::ଭୁସୁଡ଼ିଲା କଂକ୍ରିଟ ରାସ୍ତା! ନିମ୍ନ ମାନର କାର୍ଯ୍ୟ କୁ ନେଇ ବିକାଶ ନାଁରେ ଉଠିଲା ପ୍ରଶ୍ନ? ସବୁ ଜାଣି କୁମ୍ଭକର୍ଣ୍ଣ ନିଦ୍ରାରେ ବ୍ଲକ ପ୍ରଶାସନ! ତଦନ୍ତ ଏଠି ବାଟବଣା!::

ବରଗଡ:୭/୭(ପବିତ୍ର ମେହେର) ଲୋକଙ୍କ କର ଟଙ୍କାରେ ଭୁସୁଡ଼ିଲା କଂକ୍ରିଟ ରାସ୍ତା! ହଁ ଆଜ୍ଞା ଆମେ କହୁଛୁ ଓଡିଶାର ଭାତହାଣ୍ଡି ବରଗଡ ଜିଲ୍ଲା ଅତାବିରା ବ୍ଲକ ଟୋପ ଗ୍ରାମ ପଂଚାୟତ କଥା,ପଂଚାୟତ ଅଧିନରେ ଥିବା ସିଂହପାଲି ଚମାରପଡ଼ା ଠୁ ଗ୍ରାମପତି ଗୁଡ଼ି ରାସ୍ତାର ଉନ୍ନତି କରଣ l ଯାହା କିଛି ମାସ ହେବ ରାସ୍ତାର ଉନ୍ନତି କରଣ ବାବଦକୁ ୫ଲକ୍ଷ ଟଙ୍କାର ଅନୁଦାନ ରାଶି ଆସି ଥିବାବେଳେ ଅତାବିରା ପଂଚାୟତ ସମିତି ର କାର୍ଯ୍ୟ l ସିସି ରୋଡ ବାବଦକୁ ଅଟକଳ ମୂଲ୍ୟ ୫ ଲକ୍ଷ ଖର୍ଚ୍ଚ ହୋଇଛି, କେବେ କାର୍ଯ୍ୟ ଆରମ୍ଭ ହେଲା ଓ କେବେ ଶେଷ ତାହା ଆଜି ପର୍ଯ୍ୟନ୍ତ ସୂଚନା ଫଳକ ରେ ଲେଖା ଯାଇନାହିଁ l ଅଞ୍ଚଳବାସୀ ଙ୍କ ପାଇଁ ଖର୍ଚ୍ଚ ହେଉଛି ଲକ୍ଷ ଲକ୍ଷ ଟଙ୍କା କିଛି ଅସାଧୁ ତଥା ଠିକାଦାର ଭରଷାରେ ହାତ ଟେକି ଦେଇଛି ବ୍ଲକ ପ୍ରଶାସନ ଯାହାର କିଞ୍ଚିତ ଉଦାହରଣ ସାଜିଛି ସିଂହପାଲି ଚମାରପଡ଼ା ଠୁ ଗ୍ରାମପତି ଗୁଡ଼ି କୁ ଯିବା କଂକ୍ରିଟ ରାସ୍ତା! ରାସ୍ତା ଫାଟି ଆଁ କଲାଣି, ନିମ୍ନ ରୁ ନିମ୍ନ ମାନର କାର୍ଯ୍ୟ କୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି l ଏ ସମ୍ପର୍କୀତ ଖବର ଉପରେ ବ୍ଲକ ପ୍ରଶାସନ ର କନିଷ୍ଠ ଯନ୍ତ୍ରୀ ଠୁ ଆରମ୍ଭ କରି ବିଡ଼ିଓ ପର୍ଯ୍ୟନ୍ତ ଯୋଗାଯୋଗ କରିଥିଲେ ହେଁ ପ୍ରତିକ୍ରିୟା ବିହୀନ ପ୍ରଶାସନ l ତେବେ ଦେଖାଯାଉ ଖବର ପ୍ରସାରଣ ହେଲା ପରେ ଶୋଇ ପଡ଼ିଥିବା ପ୍ରଶାସନର ନିଦ କେବେ ଭାଙ୍ଗିବ ଓ ଭୁଶୁଡି ଥିବା କଂକ୍ରିଟ ରାସ୍ତା ର ମରାମତି କେବେ ହେବ ତା ଉପରେ ଚାହିଁ ରହିଛନ୍ତି ଅଞ୍ଚଳବାସୀ l



