ବିଜୁ ମହିଳା ଜନତା ଦଳର ନାରୀ ଅଧିକାର ଅଭାଯାନ ବିକ୍ଷୋଭ ସମାବେଶ

ଢେଙ୍କାନାଳ,୨୫ା୫: ମହିଳା ମାନଙ୍କର ରାଜନୈତିକ ସାନ୍ୱିଧାନିକ ଅଧିକାର ଓ ସାମାଜିକ ସୁରକ୍ଷା ତଥା ୨୦୨୩ ମସିହାରେ ସଂସଦରେ ଗୃହିତ ୩୩ ପ୍ରତିଶତ ମହିଳା ସଂରକ୍ଷଣ ବିଲ କାର୍ଯ୍ୟକାରୀ କରିବା ଦାବିରେ ଢେଙ୍କାନାଳ ବିଧାନ ସଭା ନିର୍ବାଚନ ମଣ୍ଡଳୀ ତରଫରୁ ନାରୀ ଅଧିକାର ଅଭିଯାନ ଏକ ବିରାଟ ଶୋଭାଯାତ୍ରା ଢେଙ୍କାନାଳ ର ପୁର୍ବତନ ବିଧାୟକ ସୁଧିର କୁମାର ସାମଲଙ୍କ ନେତୃତ୍ୱରେ ସହରସ୍ଥ ବାଜିଚୌକ ଛକ ଠାରୁ ବାହାରି ସହର ପରିକ୍ରମା କରି ଜିଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ପହଞ୍ଚି ଥିଲା । ସେଠାରେ ଏକ ବିରାଟ ପ୍ରତିବାଦ ସଭା ଜିଲା ମହିଳା ସଭାପତି ସାଗରୀକା ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ଏହି ସଭାରେ ବିଜୁ ଜନତା ଦଳର ମହିଳା ରାଜ୍ୟ ସଭାନେତୀ୍ର ସ୍ନେହାଙ୍ଗିନୀ ଛୁରିଆ ମିଖ୍ୟ ଅତିଥିଭାବେ ଯୋଗଦେଇ ତାଙ୍କ ଉଦବୋଧନରେ କହିଥିଲେ ଯେ ନାରୀମାନଙ୍କର ଅଧିକାର କ୍ଷର୍ଣ୍ଣ କରିବାରେ ବିଜେପି ଡବଲ ଇଞିନ ସରକାର ଲାଗିପଡିଛନ୍ତି । ମହିଳା ମାନଙ୍କୁ ୩୩ ପ୍ରତିଶତ ସଂରକ୍ଷଣ ଦେବାରେ ବିଫଳ ହୋଇଛନ୍ତି । ରାଜ୍ୟରେ ଦରଦାମ ନିୟନ୍ତ୍ରଣ କରିବାରେ ବିଜେପି ସରକାର ସମ୍ପୂର୍ଣ୍ଣ ଅସମର୍ଥ ବୋଲି କହିବା ସହିତ ରାଜ୍ୟରେ ନବୀନ ପଟ୍ଟନାୟକଙ୍କ ସରକାର ସମୟରେ ନାରୀମାନେ ସୁରକ୍ଷିତ ରହିଥିଲେ । ବିଜୁ ବାବୁଙ୍କ ଚିନ୍ତାଧାରା ମା’ କୁ ସନମାନ ଗାଁକୁ କାମ ଆଧାରରେ ନବୀନ ପଟ୍ଟନାୟକ ମହିଳା ମାନଙ୍କୁ ପଞ୍ଚାୟତ ନିର୍ବାଚନରେ ୫୦ଭାଗ ସଂରକ୍ଷଣ ଦେବା ସହିତ ମିଶନ ଶକ୍ତି ଜରିଆରେ ମହିଳାମାନଙ୍କୁ ଶସକ୍ତ କରିବା