Warning: Attempt to read property "post_excerpt" on null in /home/jagratbharatnews/public_html/wp-content/themes/newsup/inc/ansar/hooks/hook-index-main.php on line 116
Spread the love

ପରୀକୁ ନ୍ୟାୟ ଦାବିରେ ଜଗତସିଂହପୁର ବିଜେପିର ଖବରଦାତା ସମ୍ମିଳନି

ଜେ ବି ଏନ, ୧୫/୧୨/୨୦୨୦, (ରିପୋର୍ଟ, ବ୍ୟୁରୋ, JRP), ଜଗତସିଂହପୁର : ଜଗତସିଂହପୁର ଜିଲ୍ଲା ଭାରତୀୟ ଜନତା ପାର୍ଟି ପକ୍ଷରୁ ସ୍ଥାନୀୟ ସାରଦା ମଣ୍ଡପ ପରିସରରେ ପରିକୁ ନ୍ୟାୟ ଦାବିରେ ଏକ ଖବରଦାତା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି।ଜିଲ୍ଲା ବିଜେପି ସଭାପତି ସତ୍ୟବ୍ରତ ମହାପାତ୍ରଙ୍କ ଅଧକ୍ଷତାରେ ଅନୁଷ୍ଠିତ ସମ୍ମିଳନୀରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ଉପସଭାପତି ପ୍ରଭାତୀ ପରିଡା ଯୋଗଦେଇ କହିଥିଲେ ପରିକୁ ଆଜି ପର୍ଯ୍ୟନ୍ତ ରାଜ୍ୟସରକାର ନ୍ୟାୟ ପ୍ରଦାନ କରିନଥିବା ଦୁର୍ଭାଗ୍ୟର ବିଷୟ,ଏସାଇଟି ତଦନ୍ତ ନାଁରେ ତଦନ୍ତ କୁ ବାଟବଣା କରିବା ପାଈଁ ରାଜ୍ୟ ସରକାର ପ୍ରୟାସ କରୁଛନ୍ତି।ରାଜ୍ୟରେ ଆଜି ପର୍ଯ୍ୟନ୍ତ 5ହଜାର 3ସହ ଶିଶୁ ନିଖୋଜ ହୋଇଛନ୍ତି।ତେବେ ପରିକୁ ନ୍ୟାୟ ପାଇଁ ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିର ସମ୍ମୁଖରୁ ପରିର ଗାଁ ଯଦୁପୁର ପର୍ଯ୍ୟନ୍ତ ପଦଯାତ୍ରା ଅନୁଷ୍ଠିତ ହେବ।ଏହି ଅଵସ୍ର୍ରାରେ ଚାଷୀଙ୍କ ଧାନର ଉଚିତ ମୁଲ୍ୟ,କଟନୀ ଛଟନି ବନ୍ଦ କରିବା ଦାବି ନେଇ ମଣ୍ଡି କୁ ଚାଲ ଅଭିଯାନ ବିଜେପି କୃଷକ ମୋର୍ଚ୍ଚା ପକ୍ଷରୁ ହେବବୋଲି ଖବରଦାତା ସମ୍ମିଳନୀରେ କହିଥିଲେ ।ଅନ୍ୟମାନଙ୍କ ମଧ୍ୟରେ ବିଧାୟକ ପ୍ରାଥୀ ରାଜକିଶୋର ବେହେରା,ପାରାଦ୍ୱୀପ ର ସମ୍ପଦ ସ୍ବାଇଁ,ମହିଳା ମୋର୍ଚ୍ଚା ସଭାନେତ୍ରୀ କ୍ରୀଷ୍ଣା ମହାନ୍ତି,ଜିଲ୍ଲା ବିଜେପି ସାଧାରଣ ସମ୍ପାଦକ ଜଗନ୍ନାଥ ଦାଶ,ମିଡ଼ିଆସେଲ ର ଗଣେଷ ପ୍ରସାଦ ମହାନ୍ତି ପ୍ରମୁଖ ଯୋଗଦେଇଥିଲେ।