କନ୍ଧମାଳ ଜିଲ୍ଲାର ପୂର୍ବତନ ଜିଲ୍ଲା ସଂଯୋଜକ ସୁବ୍ରତ କୁମାର ମହାନ୍ତିଙ୍କ ପରଲୋକ
ବ୍ୟୁରୋ ରିପୋର୍ଟ, କନ୍ଧମାଳ
କନ୍ଧମାଳ: ଓଡ଼ିଶା ଡିଜିଟାଲ ମିଡିଆ ମହାସଂଘର କନ୍ଧମାଳ ଜିଲ୍ଲାର ପୂର୍ବତନ ଜିଲ୍ଲା ସଂଯୋଜକ ସୁବ୍ରତ କୁମାର ମହାନ୍ତିଙ୍କର ପରଲୋକ ଘଟିଛି। ତାଙ୍କର ଅକାଳ ବିୟୋଗ ଖବର ପ୍ରଚାର ପରେ ସାମ୍ବାଦିକ ଓ ଡିଜିଟାଲ ମିଡିଆ ମହଲରେ ଶୋକର ଛାୟା ଖେଳିଯାଇଛି।
ଶ୍ରୀ ମହାନ୍ତି ଓଡ଼ିଶା ଡିଜିଟାଲ ମିଡିଆ ମହାସଂଘ ସହ ଜଡ଼ିତ ରହି ସଂଗଠନର ବିଭିନ୍ନ କାର୍ଯ୍ୟକ୍ରମରେ ସକ୍ରିୟ ଭାବେ ସହଯୋଗ କରିଥିଲେ। କନ୍ଧମାଳ ଜିଲ୍ଲାରେ ଡିଜିଟାଲ ମିଡିଆ ସାମ୍ବାଦିକମାନଙ୍କୁ ନେଇ ସଂଗଠନକୁ ମଜବୁତ କରିବାରେ ତାଙ୍କର ଭୂମିକା ରହିଥିଲା।
ତାଙ୍କର ବିୟୋଗରେ ଓଡ଼ିଶା ଡିଜିଟାଲ ମିଡିଆ ମହାସଂଘ ପକ୍ଷରୁ ଗଭୀର ଶୋକ ପ୍ରକାଶ କରାଯାଇଛି। ସେହିପରି ସାମ୍ବାଦିକ ଓ ଡିଜିଟାଲ ମିଡିଆ ସହ ଜଡ଼ିତ ବହୁ ବ୍ୟକ୍ତି ତାଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି।
