Spread the love

ଜେବିଏମ ସ୍କୁଲରେ ସମର ପ୍ଲାସ କାର୍ନିଭାଲ

କଟକ, ୨୫।୫ : ବାରଙ୍ଗ ତ୍ରିଶୁଳିଆ ଠାରେ ଜୟ ବୈରାଗୀ ମଲ୍ଟି ପ୍ରପୋଜ ଇଂଟରନ୍ୟାସନାଲ (ଜେବିଏମ) ସ୍କୁଲ ପକ୍ଷରୁ ୧୫ ଦିନିଆ ଗ୍ରୀଷ୍ମକାଳୀନ ଶିକ୍ଷାଦାନ (ସମର ପ୍ଲାସ କାର୍ନିଭାଲ) ମହାସମାରୋହରେ ଆଜି (ସୋମବାର) ଉଦଯାପିତ ହୋଇଯାଇଛି । ଏହି କାର୍ନିଭାଲ ବା ଉତ୍ସବରେ ବୃକ୍ଷରୋପଣ, ସନ୍ତରଣ, ଟାଇକାଣ୍ଡୋ, ଆବାକସ, ଜୁମ୍ବା, ଗୀଟାର, ଆର୍ଟ ଆଣ୍ଡ କ୍ରାଫ୍ଟ, ମୁଭି-ସୋ, ମ୍ୟାଜିକ-ସୋ ଏବଂ ଜୋକର ସୋ ଆଦି ମନୋରଞ୍ଜନଧର୍ମୀ କାର୍ଯ୍ୟକ୍ରମ କରାଯାଇଥିଲା । ସ୍କୁଲର ପ୍ରତିଷ୍ଠାତା ତଥା ଅଧ୍ୟକ୍ଷା ଝୁନା
ପରିଡାଙ୍କ ତତ୍ଵବଧାନରେ ଅନୁଷ୍ଠିତ ଉଦଯାପନୀ ଉତ୍ସବରେ ସମସ୍ତ କୃତୀ ଛାତ୍ରଛାତ୍ରୀଙ୍କୁ ସାର୍ଟିଫିକେଟ ଓ ଉପହାର ପ୍ରଦାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ କନିଙ୍ଗ ଟାଇକାଣ୍ଡୋ ଆଶ୍ସୋସିଏସନ ର ସଭାପତି ଶ୍ରୀ ପ୍ରଦୀପ କାଣ୍ଡୀ, ଗୀଟାର ଶିକ୍ଷକ ଏସ କେ ମେହେମୁଦ, ନୃତ୍ୟ ଶିକ୍ଷକ ରଞ୍ଜିତ ଗୋଚ୍ଛାୟେତ,
ଆବାକାସ ଶିକ୍ଷକ ସୁନୀତା ଦାସ ପ୍ରମୁଖ ଉପସ୍ଥିତ ଥ‌ିବା ବେଳେ ସ୍କୁଲର ସାବିତ୍ରୀ ଦାସ, ସାଇନା ବେଗମ, ମିଲନପ୍ରଭା ବାରିକ,
ନାଜିଆ ଆଫିନ, ପେମାନା ମସଦିଦ, ଅପର୍ଣ୍ଣା ସ୍ଵାଇଁ, ଭକ୍ତବତ୍ସଳ ରାଉତ, ସୌମ୍ୟ ପ୍ରିୟଦର୍ଶିନୀ ବେହେରା ପ୍ରମୁଖ ଶିକ୍ଷକ ଶିକ୍ଷୟତ୍ରୀ
ମାନେ ଉପସ୍ଥିତ ରହି ସମସ୍ତ କାର୍ଯ୍ୟକୁ ପରିଚାଳନା କରିଥିଲେ ।

Leave a Reply

Your email address will not be published. Required fields are marked *