ଖଣିଜ କ୍ଷେତ୍ରରେ ଦିନକୁ ଦିନ ବୃଦ୍ଧି ପାଉଛି ଖଣି ମାଫିଆ ମାନଙ୍କ ପାଦ୍ରୁଭାବ।

କେନ୍ଦୁଝର ଜିଲ୍ଲାର ଖଣିଜ କ୍ଷେତ୍ର ଯୋଡ଼ା ଖଣି ମଣ୍ଡଳ ଅନ୍ତର୍ଗତରେ ଦିନକୁ ଦିନ ବୃଦ୍ଧି ପାଉଛି ଖଣିମାଫିଆ ମାନଙ୍କ ଦୌରାତ୍ମ୍ୟ। ଯାହାକି ସୂଚନା ରହିଛି ଏହି ଖଣିମାଫିଆ ମାନେ ବିଭିନ୍ନ ବିଭାଗୀୟ ଅଧିକାରୀଙ୍କ ସହ ମଧୁଚନ୍ଦ୍ରିକା ଯୋଗୁ ଖଣି ମାଫିଆମାନେ ତାଙ୍କର ଯୋଡ଼ା ଖଣିମଣ୍ଡଳରେ ତାଙ୍କର କାୟା ବିସ୍ତାର କରିବାରେ ସଫଳ ହେଉଛନ୍ତି। କିଛି ଅସାଧୁ କର୍ମଚାରୀଙ୍କ ପାଇଁ ଆଞ୍ଚଳିକ ପ୍ରଶାସନ ଏକ ପ୍ରକାର ମୁକସାକ୍ଷୀ ସଦୃଶ ମନେହୁଏ। ଯଦି ଆଞ୍ଚଳିକ ପ୍ରଶାସନ ପକ୍ଷରୁ ସ୍ୱଚ୍ଛତାର ସହ କାର୍ଯ୍ୟ କରାଯାଏ ତେବେ ଏହି ଖଣି ମାଫିଆ ମାନଙ୍କ ଉପରେ ଅଙ୍କୁଶ ଲଗାଇବା ଅସମ୍ଭବ ନୁହେଁ। ଖଣିଜ ପଦାର୍ଥ ଚୋରାଚାଲାଣ ବେଳେ ଖଣି ବିଭାଗର ଚଢାଉ, କେନ୍ଦୁଝର ଜିଲ୍ଲା ଯୋଡ଼ା ଖଣି ମଣ୍ଡଳ ଅନ୍ତର୍ଗତରେ ଖଣି ବିଭାଗର ଚଢାଉ, ଚୋରା ଖଣିଜ ବୋଝେଇ ହାଇୱା ଜବତ,ଓ ୩ଜଣ ଗିରଫ ହୋଇଥିବା ନେଇ ସୂଚନା।ଜବତ ଟ୍ରକ୍ ରେ ୩୦ମେଟ୍ରିକ୍ ଟନ୍ ଲୁହାପଥର ବୋଝେଇ ହୋଇଥିବା ବେଳେ, ଏହାର ଆନୁମାନିକ ମୂଲ୍ୟ ୨ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ହେବ ବୋଲି ଖଣି ବିଭାଗ ସୂତ୍ରରୁ ଜଣାପଡିଛି । ଯାହାକି ସୂଚନା ରହିଛି ଖଣ୍ଡବନ୍ଧ ଅଞ୍ଚଳରୁ ଏକ ଟ୍ରକ୍ ରେ ଚୋରା ଲୁହାପଥର ବୋଝେଇ କରି ଯୋଡା ସହର ଫ୍ଲାଏ ଓଭର୍ ଦେଇ ଯାଉଥିବା ବେଳେ ଖଣି ବିଭାଗ କତୃପକ୍ଷ ବିଶେଷ ସୂତ୍ରରୁ ଖବର ପାଇ ଯୋଡା DAV ସ୍କୁଲ ନିକଟରେ ଏହାକୁ ଅଟକାଇଥିଲା ।OD 09V 1723 ନମ୍ବର୍ ବିଶିଷ୍ଟ ଏକ ଲୁହାପଥର ବୋଝେଇ ହାଇୱା କୁ ଜବତ କରିବା ସହିତ ୩ ଜଣ ଅଭିଯୁକ୍ତଙ୍କୁ ଧରିବାରେ ସକ୍ଷମ ହୋଇଥିଲା ଖଣିବିଭାଗ ଓ ଏମାନଙ୍କୁ ଯୋଡ଼ା ପୋଲିସ୍ ପକ୍ଷରୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିବା ନେଇ ସୂଚନା। ଏବଂ ଏହି ଖଣି ମାଫିଆ ମାନେ କାହା ବଳରେ ବଳୀୟାନ ଓ କେଉଁ ଅଧିକାରୀଙ୍କ ସାହାଯ୍ୟରେ ଏମାନେ ତାଙ୍କର କଳା ସାମ୍ରାଜ୍ୟ ଚଳାଇଛନ୍ତି ତାହା ନିଶ୍ଚିନ୍ତ ତଦନ୍ତ ସାପେକ୍ଷ।
କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ।


![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/05/Picsart_26-05-14_06-19-38-643-12-scaled.jpg)

