ସାମାଜିକ ସଂଗଠନ ବିଦ୍ୱାନ ପକ୍ଷରୁ ଇଫତାୟର ପାର୍ଟୀ
ସାମାଜିକ ସଙ୍ଗଠନ ବିଦ୍ୱାନ ପକ୍ଷରୁ କଟକ ଦେୱାନ ବଜାର ସ୍ଥିତ ମଦ୍ରାସା ଠାରେ ଇଫତାର ପାର୍ଟି ଅନୁଷ୍ଠିତ ହୋଇଛି। ରୋଜା ବା ଉପବାସ ଖୋଲିବା ପରେ ଆହାର ଗ୍ରହଣ କରିଛନ୍ତି ମୁସଲମାନ ସମ୍ପ୍ରଦାୟର ଲୋକେ। ମଦ୍ରାସା ଠାରେ ଏକତ୍ରିତ ହୋଇ ବୟସ୍କ, ମହିଳା, ଯୁବ ମାନେ ଖାଦ୍ୟ ଗ୍ରହଣ କରିଥିଲେ। ମୁସଲମାନ ସମ୍ପ୍ରଦାୟର ବ୍ୟକ୍ତିମାନେ ଇଫତାର ପାର୍ଟିରେ ସାମିଲ ହୋଇ ପରସ୍ପରକୁ ଆଲିଙ୍ଗନ କରି ବଧେଇ ଜଣାଇଥିଲେ। କଟକ ସହର ଭାଇଚାରା ସହର ଭାବେ କାଇଁ କେଉଁ କାଳରୁ ରହି ଆସିଛି। ଏହି ଠାରୁ ହିଁ ଭାଇଚାରା ସୃଷ୍ଟି ହୋଇଛି। ତେଣୁ ଏଠାରେ ସବୁ ସଂପ୍ରଦାୟର ବ୍ୟକ୍ତି ମାନେ ସମସ୍ତ ପର୍ବ କୁ ଧୂମଧାମରେ ପାଳନ କରିଥାନ୍ତି। କଟକ ସମେତ ଅନ୍ୟ ସ୍ଥାନରେ ମଧ୍ୟ ଭାଇଚାରା ବଜାୟ ରଖିବାକୁ ସଂଗଠନର ସଭାପତି ବିନୋଦ ପଣ୍ଡା ବାର୍ତ୍ତା ଦେଇଛନ୍ତି। ଏହି ଇଫତାର ପାର୍ଟିରେ ସଂଗଠନର କର୍ମକର୍ତା ଙ୍କ ସମେତ ସବୁ ବର୍ଗର ଲୋକେ ସାମିଲ ହୋଇଥିଲେ।