ପାଇଁ ୧୦ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବିନା ସୁନ୍ଧରେ ଋଣ ପ୍ରଦାନ ବ୍ୟବସ୍ଥା କରିଥିଲେ । ବର୍ତ୍ତମାନ ବିଜେପିର ଡବଲ ଇଞିନ ସରକାର ମହିଳାମାନଙ୍କୁ ସୁଭଦ୍ରା ଯୋଜନାରେ ୫୦ହଜାର ଟଙ୍କା ଦେବ ବୋଲି କହି ମାତ୍ର ୫ହଜାର ଟଙ୍କା ଦେଇ ଛେଳି ଚରାଇବା ପାଇଁ ପରମର୍ଶ ଦେଉଛି । ଆଜି ରାଜ୍ୟରେ ନାରୀ ନିର୍ଯ୍ୟାତନା ଏପରି ବଢି ଯାଇଛି ଯେ ଗତ ୨ବର୍ଷ ମଧ୍ୟରେ ୫୦ ହଜାରରୁ ଉଦ୍ଧ୍ୱର୍ ମାମଲା ହେଲାଣି ।ଏବଂ ବର୍ତ୍ତମାନ ରାଜ୍ୟ ନାରୀ ନିର୍ଯ୍ୟାତନା କ୍ଷେତ୍ରରେ ଦେଶରେ ୧ନମ୍ବର ହେବା ଅତ୍ୟନ୍ତ ଲଯ୍ୟା ଜନକ ଘଟଣା ବୋଲି ସେ କହିଥିଲେ । କେବଳ ବିଜୁ ଜନତା ଦଳହିଁ ନାରୀ ମାନଙ୍କୁ ସୁରକ୍ଷା , ସ୍ୱାବଲମ୍ବି କରିପାରିବବୋଲି କହିବା ସହ ନାରୀମାନଙ୍କ ବିରୁଦ୍ଧରେ ବିଜେପି ଦଳର ସରକାର ଚଳାଇ ଆସୁଥିବା ଚକ୍ରାନ୍ତକୁ ବିଜେଡି ବରଦାସ୍ତ କରିବ ନାହିଁ ବୋଲି ସେ କହିଥିଲେ । ଆଗାମୀ ପଞ୍ଚାୟତ ନିର୍ବାଚ ନରେ ସମସ୍ତ ମହିଳା ମାନେ ଏକଜୁୁଟ ହୋଇ ଡବଲ ଇଞିନ ବିଜେପି ସରକାର ର ମହିଳା ବିରୋଧି ନିତୀ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିବା ପାଇଁ ଶ୍ରୀମତି ଛୁରିଆ ଆହ୍ୱାନ ଦେଇଥିଲେ । ପୁର୍ବତନ ବିଧାୟକ ସୁଧିର କୁମାର ସାମଲ ରାଜ୍ୟରେ ଯେଉଁ ଭଳି ଭାବରେ ମହିଳା ମାନଙ୍କ ଉପରେ ଅନ୍ୟାୟ ଅତ୍ୟାଚାର ଦିନକୁ ଦିନ ବଢିଚାଲିଛି ତାହା ଚିନ୍ତାଜନକ ବିଷୟ ବୋଲି କହିଥିଲେ । ମହିଳା ମାନଙ୍କୁ ଧୋକ୍କା ଦେଇ ବିଜେପ ଦଳ ସରକାରକୁ ଆ ସିଛି । ଏ ସରକାର ଅପାରଗତା, ବିଫଳତା ତଥା ଅପରାଧ ନିୟନ୍ତ୍ରଣ ଚରମ ଉଦାସିନତା ହେତୁ ରାଜ୍ୟରେ ଗତ ୨ବର୍ଷ ମଧ୍ୟରେ ୪୮ହଜାର ମହିଳା ହିସାଂ, ଯୌନ ନିର୍ଯ୍ୟାତନା