ଓ ପି ଏସ୍ ସି ପରୀକ୍ଷ୍ୟା ରେ ବାଘମୁଣ୍ଡା ର ନିବାସ ଉତୀନ୍ନ

ଭଟଲି (ଅଭିମନ୍ୟୁ ପଧାନ ): ଓପିଏସ୍ସିର ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷାରେ ଭଟଲି ବ୍ଳକ୍ ମୂଲବାର ପଞ୍ଚାୟତ ଅନ୍ତର୍ଗତ ବାଘମୁଣ୍ଡା ଗ୍ରାମର ନିବାସ କୁମୁରା ସଫଳତା ଅର୍ଜନ କରି ବରଗଡ଼ ଜିଲ୍ଲା ପାଇଁ ଗୌରବ ଆଣି ଦେଇଛନ୍ତି । এହି ପରୀକ୍ଷାରେ ୧୭୭ ରେଙ୍କ ରଖିଥିବା ନିବାସ ଭବିଷ୍ୟତରେ ଆହୁରି ଆଗକୁ ଯିବା ପାଇଁ ତାଙ୍କ ପ୍ରୟାସ ଜାରିରହିବ ବୋଲି କହିଛନ୍ତି। କଠିନ ପରିଶ୍ରମ, ଦୃଢ଼ ଆତ୍ମବିଶ୍ଵାସ ତଥା ଗୁରୁଜନମାନଙ୍କ ଆଶୀର୍ବାଦ ହିଁ ସଫଳତାର ଚାବିକାଠି ବୋଲି ପ୍ରମାଣ କରିଦେଇଛନ୍ତି ନିବାସ l ଚନ୍ଦ୍ରମଣି କୁମୁରା ଓ ଦେବକୀ କୁମୁରାଙ୍କ ସୁପୁତ୍ର ନିବାସ ବାଘମୁଣ୍ଡା ପ୍ରାଥମିକ ବିଦ୍ୟାଳୟରୁ ନିଜ ଶିକ୍ଷା ଆରମ୍ଭ କରିବା ପରେ ରାଉତପଡ଼ା ଉଚ୍ଚପ୍ରାଥମିକ ବିଦ୍ୟାଳୟ, କମଗାଁରେ ଉଚ୍ଚବିଦ୍ୟାଳୟ ସହିତ ଯୁକ୍ତଦୁଇ ଶିକ୍ଷା ଗ୍ରହଣ କରିଥିଲେ | ପରେ ସେ ସମ୍ବଲପୁର ଗଙ୍ଗାଧର ମେହେର କଲେଜରେ ଯୁକ୍ତତିନି ଶିକ୍ଷା ଲାଭକରି ଓପିଏସ୍ସି ପରୀକ୍ଷା ପାଇଁ ପ୍ରସ୍ତୁତି କରୁଥିଲେ। ତାଙ୍କର ଏହି ସଫଳତା ପାଇଁ ମୂଲବାର ପଞ୍ଚାୟତ ର ସରପଞ୍ଚ ତରଣୀ କୁମୁରା, ଓଡ଼ିଶା ଆଦିବାସୀ ମହାସଂଘ ବରଗଡ଼ ଶାଖା, ଶଡବଂଶୀ ଗଣ୍ଡ ସମାଜ ସଭାପତି ଶ୍ରୀ ଲକ୍ଷ୍ମୀ ନାରାୟଣ ସିଂ, ସମ୍ପାଦକ ଶ୍ୟାମସୁନ୍ଦର ଭୋଇ , ତଥା ସମସ୍ତ ସଦସ୍ୟ ଙ୍କ ଉପସ୍ଥିତି ଓ ଗ୍ରାମ ର ସମସ୍ତ ଙ୍କ ଉପସ୍ଥିତି ରେ ତାଙ୍କୁ ଶୁଭେଚ୍ଛା ଜ୍ଞାପନ କରାଯାଇଛି ତାଙ୍କର ଉଜ୍ୱଳ ଭବିଷ୍ୟତ କାମନା କରିଥିଲେ l




