ଢେଙ୍କାନାଳ ସିଭିଲ୍ କୋର୍ଟ ପରିସରରେ ୩ୟ ରାଷ୍ଟ୍ରୀୟଲୋକ ଅଦାଲତ

ଢେଙ୍କାନାଳ ସିଭିଲ୍ କୋର୍ଟ ପରିସରରେ ଅନୁଷ୍ଠିତ ହୋଇଛି ୩ୟ ରାଷ୍ଟ୍ରୀୟ ଲୋକ ଅଦାଲତ। ଜିଲ୍ଲାର ବିଭିନ୍ନ ଅଦାଲତରେ ମୋଟ ୨୨୩୩ଟି ମାମଲାର ଫଏସଲା କରାଯାଇଛି। ଜିଲ୍ଲା ଓ ଦୌରାଜଜ୍ ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣର ଅଧ୍ୟକ୍ଷ ପ୍ରଣବ କୁମାର ରାଉତରାୟଙ୍କ ତତ୍ତ୍ୱାବଧାନରେ ଏହି ଲୋକ ଅଦାଲତ ଅନୁଷ୍ଠିତ ହୋଇଥିଲା।
ଲୋକ ଅଦାଲତରେ ୩୭ଟି ମୋଟର ଦୁର୍ଘଟଣା ମାମଲା, ୮ଟି ବିବାହ ଓ ପାରିବାରିକ ମାମଲା, ୧୧୯ଟି ଦେୱାନୀ ମାମଲା ଏବଂ ୩୬ଟି ଫୌଜଦାରୀ ମାମଲାର ସମାଧାନ କରାଯାଇଛି। ଏଥିସହ ୨୦୩୩ଟି ରାଜସ୍ୱ ମାମଲା ମଧ୍ୟ ଫଏସଲା ହୋଇଛି।
ମୋଟର ଦୁର୍ଘଟଣା ମାମଲାରେ ପ୍ରାପ୍ୟ ବାବଦକୁ ୩ କୋଟି ୩୭ ଲକ୍ଷ ୨୭ ହଜାର ଟଙ୍କା ପ୍ରଦାନ କରାଯାଇଥିବା ବେଳେ, ଅନ୍ୟାନ୍ୟ ମାମଲା, ଜୋରିମାନା ଓ ବ୍ୟାଙ୍କ ଋଣ ଫଏସଲା ବାବଦକୁ ୪୫ ଲକ୍ଷ ୪୧ ହଜାର ୩୭୩ ଟଙ୍କା ଆଦାୟ କରାଯାଇଛି।
ଏହି ଲୋକ ଅଦାଲତରେ ବିଭିନ୍ନ ବିଚାରପତି, ଆଇନଜୀବୀ, ପ୍ୟାନେଲ ଲୟର, ପିଏଲଭି ଏବଂ ଅଦାଲତର କର୍ମଚାରୀମାନେ ସହଯୋଗ କରିଥିଲେ।




