ଛଅଜଣ ଆନ୍ତଃରାଜ୍ୟ ଡକାୟତଙ୍କୁ ଝାରଖଣ୍ଡ ଅଞ୍ଚଳରୁ ଗିରଫ କଲା କେନ୍ଦୁଝର ପୋଲିସ୍।
ଛଅଜଣ ଆନ୍ତଃରାଜ୍ୟ ଡକାୟତଙ୍କୁ ଝାରଖଣ୍ଡ ଅଞ୍ଚଳରୁ ଗିରଫ କରିଛି କେନ୍ଦୁଝର ପୋଲିସ୍।କେନ୍ଦୁଝର ପୋଲିସକୁ ମିଳିଛି ବଡ଼ ସଫଳତା । ବିଭିନ୍ନ ମାମଲାରେ ଜଡ଼ିତ ଥିବା ଛଅଜଣ ଆନ୍ତଃରାଜ୍ୟ ଡ଼କାୟତଙ୍କୁ ଗିରଫ କଲା କେନ୍ଦୁଝର ପୋଲିସ । ଝାଡ଼ଖଣ୍ଡ ମଝିଗାଁ ଅଞ୍ଚଳରୁ ବିଭିନ୍ନ ଡ଼କାୟତି ମାମଲାରେ ଜଡିତ ୬ଜଣ ଆନ୍ତଃରାଜ୍ୟ ଡକାୟତ ଗିରଫ । ଏମାନଙ୍କ ନାମରେ ଜିଲ୍ଲାର ବିଭିନ୍ନ ଥାନା ଅଞ୍ଚଳରେ ଅନେକ ଡ଼କାୟତ ମାମଲା ରହିଥିବା ନେଇ ସୂଚନା। ଏମାନଙ୍କୁ ଗିରଫ କରିବାକୁ କେନ୍ଦୁଝର ଜିଲ୍ଲାର ଚମ୍ପୁଆ, ତୁରୁମୁଙ୍ଗା ପୋଲିସ ସହ, କେନ୍ଦୁଝର ପୋଲିସ୍ ର ଏକ ସ୍ୱତନ୍ତ୍ର ପୋଲିସ୍ ଟିମ୍, ଝାଡ଼ଖଣ୍ଡ ମଝିଗାଁ ଅଞ୍ଚଳରେ ମିଳିତ ଭାବେ ଚଢ଼ାଉ କରିଥିଲେ । ଏଥିରେ ଡ଼କାୟତମାନଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛି ପୋଲିସ ।
କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ



