Spread the love

NTPC ପାଉଁଶ ପାଇପ୍ ଫାଟି ଗାଁ ଜଳମଗ୍ନ

ଅନୁଗୁଳ ଜିଲ୍ଲା ଅଞ୍ଚଳରେ ବଡ଼ ଅଘଟଣ। କଣିହାଁ ସ୍ଥିତ ଏନଟିପିସିର ପାଉଁଶ ପାଇପ୍ ଫାଟିଯିବାରୁ ବିଜିଗୁଳ ଗ୍ରାମର ନିମତଇଲା ସାହି ପାଉଁଶ ପାଣିରେ ବୁଡ଼ିଯାଇଛି। ପ୍ରାୟ ୪ଟି ପରିବାରର ଘରେ ପାଉଁଶ ପାଣି ପଶିବାରୁ ସମସ୍ତ ସମ୍ପତ୍ତି ନଷ୍ଟ ହୋଇଯାଇଛି।ସୂଚନା ଅନୁସାରେ, କଣିହାଁ ଏନଟିପିସି ପ୍ଲାଣ୍ଟରୁ ପାଉଁଶ ଯାଉଥିବା ପାଇପ୍ ଲାଇନ୍ ଆଜି ହଠାତ ନିମତଇଲା ନିକଟରେ ଫାଟି ଯାଇଥିଲା। ଫଳରେ ବିଜିଗୁଳ ଗ୍ରାମର ନିମତଇଲା ସାହି ମଧ୍ୟ ପାଉଁଶ ମିଶା ପାଣି ମାଡ଼ିଯାଇଥିଲା।ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ୪ଟି ପରିବାରର ଘର ଭିତରେ ପାଉଁଶ ପାଣି ପଶି ବିଭିନ୍ନ ସମ୍ପତ୍ତି ନଷ୍ଟ ହୋଇଯାଇଛି।କଣିହାଁ ରୁ ସୁନୀଲ ସାମଲ ଙ୍କ ରିପୋର୍ଟ,

Leave a Reply

Your email address will not be published. Required fields are marked *