ଭାଷ୍କର ସାମଲ ଉଚ୍ଚ ବିଦ୍ୟାଳୟ ପରିସରରେ ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ

ଯାଜପୁର —— ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଳକ ଅନ୍ତର୍ଗତ କପିଳା ପଞ୍ଚାୟତର ରାହାସ ଗୁହାଳୀ ଠାରେ ଥିବା ଭାସ୍କର ସାମଲ ଉଚ୍ଚ ବିଦ୍ୟାଳୟ ପରିସରରେ ଆଜି ଏକ ବିରାଟ ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି।ଉଦୟ ଭାନୁ ସାହିତ୍ୟ ସଂସଦ ଆନୁକୁଲ୍ୟରେ ସମ ହସ୍ପିଟାଲ ଫୁଲନଖରା ର ବରିଷ୍ଠ ଡ଼ାକ୍ତରଙ୍କ ସହଯୋଗରେ ଆଜି ଏହି ସ୍ବାସ୍ଥ୍ୟ ଶିବିର ପୂର୍ବାହ୍ନ ଦଶ ଘଟିକା ଠାରୁ ଅପରାହ୍ନ ତିନି ଘଟିକା ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଯାଇଛି।ଚର୍ମ,ଶିଶୁରୋଗ,ଚକ୍ଷୁ,ଦାନ୍ତ ,ଗଳା,ନାସା ଓ କର୍ଣ୍ଣ , ମେଡିସିନ , ଅସ୍ଥିଶଲ୍ୟ ବିଭାଗ ସହ ସମୁଦାୟ ଚିକିତ୍ସା ବିଭାଗର ଅନ୍ୟୁନ ପନ୍ଦର ଜଣ ଡାକ୍ତରଙ୍କ ସମେତ ମଧୁମେୟ ଓ ଇସିଜି ର ମାଗଣା ପରୀକ୍ଷା ସହ ମହଯୁଦ ଥିବା ଔଷଧ ର

ବିତରଣ କରାଯାଇଥିଲା। ଅନ୍ୟୁନ ସାତ ଶହ ପଚାଶ ଜଣ ରୋଗୀ ଡାକ୍ତର ବନ୍ଧୁ ମାନଙ୍କୁ ନିଜର ସ୍ବାସ୍ଥ୍ୟ ବିଷୟରେ ଅବଗତ କରାଇ ପରାମର୍ଶ ନେଇଥିଲେ।ଉଦୟ ଭାନୁ ସାହିତ୍ୟ ସଂସଦର ସଭାପତି ବ୍ରଜ ସୁନ୍ଦର ସାମଲଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଆୟୋଜିତ ଏହି ସ୍ବାସ୍ଥ୍ୟ ମେଳାରେ ପ୍ରମୋଦ ସାମଲ, ରବିନାରାୟଣ ସାମଲ,ସରୋଜ କୁମାର ମଲ୍ଲିକ,ବିଷ୍ଟୁଚରଣ ସାମଲ, ଇଞ୍ଜିନିୟର ବାଙ୍କ ବିହାରୀ ସାମଲ, ଦୀନବନ୍ଧୁ ସାହୁ, ରବିନ୍ଦ୍ର କୁମାର ସାମଲ,ଭାରତ ଭୁଷଣ ମଲ୍ଲିକ, ପ୍ରଫୁଲ୍ଲ କୁମାର ବେହାରା, ଗୋପବନ୍ଧୁ ମଲ୍ଲିକ, ସରପଞ୍ଚ ଦେବଦତ୍ତ ସେଠୀ , ସମାଜସେବୀ ପଦ୍ମାକର ଗୁରୁ, ଉମେଶ ଚନ୍ଦ୍ର ସାମଲ, ଅକ୍ଷୟ କୁମାର ସେଠୀ,ଟିକିଲତା ବେହେରା, ବନମାଳୀ ପତି, ଧନେଶ୍ଵର ଦାଶ, ରାମଚନ୍ଦ୍ର ନାୟକ, ସୁଧାଂଶୁ ଶେଖର ଧଳ,ସାଗର ସଙ୍ଗମ ଧଳ ପ୍ରମୁଖ କାର୍ଯ୍ୟକ୍ରମକୁ ସଞ୍ଚାଳନ କରିଥିଲେ।

