Spread the love

ଔପନ୍ୟାସିକ ଭାଗିରଥୀ ଧଳଙ୍କ ସ୍କୁତିଚାରଣ ଅନୁଷ୍ଠିତ


ଯାଜପୁର —- ଯାଜପୁର ଜିଲ୍ଲା ବିଂଝାରପୁର ବ୍ଳକ ଅନ୍ତର୍ଗତ ଶାସନ୍ଦା ପଞ୍ଚାୟତ ତାଉତରା ଗ୍ରାମର ବିଶିଷ୍ଟ ଗାଳ୍ପିକ ଏବଂ ଔପନ୍ୟାସିକ ସ୍ବର୍ଗତ ଭାଗିରଥୀ ଧଳଙ୍କ ସ୍କୁତିଚାରଣ ସଭା ଅନୁଷ୍ଠିତ ହୋଇଯାଇଛି। ଅବସରପ୍ରାପ୍ତ ପ୍ରାଧ୍ୟାପକ ଡଃ ପ୍ରସନ୍ନ ରାଉତଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ବକ୍ତାମାନେ ସ୍ବର୍ଗତ ଧଳଙ୍କ ସାହିତ୍ୟ ସାଧନା,ସମାଜସେବା, ସୃଜନଶୀଳତା,ଓଡ଼ିଆ ସାହିତ୍ୟ ପ୍ରତି ତାଙ୍କର ଜିବନ ସାରା ଅବଦାନ ସମ୍ପର୍କରେ ବକ୍ତାମାନେ ଆଲୋଚନା କରିଥିଲେ।ତାଙ୍କର ଉପନ୍ୟାସ ଦୂର ଦିଗବଳୟ ପାଇଁ ସେ ବେଶ୍ ଆଦୃତ ଲୋକମାନଙ୍କ ନିକଟରେ ହୋଇଥିଲେ। ଅତିଥି ମାନଙ୍କ ମଧ୍ୟରେ କବି ଡଃ ଶ୍ରୀହରି ଧଳ, ସରପଞ୍ଚ କାମଦେବ ଧଳ, ରବିନ୍ଦ୍ର ପରିଡା,ଗୈରାଙ୍ଗ ସ୍ବାଇଁ, ଶାନ୍ତନୁ ଧଳ,ଅଭିରାମ ସାମଲ, ଜଗବନ୍ଧୁ ନାୟକ,ଦୀଗମ୍ବର ରାଉତ, ରାମଚନ୍ଦ୍ର ସାମଲ, କୃଷ୍ଣଚନ୍ଦ୍ର ମିଶ୍ର, ଗୈରାଙ୍ଗ ନାୟକ, ଗଙ୍ଗାଧର ଧଳ,ଉତ୍ତମ କୁମାର ନାୟକ, କୃଷ୍ଣଚନ୍ଦ୍ର ସାମଲ,ଶରତ ଚନ୍ଦ୍ର ପରିଡ଼ା, ପଞ୍ଚାନନ ବେହେରା, ରାଜେନ୍ଦ୍ର କୁମାର ନାୟକ, କ୍ଷିରୋଦ କୁମାର ନାୟକ, ଲୋପାମୁଦ୍ରା ଧଳ ପ୍ରମୁଖ ଯୋଗଦେଇ ଥିଲେ। ସ୍ବର୍ଗତ ଧଳଙ୍କ ସାନଭାଇ ଦାଶରଥି ଧଳ ସମସ୍ତ ଅତିଥି ମାନଙ୍କୁ ଧନ୍ୟବାଦ ଦେଇଥିଲେ।

Leave a Reply

Your email address will not be published. Required fields are marked *

You missed