ଅନୁଗୋଳ – ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ ଅପର୍ତିପୁର ଗ୍ରାମର ଜଣେ ପରିଚିତ ଏବଂ ମିଳନସାର ବ୍ୟକ୍ତିତ୍ୱ ଯୁଗଳ ଦାସଙ୍କ ପରଲୋକ ଘଟିଥିବା ଖବର ଅଞ୍ଚଳରେ ଗଭୀର ଶୋକର ଛାୟା ଖେଳାଇଦେଇଛି। ହଠାତ୍ ହାର୍ଟ ଆଟାକ୍ ହେବା ପରେ ତାଙ୍କୁ ତୁରନ୍ତ ଚିକିତ୍ସା ପାଇଁ କେୟାର ହସ୍ପିଟାଲରେ ଭୁବନେଶ୍ୱର ରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତରମାନେ ତାଙ୍କୁ ବଞ୍ଚାଇବା ପାଇଁ ନିରନ୍ତର ଚେଷ୍ଟା କରିଥିଲେ ମଧ୍ୟ ଶେଷରେ ସମସ୍ତ ପ୍ରୟାସ ବିଫଳ ହୋଇଥିଲା ଏବଂ ସେ ଆଖି ବୁଜିଥିଲେ। ଗତ ୪ବର୍ଷ ତଳେ ତାଙ୍କ ସ୍ତ୍ରୀ ମଧ୍ୟ ହାର୍ଟ ରେ ମୃତ୍ୟୁ ବରଣ କରିଥିଲେ।
ତାଙ୍କ ଅକାଳ ବିୟୋଗ ଖବର ପ୍ରଚାର ହେବାପରେ ପରିବାର, ସମ୍ପର୍କୀୟ, ବନ୍ଧୁବର୍ଗ ଓ ଅଞ୍ଚଳବାସୀଙ୍କ ମଧ୍ୟରେ ଶୋକର ଲହରୀ ଖେଳିଯାଇଛି। ଯୁଗଳ କିଶୋର ଦାସ ଜଣେ ଶାନ୍ତ, ଭଦ୍ର ଓ ସହୃଦୟ ବ୍ୟକ୍ତି ଭାବେ ସମସ୍ତଙ୍କ ମନରେ ନିଜର ଅଲଗା ପରିଚୟ ସୃଷ୍ଟି କରିଥିଲେ। ତାଙ୍କ ହସମୁଖ ଚରିତ୍ର ଓ ସମସ୍ତଙ୍କ ସହ ମୀଳ ମିଶା ଆଚରଣ ପାଇଁ ସେ ଅନେକଙ୍କର ପ୍ରିୟ ଥିଲେ।
ହଠାତ୍ ଏପରି ଦୁଃଖଦ ଘଟଣା ଘଟିବାରୁ ସମଗ୍ର ଅଞ୍ଚଳ ସ୍ତବ୍ଧ ହୋଇପଡ଼ିଛି। ତାଙ୍କ ନିଧନରେ ବିଭିନ୍ନ ମହଲର ବ୍ୟକ୍ତିବିଶେଷ ଗଭୀର ଶୋକ ପ୍ରକାଶ କରିଥିବା ବେଳେ ଶୋକସନ୍ତପ୍ତ ପରିବାରଙ୍କ ପ୍ରତି ସମବେଦନା ଜଣାଇଛନ୍ତି। ତାଙ୍କର ୪ ପୁଅକୁ ଛାଡି ଅକାଳରେ ଚାଲି ଗଲେ
ଭଗବାନ ତାଙ୍କ ଅମର ଆତ୍ମାକୁ ଶାନ୍ତି ପ୍ରଦାନ କରନ୍ତୁ ଏବଂ ପରିବାରକୁ ଏହି ଅସହ୍ୟ ଦୁଃଖ ସହିବାକୁ ଶକ୍ତି ଦିଅନ୍ତୁ।
![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/05/Picsart_26-05-14_06-19-38-643-9-scaled.jpg)


