Spread the love

ଦୃତଗତିରେ ଗାଡ଼ି ଚାଳନା ଯୋଗୁ ଦୁର୍ଘଟଣା, ଦୁର୍ଘଟଣାରେ ଯୁବକ ମୃତ।

କଥାରେ ଅଛି ଦୃତଗତି ମହାବିପତ୍ତି, ଦୃତଗତିରେ ଗାଡି ଚାଳନା ଯୋଗୁ ଅକାରଣେ ଚାଲିଗଲା ଜୀବନ ।କେନ୍ଦୁଝର ଜିଲ୍ଲାର ଖଣିଜ କ୍ଷେତ୍ର ବଡ଼ବିଲ ପୌରାଞ୍ଚଳ ତଥା ବଡ଼ବିଲ ଥାନା ଅନ୍ତର୍ଗତରେ ଦୃତ ଗତିରେ ଗାଡି ଚାଳନା ଯୋଗୁ ଦୁର୍ଘଟଣା ଦୁର୍ଘଟଣାରେ ଯୁବକ ମୃତ । ସୂଚନା ଅନୁଯାୟୀ କେନ୍ଦୁଝର ଜିଲ୍ଲାର ଖଣିଜ କ୍ଷେତ୍ର ବଡ଼ବିଲ ପୌରାଞ୍ଚଳ ତଥା ବଡ଼ବିଲ ଥାନା ଅନ୍ତର୍ଗତ ବଡ଼ବିଲ ୱାର୍ଡ଼ ନମ୍ବର୍ ପନ୍ଦର ବଡ଼ବିଲ କଳିଙ୍ଗ ରୋଡ଼ରେ ଏକ ମୋଟର ସାଇକେଲ ଦୃତ ଗତିରେ କଳିଙ୍ଗ ରୁ ବଡ଼ବିଲ ଅଭିମୁଖେ ଆସୁଥିବା ସମୟରେ ବଡ଼ବିଲ ଅଗ୍ନିଶମ ବିଭାଗ କାର୍ଯ୍ୟାଳୟ ନିକଟରେ ଏକ ଘୁଷୁରୀ ଶାବକ ଅକସ୍ମାତ୍ ଦୌଡ଼ି ଆସିବାରୁ ମୋଟରସାଇକେଲ ଚାଳକ ତାକୁ ଧକ୍କା ଦେଇ ଭାରସାମ୍ୟ ହରାଇ ରାସ୍ତା ଉପରେ ଛିଟିକି ପଡ଼ିଥିଲା। ଅଗ୍ନିଶମ ବିଭାଗ କର୍ମଚାରୀ ସ୍ଥାନୀୟ ଅଞ୍ଚଳର ଜନସାଧାରଣ ଲୋକଙ୍କ ସାହାଯ୍ୟରେ ତାକୁ ଉଦ୍ଧାର କରି ଚିକିତ୍ସା ପାଇଁ ନିକଟସ୍ଥ ବଡ଼ବିଲ ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇଥିବା ବେଳେ ସେଠାରେ ଚିକିତ୍ସା ଅବସ୍ଥାରେ ତାର ମୃତ୍ୟୁ ହୋଇଥିବା ନେଇ ସୂଚନା। ତେବେ ଦୁର୍ଘଟଣା ପରେ ବଡ଼ବିଲ ପୋଲିସ୍ ବଡ଼ବିଲ ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ରକୁ ଯାଇ ତଦନ୍ତ ଆରମ୍ଭ କରିଥିବା ବେଳେ ଅପରାହ୍ନ ସମୟ ବିତିଯାଇଥିବା ଯୋଗୁ ଶବ ବ୍ୟବଚ୍ଛେଦ ହୋଇପାରିନାହିଁ, ମୃତ ଶରୀରକୁ ଯୋଡ଼ା ଟାଟା ଷ୍ଟିଲ ସ୍ଥିତ ଶବ ସଂରକ୍ଷଣ ଗୃହରେ ରଖାଯାଇଥିବା ବେଳେ ଆସନ୍ତା କାଲି ଶବ ବ୍ୟବଚ୍ଛେଦ କରାଯିବା ନେଇ ସୂଚନା।ଯୁବକ ଜଣକ ହେଲେ ଯୋଗେଶ ଯାଦବ ବୟସ ପାଖାପାଖି ୨୨ବର୍ଷ ଓ ତାଙ୍କଘର ବଡ଼ବିଲ ପୌରାଞ୍ଚଳ ମାଟ୍କାମ୍ବେଡା ଅଞ୍ଚଳରେ ହୋଇଥିବା ନେଇ ସୂଚନା।

କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *