Spread the love

ବିଶିଷ୍ଟ ଶିକ୍ଷାବିତ୍ ଘନଶ୍ୟାମ ସାହାଣୀଙ୍କ ଏକାଦଶାହ ଉପଲକ୍ଷେ ପୁସ୍ତକ ଉନ୍ମୋଚନ ଓ ସମ୍ବର୍ଧନା କାର୍ଯ୍ୟକ୍ରମ ସହ ସ୍କୁତିସଭା ଅନୁଷ୍ଠିତ

ଯାଜପୁର —– ଯାଜପୁର ଜିଲ୍ଲା ବିଞ୍ଝାରପୁର ନିକଟସ୍ଥ ହାଟସାହୀ ଠାରେ ଆଜି ବିଶିଷ୍ଟ ଶିକ୍ଷାବିତ୍ ଘନଶ୍ୟାମ ସାହାଣୀଙ୍କ ଏକାଦଶାହ ଉପଲକ୍ଷେ ପୁସ୍ତକ ଉନ୍ମୋଚନ ଓ ସମ୍ବର୍ଧନା କାର୍ଯ୍ୟକ୍ରମ ସହ ସ୍କୁତିସଭା ଶିକ୍ଷାବିତ ପରିକ୍ଷିତ ପଢିହାରିଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶା ଯାଦବ ମହାସଭାର ଉପସଭାପତି ମନୋଜ କୁମାର ପରିଡ଼ା ଙ୍କ ସଞୋଜନାରେ ଅନୁଷ୍ଠିତ ଏହି ସଭାରେ ପ୍ରଥମେ ଅତିଥି ମାନେ ପ୍ରଦୀପ ପ୍ରଜ୍ଜ୍ୱଳନ ସହିତ ଫଟୋଚିତ୍ର ରେ ପୁଷ୍ପାଞ୍ଜଳି ପ୍ରଦାନ କରିଥିଲେ।ପରେପରେ ଦୁଇମିନିଟ ନିରବ ପ୍ରାର୍ଥନା କରାଯାଇଥିଲା। ଅତିଥି ମାନଙ୍କ ମଧ୍ୟରେ ପ୍ରାକ୍ତନ ବ୍ଳକ କଂଗ୍ରେସ ସଭାପତି ବାବୁରାମ ଯେନା, ପ୍ରାକ୍ତନ ଜିଲ୍ଲା ପରିଷଦ ସଭ୍ୟ ଶ୍ରୀନିବାସ ପ୍ରଧାନ, ଶିକ୍ଷାବିତ ମହେଶ୍ୱର ଦାସ, ପ୍ରାକ୍ତନ ସରପଞ୍ଚ ଗାୟତ୍ରୀ ଦାସ ରାଜ୍ୟପାଳ ପୁରସ୍କାର ପ୍ରାପ୍ତ ଶିକ୍ଷକ ଦୁର୍ଯ୍ୟୋଧନ ସାମଲ, ସାମାଜିକ କର୍ମୀ ବିଧାନ ଚନ୍ଦ୍ର ଦାସ,ନାରିନେତ୍ରୀ ସବିତା ବରଜ, ଶିକ୍ଷାବିତ ରମାକାନ୍ତ ସାହୁ, ଯୁବ ଯାଦବ ସଂଘ ର ସଭାପତି ଗଙ୍ଗାଧର ଦାସ, ରାଜକନିକା ଯାଦବ ମହାସଭାର ସଭାପତି ଇଞ୍ଜିନିୟର ପଞ୍ଚାନନ ଦାସ, ସରପଞ୍ଚ ସୀତାରାଣୀ ଦାସ, ଶିକ୍ଷାବିତ କୈଳାସ ଚନ୍ଦ୍ର ରାଉତ, ଶିକ୍ଷାବିତ ନିରଞ୍ଜନ ବେହୁରା, ଅଭିରାମ ବାରିକ, କ୍ଷିରୋଦ ଚଂଦ୍ର ବେହେରା,, ନିମାଇଁ ଚରଣ ରାଉତ, ସୁମନ୍ତ ଦାସ, ଶିକ୍ଷାବିତ ସୈଭାଗ୍ୟ ପ୍ରଧାନ, ମିତାରାଣୀ ରାଉତ, ଶିକ୍ଷାବିତ ହେମବତି ସାମଲ, ଶିକ୍ଷାବିତ ପ୍ରଫୁଲ୍ଲ କୁମାର ସୁତାର, ପ୍ରାକ୍ତନ ଶିକ୍ଷକ ଜେମା ସେଠୀ, ପ୍ରମୁଖ ଯୋଗଦେଇ ସ୍ବର୍ଗତ ଶିକ୍ଷକ ଘନଶ୍ୟାମ ସାହାଣୀଙ୍କ ଉପରେ ବହୁ କଥା ଆଲୋଚନା କରିଥିଲେ ଯେ ସେ ଶିକ୍ଷକ ଥିବା ସମୟରେ ସମସ୍ତଙ୍କର ପ୍ରିୟରପାତ୍ର ହୋଇପାରି ଥିଲେ।

Leave a Reply

Your email address will not be published. Required fields are marked *