Spread the love

ଏକାମ୍ର ପ୍ରତିଭା ସମ୍ମାନ–୨୦୨୬ ଉତ୍ସବରେ ବିଶିଷ୍ଟ ପ୍ରତିଭାଙ୍କୁ ସମ୍ବର୍ଦ୍ଧନା


ଭୁବନେଶ୍ୱର, : ରୁମକୁଝୁମାନା କଳା ପରିଷଦ ପକ୍ଷରୁ ରବିବାର ଭୁବନେଶ୍ୱରସ୍ଥିତ ରବୀନ୍ଦ୍ର ମଣ୍ଡପରେ ‘ଏକାମ୍ର ପ୍ରତିଭା ସମ୍ମାନ–୨୦୨୬’ ଭବ୍ୟ ଭାବେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଡକ୍ଟର ସାଧନା ସେନାପତି, ଓଡ଼ିଶୀ ଗୁରୁ ବିକ୍ରମ ସାମଲ, ଓଡ଼ିଶୀ ଗୁରୁ ରଶ୍ମି ମିଶ୍ର ଏବଂ ସମ୍ ହସପିଟାଲ ଡାକ୍ତର ସୁଦେସ୍ନା ବେହେରା ଯୋଗଦେଇ କଳା ଓ ସଂସ୍କୃତିର ବିକାଶରେ କଳାକାରମାନଙ୍କ ଅବଦାନ ସମ୍ପର୍କରେ ଆଲୋକପାତ କରିଥିଲେ। ରୁମକୁଝୁମାନା କଳା ପରିଷଦ ପ୍ରତିଷ୍ଠାତା ସ୍ମୃତି ପଟ୍ଟନାୟକ ମଞ୍ଚରେ ଉପସ୍ଥିତ ରହି କଳାକାର ମାନଙ୍କୁ ଉତ୍ସାହିତ କରିଥିଲେ। କାର୍ଯ୍ୟକ୍ରମରେ ବିଭିନ୍ନ କ୍ଷେତ୍ରର ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହି ଅନୁଷ୍ଠାନକୁ ଗୌରବାନ୍ୱିତ କରିଥିଲେ।
ଉତ୍ସବରେ ଶଙ୍ଖଧ୍ୱନି ଓ ହୁଳହୁଳି ମାଧ୍ୟମରେ ଅତିଥିମାନଙ୍କୁ ସ୍ୱାଗତ କରାଯାଇଥିଲା।ପରେ ଓଡ଼ିଶୀ ଓ ସମ୍ବଲପୁରୀ ନୃତ୍ୟ ସହିତ ରାମାୟଣ ଆଧାରିତ ନାଟ୍ୟ ପରିବେଷଣ ଦର୍ଶକମାନଙ୍କୁ ବିମୋହିତ କରିଥିଲା।ଦ୍ବିତୀୟ ପର୍ଯ୍ୟାୟରେ ଶ୍ରୀମନ୍ତୀ କମ୍ ନୁହନ୍ତିରେ ଭାଗ ନେଇଥିବା ଗୃହିଣୀ ମାନଙ୍କୁ ଶଙ୍ଖା,ସିନ୍ଦୂର, ଚୁଡ଼ି,ଅଳତା ଦେଇ ସମ୍ବର୍ଦ୍ଧନା କରାଯାଇଥିଲା। ଏହାସହ
ବିଭିନ୍ନ କଳାତ୍ମକ ପରିବେଷଣ ମାଧ୍ୟମରେ ଓଡ଼ିଶାର ସମୃଦ୍ଧ ସଂସ୍କୃତି ଓ ପରମ୍ପରାର ଝଲକ ପ୍ରଦର୍ଶିତ ହୋଇଥିଲା।
ଏହି ଅବସରରେ କଳା, ସାହିତ୍ୟ,ସମାଜସେବା, ସାମ୍ବାଦିକତା ଓ ଅନ୍ୟାନ୍ୟ କ୍ଷେତ୍ରରେ ବିଶେଷ ପାରଦର୍ଶିତା ଓ ଅବଦାନ ରଖିଥିବା ବହୁ ପ୍ରତିଭାବାନ ବ୍ୟକ୍ତିଙ୍କୁ ‘ଏକାମ୍ର ପ୍ରତିଭା ସମ୍ମାନ–୨୦୨୬’ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା। ଶେଷରେ ଆୟୋଜକ ସଂସ୍ଥା ପକ୍ଷରୁ ସମସ୍ତ ଅତିଥି, କଳାକାର ଓ ଅଂଶଗ୍ରହଣକାରୀଙ୍କୁ ଧନ୍ୟବାଦ ଜଣାଯାଇଥିଲା।

Leave a Reply

Your email address will not be published. Required fields are marked *