛନ୍ତି। ଏହି ସମୟରେ ପିଏମ ମୋଦୀ ଇସ୍ରାଏଲଙ୍କ ରାଷ୍ଟ୍ରପତି ଇସାକ ହରଜୋଗ ମଧ୍ୟ ସାକ୍ଷାତ କରିବେ।

ପିଏମ ମୋଦୀଙ୍କ ଇସ୍ରାଏଲ ଗସ୍ତ ଏବଂ ସଂସଦକୁ ସମ୍ବୋଧିତ କରିବା ଖବର ପରଠୁ ଇସ୍ରାଏଲରେ ବିରୋଧୀ ପିଏମ ମୋଦୀଙ୍କ ସମ୍ବୋଧନକୁ ବହିଷ୍କାର କରିବାକୁ ଧମକ ଦେଇଛନ୍ତି। ଅନ୍ୟ ପଟେ ସନ୍ଧ୍ୟାରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ନେତନ୍ୟାହୁଙ୍କ ପିଏମ ମୋଦୀ ଦ୍ଵିପାକ୍ଷିକ ବୈଠକ କରିବେ। ଏହା ପରେ ପିଏମ ମୋଦୀଙ୍କ ଉଦ୍ଦେଶ୍ୟରେ ରାତ୍ରଭୋଜନର ବ୍ୟବସ୍ଥା କରିଛନ୍ତି ନେତନ୍ୟାହୁ।

Leave a Reply

Your email address will not be published. Required fields are marked *