ମାମଲା ବିଭିନ୍ନ ଥାନରେ ରୁଜ୍ଜୁ ହୋଇଛି । ଢେଙ୍କାନାଳ ଭାପୁର , ହିଞିଳି , ବରଗଡ, ବାଲିଅନ୍ତା, ଝାରସୁଗଡା ଇତ୍ୟାଦିର ଘଟଣାକୁ ନେଇ ରାଜ୍ୟ ସରକାର ଉପରେ ଓଡିଶାବାସୀଙ୍କର ଆସ୍ଥା ଓ ବିଶ୍ୱାଷ ତୁଟି ଯାଇଛି ବୋଲି କହିଥିଲେ । ଏହି ଭିକ୍ଷୋଭ ରେ ମହିଳା ରାଜ୍ୟ ସାଧାରଣ ସମ୍ପାଦିକା ଗିତାଞଳୀ ବସ୍ତିଆ, ସ୍ନେହାଞଳୀ ମହାନ୍ତି, ସୁମିତ୍ରା ଜେନା, ଢେଙ୍କାନାଳ ଜିଲାପରିଷଦ ଅଧ୍ୟକ୍ଷା ଅର୍ଚ୍ଚନା ପୁହାଣ, ଜିଲା କାର୍ଯ୍ୟକାରି ସଭାପତି ନରୋତ୍ତମ ସହୁ, ସନ୍ଦିପ ଷଡଙ୍ଗୀ, ଜିଲା ଉପସଭାପତି ଦେବାଶିଷ ମିଶ୍ର, ତିଳୋତ୍ତମା ଚୌଧରରୀ, ଉପନଗରପାଳ ପ୍ରକାଶ ଚନ୍ଦ୍ର କୁଅଁର, ଲିଗାଲ ସେଲ ତଥା ଓକିଲ ସଂଘ ସଭାପତି ଗୋପାଳ ଚନ୍ଦ୍ର ପାତ୍ର, ଟାଉନ ସଭାପତି ବିନୋଦ କୁମାର ମହାନ୍ତ, ଯୁବନେତା ଶ୍ରୀକାନ୍ତ ଧଳ, ମହିଳା ଟାଉନ ସଭାପନେତ୍ରୀ ଶ୍ରଦ୍ଧାଞଳୀ ସାହୁ, ଉର୍ବଶୀ ମହାପାତ୍ର, ଗନ୍ଦିଆ ଏନଏସି ସଭାନେତ୍ରୀ ଶୁଭଦର୍ଶିନୀ ପରିଡା, ଗନ୍ଦିଆ ବ୍ଲକ ସଭାନେତ୍ରୀ ରୁବି ବିଶ୍ୱାଳ, ସଦର ସଭାପତି ସୁନିତା ସାହୁ, ଗନ୍ଦିଆ ବ୍ଲକ ସଭାପତି ପ୍ରଦୀପ କୁମାର ରାଉତ, ବିଜେଡି ସାଧାରଣ ସମ୍ପାଦକ ଶୁଭକାନ୍ତ ପଣ୍ଡା, ବିଶ୍ୱନାଥ ବେହେରା, ସୋସିଆଲ ମେଡିଆ ସଂଯୋଜକ ଗଙ୍ଗାଧର ରାଉତ, ରଞନ ନାୟକ, ମାନସ ମହାରଣା ପ୍ରମୁଖଙ୍କ ସମେତ ଢେଙ୍କାନାଳ ବିଧାନ ସଭା ନବିର୍ବାଚନ ମଣ୍ଡଳୀର ହଜାର ହଜାର ମହିଳା ଯୋଗଦେଇଥିଲେ । ପରେ ମହାମହିମ ରାଷ୍ଟ୍ରପତିଙ୍କ ଉଦେ୍ଦଶ୍ୟରେ ଜିଲ୍ଲାପାଳଙ୍କ ଜରିଆରେ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଥିଲା । ଶେଷରେ ଜିଲା କାର୍ଯ୍ୟକାରୀ ସଭାପତି ଶୁଭଲକ୍ଷ୍ମୀ ସାହୁ ଧନ୍ୟବାଦ ଦେଇଥିଲେ ।




